ଏସିଆନ୍ ବକ୍ସିଂ ଚାମ୍ପିୟନଶିପ୍‌: ଭାରତ ପାଇଁ ୪ ପଦକ ପକ୍କା କଲେ ବକ୍ସର

ବ୍ୟାଙ୍କକ: ଏଠାରେ ଚାଲିଥିବା ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି। ଏହି ଚାମ୍ପିୟନଶିପ୍‌ରେ ଭାରତର ୪ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗର ଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିଛନ୍ତି। ପୁରୁଷ ବିଭାଗର ୫୬ କେଜି ବର୍ଗରେ କାଭିନ୍ଦର ସିଂହ ବିଷ୍ଟ, ୪୯ କେଜି ବର୍ଗରେ ଦୀପକ ସିଂହ ଓ ୭୫ କେଜି ବର୍ଗରେ ଆଶୀଷ କୁମାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୂଜା ରାଣି ମହିଳା ବର୍ଗର ୭୫ […]

k

Hemant Lenka
  • Published: Thursday, 25 April 2019
  • , Updated: 25 April 2019, 06:27 PM IST

ବ୍ୟାଙ୍କକ: ଏଠାରେ ଚାଲିଥିବା ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି। ଏହି ଚାମ୍ପିୟନଶିପ୍‌ରେ ଭାରତର ୪ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗର ଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିଛନ୍ତି।

ପୁରୁଷ ବିଭାଗର ୫୬ କେଜି ବର୍ଗରେ କାଭିନ୍ଦର ସିଂହ ବିଷ୍ଟ, ୪୯ କେଜି ବର୍ଗରେ ଦୀପକ ସିଂହ ଓ ୭୫ କେଜି ବର୍ଗରେ ଆଶୀଷ କୁମାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୂଜା ରାଣି ମହିଳା ବର୍ଗର ୭୫ କେଜ ଇଭେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ମହିଳା ୬୦ କେଜି ବର୍ଗରେ ଭେଟରାନ୍‌ ଏଲ୍‌ ସରିତା ଦେବୀ ଓ ୫୪ କେଜି ବର୍ଗରେ ମନୀଷା ବ୍ରୋଞ୍ଜ ପଦକରେ ହିଁ ସନ୍ତୁଷ୍ଟ ହୋଇଛନ୍ତି।

Related story