କାଲିଠୁ ସେମିଫାଇନାଲ୍‌ ପାଇଁ ଲଢ଼େଇ, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ବିଶ୍ୱ ଚାମ୍ପିୟନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ୧୯୯୮ର ବିଜେତା ଫ୍ରାନ୍ସ ଓ ୨ ଥର ବିଜେତା ଉରୁଗୁଏ। ପ୍ରିକ୍ୱାର୍ଟରରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି ବିଦାୟର ରାସ୍ତା ଦେଖାଇଥିଲା ଫ୍ରାନ୍ସ।  ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜୟ ଫ୍ରେଞ୍ଚ ଟିମ୍ ଦଳରେ ଅଛନ୍ତି ଦୃତ ଓ ପ୍ରତିଭା ସମ୍ପନ୍ନ ଖେଳାଳି। ୟଙ୍ଗ ଟ୍ୟାଲେଣ୍ଟ ଏମବାପେ ଏବଂ ଗ୍ରୀଜମ୍ୟନଙ୍କ ଉପରେ ନିର୍ଭର କରୁଛି  ଫରାସୀ ଦଳ। […]

960x0

960x0

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ୧୯୯୮ର ବିଜେତା ଫ୍ରାନ୍ସ ଓ ୨ ଥର ବିଜେତା ଉରୁଗୁଏ। ପ୍ରିକ୍ୱାର୍ଟରରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି ବିଦାୟର ରାସ୍ତା ଦେଖାଇଥିଲା ଫ୍ରାନ୍ସ।  ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜୟ ଫ୍ରେଞ୍ଚ ଟିମ୍ ଦଳରେ ଅଛନ୍ତି ଦୃତ ଓ ପ୍ରତିଭା ସମ୍ପନ୍ନ ଖେଳାଳି।

Image result for world cup 2018

ୟଙ୍ଗ ଟ୍ୟାଲେଣ୍ଟ ଏମବାପେ ଏବଂ ଗ୍ରୀଜମ୍ୟନଙ୍କ ଉପରେ ନିର୍ଭର କରୁଛି  ଫରାସୀ ଦଳ। ସେପଟେ ଫ୍ରାନ୍ସ ଚ୍ୟାଲେଞ୍ଜର ମୁକାବିଲା ପାଇଁ ତୟାର ଉରୁଗୁଏ। ଲିଗ ପର୍ଯ୍ୟାୟରେ ୩ଟିଯାକ ବିଜୟ ସହ ଅପରାଜେୟ ରହିଥିବା ଉରୁଗୁଏ, ସେମି ଫାଇନାଲକୁ ଉଠିବା ପାଇଁ ଭରପୂର ପ୍ରୟାସ କରିବ। ଦୁଇ ଥରର ବିଶ୍ୱ ଚାମ୍ପିୟାନ ଉରୁଗୁଏକୁ ରହିଛି ସୁଆରେଜ ଭଳି ଅଭିଜ୍ଞ ଖେଳାଳିଙ୍କ ଭରସା। ଫରୱାର୍ଡରେ କାଭାନିଙ୍କ ସହ ପାର୍ଟନରସିପ ବିପକ୍ଷ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିପାରେ। ଉରିଗୁଏର ରକ୍ଷଣ ଭାଗ ମଧ୍ୟ ବେଶ ଶକ୍ତିଶାଳୀ। ଜୋସ ଗିମିନେଜ ଏବଂ ଡିଏଗୋ ଗଡିନ ଡେଫେନ୍ସରେ ବେଶ ପ୍ରଭାବୀ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଚଳିତ ବିଶ୍ୱକପରେ ମାତ୍ର ଗୋଟିଏ ଗୋଲ ବରଣ କରିଛି ଉରୁଗୁଏ। ତେଣୁ ଫ୍ରାନ୍ସର ଆଟାକ ଏବଂ ଉରୁଗୁଏ ଡିଫେନ୍ସ ମଧ୍ୟରେ ଯେଉଁଟି ପ୍ରଭାବୀ ରହିବ, ଫଳାଫଲ ତାହାରି ଉପରେ ହିଁ ନିର୍ଭର କରିବ।Image result for uruguay vs france

ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମୁକାବିଲା ଟାଇଟଲ ଫେଭରାଇଟ୍ ବ୍ରାଜିଲ ଓ ବେଲଜିୟମ ମଧ୍ୟରେ ଖେଳାଯିବ। ମେକ୍ସିକୋକୁ ହରାଇ କ୍ୱାର୍ଟରକୁ ଆସିଛି ବ୍ରାଜିଲ। ୫ ଥରର ବିଶ୍ୱ ଚାମ୍ପିୟାନ ବ୍ରାଜିଲର ଅଭିଯାନ ଆଶାନୁରୂପ ରହିନାହିଁ। ଗତଥର ନିଜ ମାଟିରେ ବିଶ୍ୱକପ ଜିତିବାର ଅଧୁରା ସ୍ୱପ୍ନ ପୂରଣ କରିବ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବ୍ରାଜିଲ। ନଜର ରହିବ ଷ୍ଟାର ଷ୍ଟ୍ରାଇକର ନେମାରଙ୍କ ଉପରେ। ଏଥି ସହିତ କୋଟିନୋ ଏବଂ ଜିସସ ଯଦି ଲୟରେ ରହନ୍ତି , ପ୍ରତିପକ୍ଷ ପାଇଁ ଚ୍ୟାଲେଞ୍ଜ ହୋଇପାରେ।Image result for france football team

ସେପଟେ ବ୍ରାଜିଲ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବେଲଜିୟମ। ଜାପାନକୁ ସଂଘର୍ଷର୍ପୂର୍ଣ୍ଣ ପ୍ରି କ୍ୱାର୍ଟରରେ ପରାସ୍ତ କରି ବେଲଜିୟମ ନିଜ ଦକ୍ଷତା ପ୍ରମାଣିତ କରିଛି। ଲିଗ ପଯର୍ୟାୟରେ ୩ଟି ଯାକ ମ୍ୟାଚ ଜିତିଥିବା ବେଲଜିୟମ ଆଗରେ ରହିଛି ୩୨ ବର୍ଷ ପରେ ସେମି ଫାଇନାଲ ଖେଳିବାର ସୁଯୋଗ। ଜାପାନ ବିପକ୍ଷରେ ୨ଟି ଗୋଲ ପଛରେ ଥାଇ ମଧ୍ୟ କମବ୍ୟାକ କରି ମ୍ୟାଚ୍ ନିଜ ସପକ୍ଷରେ କରିବା ବେଲଜିୟମ ଟିମର ଦକ୍ଷତା ଦର୍ଶାଉଛି।Image result for brazil football vs belgium

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos