ଆଶେସ୍‌ରେ ଭୁଲ ଅମ୍ପାୟାରିଂକୁ ନେଇ ଝଡ଼

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ୍‌ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରଥମ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ଥିବା ଆଲିମ ଦାର ଓ ଜୋଏଲ ୱିଲସନ୍‌ ଅଷ୍ଟ୍ରେଲିଆ ଇନିଂସ୍‌ ବେଳେ ବାରମ୍ବାର ଭୁଲ ନିଷ୍ପତ୍ତି ନେଇଥିବାରୁ, ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଅନେକ ପୂର୍ବତନ ଖେଳାଳି ଏହାକୁ ନେଇ ଆଇସିସିକୁ ମଧ୍ୟ ଘେରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦୁଇ ଫିଲ୍ଡ୍‌ ଅମ୍ପାୟାର ୭ଟି ଭୁଲ […]

hj

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 05:17 PM IST

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ୍‌ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ହିଁ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରଥମ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ଥିବା ଆଲିମ ଦାର ଓ ଜୋଏଲ ୱିଲସନ୍‌ ଅଷ୍ଟ୍ରେଲିଆ ଇନିଂସ୍‌ ବେଳେ ବାରମ୍ବାର ଭୁଲ ନିଷ୍ପତ୍ତି ନେଇଥିବାରୁ, ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।

ଅନେକ ପୂର୍ବତନ ଖେଳାଳି ଏହାକୁ ନେଇ ଆଇସିସିକୁ ମଧ୍ୟ ଘେରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦୁଇ ଫିଲ୍ଡ୍‌ ଅମ୍ପାୟାର ୭ଟି ଭୁଲ ନିଷ୍ପତ୍ତି ନେଇଥିଲେ। ଏଥିମଧ୍ୟରୁ ୫ଟି ଡିଆରଏସ୍‌ ବଳରେ ବଦଳି ଥିଲା।

ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ୱାର୍ଣ୍ଣର ଓ ଜେମ୍ସ ପାଟିନସନ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଆଉଟ୍‌ ହୋଇଥିଲେ ହେଁ ଡିଆରଏସ୍‌ ନେଇ ନଥିଲେ। ରିପ୍ଲେ ବେଳେ ଉଭୟ ନଟଆଉଟ୍‌ ଥିବା ଜଣାପଡ଼ିଥିଲା। ଅମ୍ପାୟାରଙ୍କ ଖରାପ ନିଷ୍ପତ୍ତି ଯୋଗୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ କେବଳ ୨୮୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା ବୋଲି ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି।

ସେ କହିଛନ୍ତି, “ଆଇସିସିର ନିୟମ ଅନୁଯାୟୀ ଆଶେସ ସିରିଜ୍‌ରେ ମ୍ୟାଚ୍‌ ଖେଳୁଥିବା ଦଳର ଅମ୍ପାୟାର ରହିପାରିବେ ନାହିଁ। ଏଥିପାଇଁ ଆଲିମ ଦାର ଓ ୱିଲିସନ ଏହି ସିରିଜ୍‌ରେ ଅମ୍ପାୟାରିଂ କରୁଛନ୍ତି। ହେଲେ ସେମାନଙ୍କ ନିଷ୍ପତ୍ତି ଯୋଗୁ ଅଷ୍ଟ୍ରେଲିଆ ଅନେକ ସମସ୍ୟାରେ ପଡ଼ିଛି। ତେଣୁ ଏବେ ନ୍ୟୁଟ୍ରାଲ ଅମ୍ପାୟାରଙ୍କ ଆବଶ୍ୟକତା ନଥିବା ଭଳି ମନେ ହେଉଛି।

ଲୋକେ କହିପାରନ୍ତି ଯେ ନିଷ୍ପତ୍ତିର ବୈଧତା ଚେକ୍ କରିବାକୁ ଟେକ୍ନୋଲଜି ରହିଛି। ଟେକ୍ନୋଲଜି ରହିଛି ବୋଲି କ’ଣ ଫିଲ୍ଡ ଅମ୍ପାୟାର ଭୁଲ କରିବେ? ଯଦି ଟେକ୍ନୋଲଜି ରହିଛି, ତା’ହେଲେ ଫିଲ୍ଡ ଅମ୍ପାୟାରଙ୍କ କୌଣସି ଆବଶ୍ୟକତା ନାହିଁ।”

ଶେନ୍‌ ୱାର୍ଣ୍ଣ ମଧ୍ୟ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହି ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ବ୍ୟତୀତ ଅନେକ ପୁରୁଖା ଖେଳାଳି ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

Related story