ଦୁର୍ଘଟଣାରେ ଚାଲିଗଲା ପୂର୍ବତନ ହ୍ୟାଣ୍ଡବଲ୍ ଓ ବାସ୍କେଟବଲ୍ ଖେଳାଳିଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ହ୍ୟାଣ୍ଡବଲ୍ ଓ ବାସ୍କେଟବଲ ଖେଳାଳି ରାକେଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ରାଉରକେଲାରେ ଜନ୍ମିତ ରାକେଶ ମିଶ୍ର ଓରଫ ବୁନୁ (୪୮)ଙ୍କ ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜାତୀୟ ଫୁଟବଲ ଖେଳାଳି ବୈଦ୍ୟନାଥ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ରାକେଶ ମିଶ୍ର ଏକା ଧାରାରେ ଜାତୀୟ ହ୍ୟାଣ୍ଡବଲ ଓ ବାସ୍କେଟ ବଲ ଖେଳାଳି ଭାବେ ଓଡ଼ିଶାର ଏକ ପରିଚିତ ଚେହେରା ଥିଲେ। କର୍ଣ୍ଣାଟକର ଜିନ୍ଦଲ କମ୍ପାନୀରେ ଅଧିକାରୀ […]

rakesh

rakesh

Ranjit Kumar Jena
  • Published: Thursday, 08 July 2021
  • Updated: 08 July 2021, 08:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ହ୍ୟାଣ୍ଡବଲ୍ ଓ ବାସ୍କେଟବଲ ଖେଳାଳି ରାକେଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ରାଉରକେଲାରେ ଜନ୍ମିତ ରାକେଶ ମିଶ୍ର ଓରଫ ବୁନୁ (୪୮)ଙ୍କ ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜାତୀୟ ଫୁଟବଲ ଖେଳାଳି ବୈଦ୍ୟନାଥ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ରାକେଶ ମିଶ୍ର ଏକା ଧାରାରେ ଜାତୀୟ ହ୍ୟାଣ୍ଡବଲ ଓ ବାସ୍କେଟ ବଲ ଖେଳାଳି ଭାବେ ଓଡ଼ିଶାର ଏକ ପରିଚିତ ଚେହେରା ଥିଲେ।

କର୍ଣ୍ଣାଟକର ଜିନ୍ଦଲ କମ୍ପାନୀରେ ଅଧିକାରୀ ଭାବେ ସେ କାର୍ଯ୍ୟରତ ଥିଲେ। ସେ ୧୯୮୮ରୁ ୧୯୯୬ ମସିହା ପର୍ଯ୍ୟନ୍ତ ହ୍ୟାଣ୍ଡବଲ ଓ ବାସ୍କେଟବଲ ଖେଳରେ ବିଭିନ୍ନ ବୟସ ବର୍ଗରେ ଜାତୀୟ ସ୍ତରରେ ଓଡିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଅନେକ ସଫଳତା ଆଣିଛନ୍ତି। ଜଣେ ମିଷ୍ଟାଭାସି ଓ ମିଳାପୀ ସହିତ ଗରିବ କ୍ରୀଡ଼ାବିତଙ୍କୁ ବି ବିଭିନ୍ନ ପ୍ରକାର ସାହାଯ୍ୟ ମଧ୍ୟ କରୁଥିଲେ।

ତାଙ୍କର ଏଭଳି ଅକାଳ ବିୟୋଗ ଖବର ରାଉରକେଲା ତଥା ଓଡ଼ିଶାର କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀଙ୍କ ମନରେ ଶୋକର ଛାୟା ଖେଳି ଯାଇଛି। ରାକେଶଙ୍କ ବିୟୋଗରେ ପାନପୋଷ କ୍ରୀଡ଼ା ସଂଗଠନ, ସୁନ୍ଦରଗଡ଼ ଆମେଚର ବଡି ବିଲ୍ଡିଂ ଆସୋସିଏସନ, ରାଉରକେଲା ବାସ୍କେଟବଲ ଆସୋସିଏସନ, ରାଉରକେଲା ହ୍ୟାଣ୍ଡବଲ ଆସୋସିଏସନ ଓ ରାଉରକେଲା କବାଡି ଆସୋସିଏସନର ରଶ୍ମିତ ସାହାଣୀ, ମହେନ୍ଦ୍ର ମିଶ୍ର, ବିକ୍ରମ ସ୍ୱାଇଁ, ଅନନ୍ତ ସାମଲ, ପିକେ ପାଲ, ସଞ୍ଜୟ ପ୍ରଧାନ, ପ୍ରଣବ ଦାସ, ଅଜୟ ରାଉତ, ଅଶୋକ ସିଂ, ଅମୀୟ ରାଉତରାୟ, ବିରଞ୍ଚି ମିଶ୍ର, ସଞ୍ଜୟ ପ୍ରଧାନ, ଏନସି ସାହୁ, ସୁକାନ୍ତ ଧର, ଅରବିନ୍ଦ ପାତ୍ର ଓ ଅଶୋକ ନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ରାକେଶଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos