ଭାରତୀୟ ବିଶ୍ୱକପ୍‌ ଟିମ୍‌କୁ ସହଯୋଗ କରିବେ ଏହି ୪ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ୍‌ ଘୋଷଣା କରି ସାରିଛି। ତେବେ ଏହି ଟିମ୍‌କୁ ବିଶ୍ୱକପ୍‌ରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ବିସିସିଆଇ ୪ ଜଣ ଦ୍ରୁତ ବୋଲରଙ୍କୁ ଦଳ ସହ ସାମିଲ କରିଛି। ସେମାନେ ହେଲେ ଖଲୀଲ ଅହମ୍ମଦ, ଅଭେଶ ଖାନ୍‌, ଦୀପକ ଚହର ଓ ନଭଦୀପ ସାଇନି। ଏମାନେ ବିଶ୍ୱକପ୍‌ ଟିମ୍‌ରେ ଥିବା ଖେଳାଳିମାନଙ୍କୁ ନେଟ୍ସରେ ବୋଲିଂ କରିବେ। ଗତକାଲି ବିଶ୍ୱକପ୍‌ […]

swa

Hemant Lenka
  • Published: Tuesday, 16 April 2019
  • , Updated: 16 April 2019, 04:38 PM IST

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ୍‌ ଘୋଷଣା କରି ସାରିଛି। ତେବେ ଏହି ଟିମ୍‌କୁ ବିଶ୍ୱକପ୍‌ରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ବିସିସିଆଇ ୪ ଜଣ ଦ୍ରୁତ ବୋଲରଙ୍କୁ ଦଳ ସହ ସାମିଲ କରିଛି। ସେମାନେ ହେଲେ ଖଲୀଲ ଅହମ୍ମଦ, ଅଭେଶ ଖାନ୍‌, ଦୀପକ ଚହର ଓ ନଭଦୀପ ସାଇନି। ଏମାନେ ବିଶ୍ୱକପ୍‌ ଟିମ୍‌ରେ ଥିବା ଖେଳାଳିମାନଙ୍କୁ ନେଟ୍ସରେ ବୋଲିଂ କରିବେ।

ଗତକାଲି ବିଶ୍ୱକପ୍‌ ଟିମ୍‌ ପାଇଁ ଖେଳାଳି ଚୟନ ବେଳେ ନଭଦୀପ ସାଇନି ଓ ଖଲୀଲ ଅହମ୍ମଦଙ୍କ ନାଁକୁ ବିଚାରକୁ ନିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ୧୫ ଜଣିଆ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଥିଲେ।

ଏବେ ଏମାନଙ୍କୁ ଦଳର ବିଶ୍ୱକପ୍‌ ପାଇଁ ପ୍ରାକ୍ଟିସରେ ଉପଯୋଗ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୪ ଜଣ ଦ୍ରୁତ ବୋଲରଙ୍କ ମଧ୍ୟରୁ ୩ ଜଣ ଏବେ ଆଇପିଏଲ୍‌ରେ ଖେଳୁଛନ୍ତି। ନଭଦୀପ ଆରସିବି ପକ୍ଷରୁ ଖେଳୁଥିବା ବେଳେ ଖଲୀଲ ଅହମଦ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରହିଛନ୍ତି। ସେହିପରି ଦୀପକ ଚହର ଆରମ୍ଭରୁ ହିଁ ଚେନ୍ନାଇ ସୁପରକିଙ୍ଗସରେ ରହିଛନ୍ତି।

ଭାରତ ତା’ର ବଶ୍ୱକପ୍‌ ଅଭିଯାନ ଜୁନ୍‌ ୫ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ।

Related story