ସେଇ ଖରାପ ୪୫ ମିନିଟ୍...

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପରେ ଭାରତୀୟ ଟିମର ଅଭିଯାନ ବିଶ୍ୱକପରେ ଶେଷ ହୋଇଛି। ଭାରତୀୟ ଟିମ୍ ବୁଧବାର ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଛି। ବୋଲିଂରେ ତ ଟିମ୍ ଇଣ୍ଡିଆ ଦମ୍ ଦେଖାଇଲା, କିନ୍ତୁ ବ୍ୟାଟିଂରେ ଫେଲ୍ ମାରିଲା। ପ୍ରାରମ୍ଭିକ ୪୫ ମିନିଟ୍ ଭିତରେ ଶୀର୍ଷ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଥିଲା। ଚଳିତ ବିଶ୍ୱକପରେ ଭାରତର ତିତି ଟପ୍ ସ୍କୋର ରୋହିତ୍ ଶର୍ମା, ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ୱିକେଟ୍ ଯେପରି ତାସ […]

kohli

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 10:09 PM IST

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପରେ ଭାରତୀୟ ଟିମର ଅଭିଯାନ ବିଶ୍ୱକପରେ ଶେଷ ହୋଇଛି। ଭାରତୀୟ ଟିମ୍ ବୁଧବାର ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଛି। ବୋଲିଂରେ ତ ଟିମ୍ ଇଣ୍ଡିଆ ଦମ୍ ଦେଖାଇଲା, କିନ୍ତୁ ବ୍ୟାଟିଂରେ ଫେଲ୍ ମାରିଲା।

ପ୍ରାରମ୍ଭିକ ୪୫ ମିନିଟ୍ ଭିତରେ ଶୀର୍ଷ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଥିଲା। ଚଳିତ ବିଶ୍ୱକପରେ ଭାରତର ତିତି ଟପ୍ ସ୍କୋର ରୋହିତ୍ ଶର୍ମା, ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ୱିକେଟ୍ ଯେପରି ତାସ ଘର ଭଳି ଭାଙ୍ଗିପଡ଼ିଥିଲା। ଏହି ତିନି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଯଦି କ୍ଲିକ୍ କରିଥାନ୍ତେ, ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା।

ଭାରତ ଇନିଂସର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ ଟ୍ରେଣ୍ଟ ବୋଲ୍ଟ। ବୋଲ୍ଟ ଚମତ୍କାର ବୋଲିଂ କରି ମାତ୍ର ୧ ରନ୍ ଦେଇଥିଲେ। ପରବର୍ତ୍ତୀ ଓଭରରେ ବୋଲିଂ କରିଥିଲେ ମ୍ୟାଟ୍ ହେନରୀ। ହେନରୀ ନିଜର ପ୍ରଥମ ତିନି ବଲରେ ରୋହିତଙ୍କୁ ଅସୁବିଧାରେ ପକାଇଥିଲେ। କିନ୍ତୁ ଚତୁର୍ଥ ବଲରେ ରୋହିତଙ୍କୁ ନିଜ ସୁଇଂ ଜାଲରେ ଫସାଇ ନିଜ ଟିମକୁ ପ୍ରଥମ ସଫଳତା ଦେଇଥିଲେ।

ଏହା ପରେ ସବୁ ଭାର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରକୁ ଚାଲିଆସିଥିଲା। କିନ୍ତୁ ତୃତୀୟ ଓଭରରେ ବିରାଟଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ବୋଲ୍ଟ। ବୋଲ୍ଟ ବିରାଟଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହୋଇ ବିରାଟ୍ ରିଭ୍ୟୁ ନେଇଥିଲେ। ଦର୍ଶକ ଆଶା କରିଥିଲେ ଯେ, କାଳେ ବିରାଟ୍ ଆଉଟରୁ ବର୍ତ୍ତିଯିବେ, କିନ୍ତୁ ତାହା ହୋଇନଥିଲା। ବିରାଟ୍ ମଧ୍ୟ ରୋହିତଙ୍କ ଭଳି ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଶ୍ରୀଲଙ୍କା ବିପକ୍ଷରେ ଶତକ ମାରିଥିବା ଲୋକେଶ ରାହୁଲଙ୍କ ପାଖରେ ଆଉ ଏକ ଇନିଂସ୍ ଖେଳିବାର ଭଲ ସୁଯୋଗ ଥିଲା। କିନ୍ତୁ ହେନରୀ ନିଜର ଦ୍ୱିତୀୟ ଓଭରର ପ୍ରଥମ ବଲରେ ହିଁ ରାହୁଲଙ୍କ ଶିକାର କରି ଟିମ୍ ଇଣ୍ଡିଆ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନର ବାଟ ଦେଖାଇଥିଲେ। ୫ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ପ୍ରଶଂସକଙ୍କ ଆଶା ଏକପ୍ରକାର ଧୂଳିସାତ୍ ହୋଇଯାଇଥିଲା। ତେବେ ଏହି ସମୟରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ କ୍ରିଜରେ ଜମିବାକୁ ପ୍ରୟାସ କରିଥିଲେ।

ଦୁହେଁ ଠିକ୍ ସେୟା ମଧ୍ୟ କରିଥିଲେ। କାର୍ତ୍ତିକଙ୍କୁ ନିଜର କରାମତି ଦେଖାଇବା ପାଇଁ ଏହାଠାରୁ ଭଲ ସୁଯୋଗ ହୁଏତ କେବେବି ମିଳିନଥିବ। କିନ୍ତୁ ଏହି ଅଭିଜ୍ଞ ଏହି ସୁଯୋଗର ଉଚିତ୍ ଉପଯୋଗ କରିପାରିନଥିଲେ। ରାହୁଲଙ୍କ ପରି କାର୍ତ୍ତିକ ଖରାପ ଶଟ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ହେନରୀ ଆଉଟ୍ କରିଥିଲେ। ଏଥିସହ ଭାରତ ୧୦ ଓଭରରେ ୨୪ ରନ୍ ଭିତରେ ୪ ୱିକେଟ୍ ହରାଇ ଆଗୁଆ ସମର୍ପଣ କରିନେଇଥିଲା। ଏହା ପରେ ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଭାରତକୁ ବିଜୟୀ କରାଇପାରିନଥିଲେ।

Related story