କ୍ରିକେଟର ମହମ୍ମଦ ସାମିଙ୍କୁ ଘରେ ପଶି ପିଟିବାକୁ ଉଦ୍ୟମ, ୩ ଗିରଫ

ଗତ ଶନିବାର ଚାରି ଜଣ ବ୍ୟକ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ତାଙ୍କ ଘରେ ପଶି ପିଟିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସାମି ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଅବଶ୍ୟ ପରେ ସେମାନଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ଏହି ଚାରି ଜଣ ବ୍ୟକ୍ତି ସାମିଙ୍କୁ ଗାଳିଗୁଳଜ କରିବା ସହିତ ତାଙ୍କ ବିଲ୍ଡିଂର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଶନିବାର […]

Mohammed

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 08:13 AM IST

ଗତ ଶନିବାର ଚାରି ଜଣ ବ୍ୟକ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ତାଙ୍କ ଘରେ ପଶି ପିଟିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସାମି ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଅବଶ୍ୟ ପରେ ସେମାନଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ଏହି ଚାରି ଜଣ ବ୍ୟକ୍ତି ସାମିଙ୍କୁ ଗାଳିଗୁଳଜ କରିବା ସହିତ ତାଙ୍କ ବିଲ୍ଡିଂର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଶନିବାର ରାତିରେ ସାମି ତାଙ୍କ ପତ୍ନୀ ଓ ଝିଅ ସହିତ କୌଣସି ସ୍ଥାନରୁ ଫେରିବା ବେଳେ ଏକ ବାଇକ୍ ସେମାନଙ୍କ କାର ସମ୍ମୁଖକୁ ଆସି ଯାଇଥିଲା। ଏହାକୁ ନେଇ ବାଇକ୍ ଆରୋହୀ ସାମିଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି କାରରୁ ବାହାରିଲେ ସାଂଘାତିକ ସ୍ଥିତି ହେବ ବୋଲି କହିଥିଲେ। ତା’ପରେ ସେ ସେଠାରୁ ଫେରିଯାଇ ଆଉ ତିନି ଜଣଙ୍କୁ ଧରି ଆସିଲେ। ସେମାନେ ସାମି ରହୁଥିବା ବିଲ୍ଡିଂ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଘର ବାହାରେ ନିୟୋଜିତ ଗାର୍ଡକୁ ମାଡ଼ ମାରିଥିଲେ।

Related story