ଦର୍ଶକଙ୍କ ପାଇଁ ଖୋଲିଲା ୬ ନମ୍ବର ଗ୍ୟାଲେରୀ

କଟକ (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଟିମ୍ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ଟିମ୍ ଗୋଟିଏ ଦିନ ବିଶ୍ରାମ ନେବା ପରେ ଶନିବାର ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଆସିଥିଲେ। ଉଭୟ ଦଳର ଖେଳାଳିଙ୍କୁ ଦେଖିବା ପାଇଁ ଆଜି ସକାଳେ ୬ ନମ୍ବର ଗ୍ୟାଲେରୀ ସାଧାରଣ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା। କେବଳ କଟକ ନୁହେଁ, ବାହାରୁ ମଧ୍ୟ ଅନେକ ପ୍ରଶଂସକ ଅଭ୍ୟାସ ଏବଂ ମ୍ୟାଚ୍ ଦେଖିବା ପାଇଁ ଏଠାରେ ପହଞ୍ଚିଛନ୍ତି। ଅଭ୍ୟାସ ଦେଖିବା ପାଇଁ ୬ ନମ୍ବର ଗ୍ୟାଲେରୀ […]

barabati

barabati

Ranjit Kumar Jena
  • Published: Saturday, 21 December 2019
  • Updated: 21 December 2019, 04:46 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଟିମ୍ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ଟିମ୍ ଗୋଟିଏ ଦିନ ବିଶ୍ରାମ ନେବା ପରେ ଶନିବାର ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଆସିଥିଲେ। ଉଭୟ ଦଳର ଖେଳାଳିଙ୍କୁ ଦେଖିବା ପାଇଁ ଆଜି ସକାଳେ ୬ ନମ୍ବର ଗ୍ୟାଲେରୀ ସାଧାରଣ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା।

କେବଳ କଟକ ନୁହେଁ, ବାହାରୁ ମଧ୍ୟ ଅନେକ ପ୍ରଶଂସକ ଅଭ୍ୟାସ ଏବଂ ମ୍ୟାଚ୍ ଦେଖିବା ପାଇଁ ଏଠାରେ ପହଞ୍ଚିଛନ୍ତି। ଅଭ୍ୟାସ ଦେଖିବା ପାଇଁ ୬ ନମ୍ବର ଗ୍ୟାଲେରୀ ସମ୍ପୂର୍ଣ୍ଣ ଭରି ଯାଇଥିଲା। ସକାଳେ ଭାରତୀୟ ଟିମ୍ ପ୍ରଥମେ ଅଭ୍ୟାସ କରିବାକୁ ଆସିଥିଲେ। ନିଜର ପ୍ରିୟ ଖେଳାଳିଙ୍କୁ ଅଭ୍ୟାସ କରୁଥିବାର ଦେଖି ଗ୍ୟାଲେରୀରେ ଦର୍ଶକ ଖୁବ୍ ଉତ୍ସାହିତ ହୋଇ ପଡ଼ିଥିଲେ।

ବିଶେଷକରି ବିରାଟ୍ କୋହଲିଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଅଭ୍ୟାସ କରିଥିଲେ ଏବଂ ଅପରାହ୍ଣ ୨ଟା ବେଳେ ପୁଣିଥରେ ହୋଟେଲକୁ ଫେରିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos