ଆଝାରୁଦ୍ଦିନଙ୍କୁ ଅପମାନ: ଘଣ୍ଟାଏ କାଳ ଷ୍ଟାଡିୟମ ବାହାରେ ଛିଡା ହେଲେ

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚସିଏ) ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ। ଗତକାଲି ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ହୋଇଥିବା ସ୍ୱତନ୍ତ୍ର ସାଧାରଣ ବୈଠକରେ ଯୋଗ ଦେବାକୁ ଏଚସିଏ ବାରଣ କରିବାରୁ କ୍ଷୁବ୍ଧ ହୋଇ ଏପରି କରିଛନ୍ତି ଆଝାରୁଦ୍ଦିନ। ଏଚସିଏ ତାଙ୍କୁ ଘଣ୍ଟାଏ କାଳ ବାହାରେ ଠିଆ କରାଇ ଅପମାନିତ କରିଥିବା ଆଝାରୁଦ୍ଦିନ ଅଭିଯୋଗ କରିଛନ୍ତି। ଘଟଣା ପରେ ଆଝହାରଙ୍କ ସମର୍ଥନରେ କିଛି ସଦସ୍ୟ ଆଗକୁ ଆସିବାରୁ ତାଙ୍କୁ ବୈଠକରେ ଯୋଗ […]

0dfd5c16-c9b2-4a61-bca1-456cf09b5ad8_1487677665

0dfd5c16-c9b2-4a61-bca1-456cf09b5ad8_1487677665

Rakesh Mallick
  • Published: Monday, 08 January 2018
  • Updated: 08 January 2018, 08:43 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚସିଏ) ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ। ଗତକାଲି ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ହୋଇଥିବା ସ୍ୱତନ୍ତ୍ର ସାଧାରଣ ବୈଠକରେ ଯୋଗ ଦେବାକୁ ଏଚସିଏ ବାରଣ କରିବାରୁ କ୍ଷୁବ୍ଧ ହୋଇ ଏପରି କରିଛନ୍ତି ଆଝାରୁଦ୍ଦିନ। ଏଚସିଏ ତାଙ୍କୁ ଘଣ୍ଟାଏ କାଳ ବାହାରେ ଠିଆ କରାଇ ଅପମାନିତ କରିଥିବା ଆଝାରୁଦ୍ଦିନ ଅଭିଯୋଗ କରିଛନ୍ତି।

ଘଟଣା ପରେ ଆଝହାରଙ୍କ ସମର୍ଥନରେ କିଛି ସଦସ୍ୟ ଆଗକୁ ଆସିବାରୁ ତାଙ୍କୁ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା। ଏହି ଘଟଣାକୁ ନେଇ ଆଝହାର ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ  ଯେ, ଯେତେବେଳେ ତାଙ୍କୁ କ୍ରିକେଟରୁ ବାସନ୍ଦ କରାଯାଇଥିଲା ସେତେବେଳେ ବୈଠକରେ ଯୋଗ ଦେବାକୁ ତାଙ୍କୁ ବାରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ତାଙ୍କ ଉପରୁ ବାସନ୍ଦ ହଟାଇବା ଦେଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବୈଠକରେ ଉପସ୍ଥିତ ରହିବାର ଅଧିକାର ତାଙ୍କର ରହିଛି।

ଏଥିସହିତ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଉପରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, “ହାଇଦ୍ରାବାଦ କ୍ରିକେଟ ଆସୋସିଏସନ  ଅଗଣତାନ୍ତ୍ରିକ ଉପାୟରେ ଚାଲିଛି। ଏଠାରେ ଖେଳାଳିଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି।”

https://youtu.be/Nd7jc3GHUNA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos