ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲେ ଫୱାଦ୍ ମିର୍ଜା

ବେଙ୍ଗାଲୁରୁ: ଏସିଆନ୍ ଗେମ୍ସରେ ଦୁଇଥରର ରୌପ୍ୟ ପଦକ ବିଜେତା ଫୱାଦ୍ ମିର୍ଜା ପୋଲାଣ୍ଡର ଷ୍ଟ୍ରେଜଗମରେ ଆୟୋଜିତ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ଫୱାଦ୍ ବର୍ତ୍ତମାନ ଏସିଆ ପ୍ୟାସିଫିକ୍ ଜୋନର ଗ୍ରୁପ୍‌-ଜି’ରେ ସର୍ବାଧିକ ରାଙ୍କିଙ୍ଗପ୍ରାପ୍ତ ଘୋଡ଼ାଚାଳକ ଅଛନ୍ତି। ସେ ନିଜର ପ୍ରଥମ ଘୋଡ଼ା ଫର୍ନହିଲ୍ ଫେସଟାଇମ୍ ସହ ୩୪ ପଏଣ୍ଟ ଓ ଦ୍ୱିତୀୟ ଘୋଡ଼ା ଟଚିଙ୍ଗଉଡ୍ ସହ ୩୦ ପଏଣ୍ଟ ଏବଂ ଏବେ ନିଜର ତୃତୀୟ ଘୋଡ଼ା ଦଜାରା […]

mirza

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 07:08 PM IST

ବେଙ୍ଗାଲୁରୁ: ଏସିଆନ୍ ଗେମ୍ସରେ ଦୁଇଥରର ରୌପ୍ୟ ପଦକ ବିଜେତା ଫୱାଦ୍ ମିର୍ଜା ପୋଲାଣ୍ଡର ଷ୍ଟ୍ରେଜଗମରେ ଆୟୋଜିତ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ଫୱାଦ୍ ବର୍ତ୍ତମାନ ଏସିଆ ପ୍ୟାସିଫିକ୍ ଜୋନର ଗ୍ରୁପ୍‌-ଜି'ରେ ସର୍ବାଧିକ ରାଙ୍କିଙ୍ଗପ୍ରାପ୍ତ ଘୋଡ଼ାଚାଳକ ଅଛନ୍ତି।

ସେ ନିଜର ପ୍ରଥମ ଘୋଡ଼ା ଫର୍ନହିଲ୍ ଫେସଟାଇମ୍ ସହ ୩୪ ପଏଣ୍ଟ ଓ ଦ୍ୱିତୀୟ ଘୋଡ଼ା ଟଚିଙ୍ଗଉଡ୍ ସହ ୩୦ ପଏଣ୍ଟ ଏବଂ ଏବେ ନିଜର ତୃତୀୟ ଘୋଡ଼ା ଦଜାରା ସହ କ୍ୱାଲିଫାଇଙ୍ଗରେ ଭାଗ ନେଇଛନ୍ତି। ୮ ବର୍ଷୀୟ ଦଜାରର ଟ୍ରାକ୍ ରେକର୍ଡ ଜବରଦସ୍ତ ରହିଛି, ଯେଉଁଥିରେ ଜର୍ମାନୀ ଜାତୀୟ ଚାମ୍ପିୟନଶିପର ବିଜୟ ମଧ୍ୟ ସାମିଲ୍ ଅଛି।

ଏହି ସଫଳତା ପରେ ଫୱାଦ୍ କହିଛନ୍ତି, "ମୁଁ ନିଜର ନୂଆ ଅଶ୍ୱ ଦଜାରାକୁ ନେଇ ବହୁତ ଉତ୍ସାହିତ, ଯେଉଁଥିରେ ଅଲିମ୍ପିକରେ ସଫଳତା ଅର୍ଜନ କରିବାର ପର୍ଯ୍ୟାପ୍ତ କ୍ଷମତା ଅଛି।"

Related story