ଦ୍ୱିଶତକୀୟ ଇନିଂସରେ କୋହଲିଙ୍କ ରେକର୍ଡ ବର୍ଷା

ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ପୁଣେ ଟେଷ୍ଟରେ ନିଜର ଦ୍ୱିଶତକୀୟ ଇନିଂସ୍ ବଳରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି। • କୋହଲି ନିଜର ୮୧ତମ ଟେଷ୍ଟର ୧୩୮ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଟେଷ୍ଟରେ ଦ୍ରୁତ ୭ହଜାର […]

virat1

virat1

Ranjit Kumar Jena
  • Published: Friday, 11 October 2019
  • Updated: 11 October 2019, 06:38 PM IST

Sports

Latest News

ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ପୁଣେ ଟେଷ୍ଟରେ ନିଜର ଦ୍ୱିଶତକୀୟ ଇନିଂସ୍ ବଳରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି।

• କୋହଲି ନିଜର ୮୧ତମ ଟେଷ୍ଟର ୧୩୮ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଟେଷ୍ଟରେ ଦ୍ରୁତ ୭ହଜାର ରନ୍ କରିଛନ୍ତି। ଇଂଲଣ୍ଡର ୱାଲୀ ହେମଣ୍ଡ୍ (୧୩୧ ଇନିଂସ୍‌), ଭାରତର ବୀରେନ୍ଦ୍ର ସେହ୍ୱାଗ (୧୩୪ ଇନିଂସ୍‌) ଓ ସଚିନ ତେନ୍ଦୁଲକର (୧୩୬ ଇନିଂସ୍‌)ରେ ଏହି ରେକର୍ଡ କରିଛନ୍ତି। ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ଗ୍ୟାରୀ ସୋବର୍ସ ଓ କୁମାର ସାଙ୍ଗାକାରା ୧୩୮ ଇନିଂସରେ ୭ହଜାର ପୂରଣ କରିଥିଲେ।

• କୋହଲି ଭାରତର ପ୍ରଥମ କ୍ୟାପଟେନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦ ଶତକ (୧୯ ଟେଷ୍ଟ, ୨୧ ଦିନିକିଆ) ମାରିବାର ରେକର୍ଡ କରିଛନ୍ତି। ତାଙ୍କ ଆଗରେ ଅଛନ୍ତି ଅଷ୍ଟ୍ରେଲିଆ ରିକି ପଣ୍ଟିଂ, ଯିଏ କ୍ୟାପଟେନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୧ (୧୯ ଟେଷ୍ଟ, ୨୨ ଦିନିକିଆ) ଶତକ ମାରିଛନ୍ତି।

• କୋହଲି ମଧ୍ୟ କ୍ୟାପଟେନ୍ ଭାବେ ସର୍ବାଧିକଥର ୧୫୦ରୁ ରନ୍ କରି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି। ବ୍ରାଡମ୍ୟାନ୍ ୮ଥର ଏହି ଉପଲବ୍ଧି ହାସଲ କରିଥିବା ବେଳେ କୋହଲି ୯ଥର ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା ପରେ ମାଇକେଲ୍ କ୍ଲାର୍କ (୭), ମାହେଲା ଜୟବର୍ଦ୍ଧନେ (୭), ବ୍ରାଏନ୍ ଲାରା (୭) ଓ ଗ୍ରେସ୍ ସ୍ମିଥ୍ (୭) ରହିଛନ୍ତି।

• ଟେଷ୍ଟ କ୍ୟାପଟେନ୍ ଭାବେ କୋହଲି ୧୯ ଶତକ ମାରି ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ଏହି ମାମଲାରେ ସବୁଠାରୁ ଆଗରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥ୍‌, ଯିଏ ୨୫ ଶତକ ମାରିଛନ୍ତି।

• ପୁଣେ ଟେଷ୍ଟରେ କୋହଲି ଅପରାଜିତ ୨୫୪ ରନ୍ କରିଛନ୍ତି, ଯାହା ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍କୋର। ଏହା ପୂର୍ବରୁ ୨୦୧୭ରେ ସେ ଶ୍ରୀଲଙ୍କା ବିପକ୍ଷରେ ୨୪୩ ରନ୍ କରିଥିଲେ।

• ପୁଣେରେ କୋହଲି ନିଜର ୨୬ତମ ଟେଷ୍ଟ ଶତକ ପୂରଣ କରି ପାକିସ୍ତାନର ପୂର୍ବତନ କ୍ରିକେଟର ଇଞ୍ଜାମାମ୍ ଉଲ୍‌-ହକ୍ (୨୫)ଙ୍କୁ ଟପିଛନ୍ତି। ବର୍ତ୍ତମାନ ସେ ଗ୍ୟାରୀ ସୋବର୍ସ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କ ସହ ବରାବର କରିଛନ୍ତି।

• କୋହଲି ୭ହଜାର ରନ୍ ପୂରଣ କରି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଦିଲୀପ ଭେଙ୍ଗସରକାର (୬୮୬୮ ରନ୍‌)ଙ୍କୁ ପଛରେ ପକାଇଛନ୍ତି। କୋହଲି ଏବେ ଭାରତର ସପ୍ତମ ସର୍ବାଧିକ ଟେଷ୍ଟ ସ୍କୋରର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମାମଲାରେ ସଚିନ ତେନ୍ଦୁଲକର ୧୫୯୨୧ ରନ୍ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ରାହୁଲ୍ ଡ୍ରାଭିଡ୍ ୧୩୨୮୮ ରନ୍ ସହ ଦ୍ୱିତୀୟ, ସୁନୀଲ ଗାଭାସ୍କର ୧୦୧୨୨ ରନ୍ ସହ ତୃତୀୟ, ଭିଭିଏସ୍ ଲକ୍ଷ୍ମଣ ୮୭୮୧ ରନ୍ ସହ ଚତୁର୍ଥ, ସେହ୍ୱାଗ ୮୫୮୬ ରନ୍ ସହ ପଞ୍ଚମ ଓ ସୌରଭ ଗାଙ୍ଗୁଲି ୭୨୧୨ ରନ୍ ସହ ଷଷ୍ଠ ସ୍ଥାନରେ ଅଛନ୍ତି।

• କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ସବୁଠାରୁ କମ୍ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧ହଜାର ରନ୍ ପୂରଣ କରିଛନ୍ତି। ସେ ମାତ୍ର ୧୯ ଇନିଂସରେ ଏହି କାରନାମା କରି ସେହ୍ୱାଗ (୨୦ ଇନିଂସ୍‌)ଙ୍କୁ ଟପିଛନ୍ତି। ସଚିନ ୨୯ ଏବଂ ଡ୍ରାଭିଡ୍ ୩୦ ଇନିଂସରେ ୧ହଜାର ରନ୍ ପୂରଣ କରିଥିଲେ। କୋହଲି ଭାରତୀୟ କ୍ୟାପଟେନ୍ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହା ପୂର୍ବରୁ ୧୯୯୬-୯୭ରେ କେପ୍ ଟାଉନ୍ ଟେଷ୍ଟରେ ସଚିନ ୧୬୯ ରନ୍ କରିଥିଲେ।

• କୋହଲି ୬ ଅଲଗା ଅଲଗା ଟିମ୍ (ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ୍‌, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌) ବିରୋଧରେ ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ କୁମାର ସାଙ୍ଗାକାରା ଓ ୟୁନିସ୍ ଖାନଙ୍କ ନାଁରେ ଏହି ରେକର୍ଡ ରହିଛି। ଅଷ୍ଟ୍ରେଲିଆ ବିରୋଧରେ କୋହଲି ଗୋଟିଏ ଦ୍ୱିଶତକ ମାରିନାହାନ୍ତି।

• କୋହଲି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୨୫୦ରୁ ଅଧିକ ରନ୍ କରିଛନ୍ତି। ଏହି ମାମଲାରେ କୋହଲି ଏବେ ଭିଭିଏସ୍ ଲକ୍ଷ୍ମଣ, ସେହ୍ୱାଗ, ଡ୍ରାଭିଡ୍ ଓ କରୁନ୍ ନାୟରଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ସେହ୍ୱାଗ ସର୍ବାଧିକ ୪ଥର ୨୫୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଥରେରୁ ଅଧିକ ଏହି କାରନାମା କରିପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story