ଏସିଆ କପ୍‌ ପୂର୍ବରୁ ପାକିସ୍ତାନର ଦମ୍ଭୋକ୍ତି, ବିରାଟ୍‌ଙ୍କ ଅନୁପସ୍ଥିତିକୁ ନେଇ ଏମିତି କଥା କହିଲେ ମୋଇନ୍‌ ଖାନ୍‌

ଦୁବାଇ: ଆସନ୍ତା ୧୫ ତାରିଖରୁ ୟୁଏଇରେ ଏସିଆ କପ୍‌ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଦୀର୍ଘ ସମୟର ବ୍ୟବଧାନ ପରେ ଉଭୟ ଭାରତ ଓ ପାକିସ୍ତାନ ଆସନ୍ତା ୧୯ ତାରିଖରେ ମୁହାଁମୁହିଁ ହେବେ। କିନ୍ତୁ ଏବେଠାରୁ ପାକିସ୍ତାନ ମାଇଣ୍ଡ ଗେମ୍‌ ଖେଳିବା ଆରମ୍ଭ କରିଛି। ଏସିଆ କପ୍‌ ଖେଳିବା ପାଇଁ ଆଜି ପାକିସ୍ତାନ ଦୁବାଇରେ ପହଞ୍ଚିଥିବା ବେଳେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ପହଞ୍ଚିବ। ଏଥର ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। […]

moin

moin

Jitendra Garnayak
  • Published: Friday, 14 September 2018
  • Updated: 14 September 2018, 04:40 AM IST

Sports

Latest News

ଦୁବାଇ: ଆସନ୍ତା ୧୫ ତାରିଖରୁ ୟୁଏଇରେ ଏସିଆ କପ୍‌ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଦୀର୍ଘ ସମୟର ବ୍ୟବଧାନ ପରେ ଉଭୟ ଭାରତ ଓ ପାକିସ୍ତାନ ଆସନ୍ତା ୧୯ ତାରିଖରେ ମୁହାଁମୁହିଁ ହେବେ। କିନ୍ତୁ ଏବେଠାରୁ ପାକିସ୍ତାନ ମାଇଣ୍ଡ ଗେମ୍‌ ଖେଳିବା ଆରମ୍ଭ କରିଛି।

ଏସିଆ କପ୍‌ ଖେଳିବା ପାଇଁ ଆଜି ପାକିସ୍ତାନ ଦୁବାଇରେ ପହଞ୍ଚିଥିବା ବେଳେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ପହଞ୍ଚିବ। ଏଥର ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

ତେବେ ବିରାଟ୍‌ଙ୍କ ଅନୁପସ୍ଥିତିକୁ ନେଇ ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ମୋଇନ୍‌ ଖାନ୍‌ ଆଜି ଏକ ଅଜବ କଥା କହିଛନ୍ତି। ସେ କହିଛନ୍ତ, ଏସିଆ କପ୍‌ରେ ଭାରତ ଏଥର ପାକିସ୍ତାନଠାରୁ ହାରିବ। ବିସିସିଆଇ ସେଇ ଭୟରେ ବିରାଟ୍‌ଙ୍କୁ ବିଶ୍ରାମ ଦେବା ଆଳିରେ ଟିମ୍‌ ଇଣ୍ଡିଆରେ ସାମିଲ କରିନାହିଁ।

virat2ମୋଇନ୍‌ ଖାନ୍‌ ପାକିସ୍ତାନର ଏ ଟୁ ଜେଡ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ଏସିଆ କପ୍‌ ସମ୍ପର୍କରେ ନିଜର ମତ ରଖିଥିଲେ। ସେ କହିଥିଲେ, “ମୋତେ ଲାଗୁଛି ବିସିସିଆଇ ବିଶ୍ରାମ ଆଳରେ ଜାଣିଶୁଣି ବିରାଟ୍‌ କୋହଲିଙ୍କୁ ଏସିଆ କପ୍‌ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରିନାହିଁ। ଯଦି ଟିମ୍‌ ଇଣ୍ଡିଆ ପାକିସ୍ତାନଠାରୁ ଏସିଆ କପ୍‌ରେ ହାରିଯିବ, ତା’ହେଲେ ବିସିସିଆଇ କହିବ, ଆମ ଦଳରେ ଷ୍ଟାର ବ୍ୟାଟ୍‌ସମ୍ୟାନ୍‌ ବିରାଟ୍‌ କୋହଲି ନଥିଲେ ବୋଲି ଭାରତ ହାରିଗଲା।

virat4"ସେହିଭଳି ଯଦି ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ପାକିସ୍ତାନକୁ ହରାଇ ଦେବ, ତେବେ ବିସିସିଆଇ କହିବ, ଆମ ଦଳରେ ବିରାଟ୍‌ ନଥିଲେ ବି ଭାରତ ପାକିସ୍ତାନକୁ ହରାଇ ପାରିଲା। ତେଣୁ ବିସିସିଆଇକୁ ପାକିସ୍ତାନର ଭୟ ଘାରିଛି। ଏସିଆ କପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ୍‌ରେ ବିରାଟ୍‌କୁ ବିଶ୍ରାମ ଦେବା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ।”

virat3ମୋଇନ୍‌ ଖାନ୍‌ ଆହୁରି କହିଛନ୍ତି, ଅବଶ୍ୟ ବିରାଟ୍‌ ତାଙ୍କ କ୍ୟାରିୟର୍‌ରେ ଅନେକ ସଫଳତା ପାଇଛନ୍ତି। କିନ୍ତୁ ଗତଥର ପାକିସ୍ତାନ ସହ ମ୍ୟାଚ୍‌ରେ ସେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଖାସ୍‌ ସେଥିପାଇଁ ବିରାଟ୍‌ଙ୍କୁ ବିଶ୍ରାମ ଦିଆଯିବା ପଛରେ କିଛି କାରଣ ଥାଇପାରେ ବୋଲି ମୁଁ ସନ୍ଦେହ କରୁଛି। କାରଣ ଟିମ୍‌ ଇଣ୍ଡିଆ ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ୍‌ ଖେଳୁଥିଲା। ସେତେବେଳେ ତ କାହିଁକି ଫିଟ୍‌ନେସ୍‌ କଥା ଉଠୁ ନଥିଲା ବୋଲି ମୋଇନ୍‌ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story