କେକେଆର୍‌ ଦଳରୁ ତଡ଼ା ଖାଇଲେ ଗମ୍ଭୀର: ଟିମ୍‌କୁ ଦୁଇ ଥର ଚାମ୍ପିୟନ କରିଥିଲେ ବି ଏବେ ଅଲୋଡ଼ା....

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ୨୦୧୮ ପାଇଁ ସମସ୍ତ ୮ଟି ଟିମ୍‌ ସେମାନଙ୍କର ପ୍ରଥମ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିଛି। ଏହା ମଧ୍ୟରେ କ୍ରିକେଟ୍‌ ପ୍ରେମୀଙ୍କୁ ସବୁଠୁ ଆଶ୍ଚର୍ଯ୍ୟ କରିଛି କୋଲକାତା ନାଇଟ୍‌ ରାଇଡର୍ସ ରିଟେନ ଖବରକୁ ଶୁଣି। କାରଣ କୋଲକାତା ଟିମରେ ସଫଳତମ ଅଧିନାୟକ ଭାବେ ଗୌତମ ଗମ୍ଭୀର ଅନେକ ମ୍ୟାଚ୍‌ ଜିତାଇଥିବା ବେଳେ କେକେଆର୍‌କୁ ଆଇପିଏଲ୍ ଚାମ୍ପିୟନ ମଧ୍ୟ କରିଛନ୍ତି। ହେଲେ କେକେଆର୍ ଏବେ ଗମ୍ଭୀରଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ତାଙ୍କୁ ରିଟେନ୍‌ କରିନାହିଁ। […]

587456-gambhir-srk-kkr

587456-gambhir-srk-kkr

Ordigital Desk
  • Published: Friday, 05 January 2018
  • Updated: 05 January 2018, 09:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ୨୦୧୮ ପାଇଁ ସମସ୍ତ ୮ଟି ଟିମ୍‌ ସେମାନଙ୍କର ପ୍ରଥମ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିଛି। ଏହା ମଧ୍ୟରେ କ୍ରିକେଟ୍‌ ପ୍ରେମୀଙ୍କୁ ସବୁଠୁ ଆଶ୍ଚର୍ଯ୍ୟ କରିଛି କୋଲକାତା ନାଇଟ୍‌ ରାଇଡର୍ସ ରିଟେନ ଖବରକୁ ଶୁଣି। କାରଣ କୋଲକାତା ଟିମରେ ସଫଳତମ ଅଧିନାୟକ ଭାବେ ଗୌତମ ଗମ୍ଭୀର ଅନେକ ମ୍ୟାଚ୍‌ ଜିତାଇଥିବା ବେଳେ କେକେଆର୍‌କୁ ଆଇପିଏଲ୍ ଚାମ୍ପିୟନ ମଧ୍ୟ କରିଛନ୍ତି। ହେଲେ କେକେଆର୍ ଏବେ ଗମ୍ଭୀରଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ତାଙ୍କୁ ରିଟେନ୍‌ କରିନାହିଁ। ଯାହା ତାଙ୍କ ପ୍ରଶଂସକକୁ ନିରାଶ କରିଛି। ଗମ୍ଭୀର କୋଲକତାରୁ ବିଦାୟ ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋଲକାତା ଗମ୍ଭୀରଙ୍କୁ ଛାଡ଼ି ୱେଷ୍ଟଇଣ୍ଡିଜ୍ ଖେଳାଳି ସୁନିଲ ନାରାୟଣ ଓ ରସେଲ୍‌ଙ୍କୁ ରିଟେନ୍‌ କରିଛି।

ଜାନୁଆରୀ ୨୭ ତାରିଖରେ ଆଇପିଏଲ୍ ୨୦୧୮ ପାଇଁ  ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ତେଣୁ ଗମ୍ଭୀରଙ୍କୁ କେକେଆର ରିଟେନ୍ କରିନଥିବାରୁ ସେ ସିଧାସଳଖ ନିଲାମୀ ପ୍ରକ୍ରିୟାକୁ ଯିବେ। ଚଳିତ ବର୍ଷ କେକେଆର ନୂଆ ଅଧିନାୟକ ସହ ପଡ଼ିଆକୁ ଓହ୍ଲାଇବ।

ଗମ୍ଭୀର କୋଲକାତା ଟିମରେ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ରହିଥିଲେ। ଏହାରି ମଧ୍ୟରେ ସେ ୨୫୩୭ରନ କରିଥିଲେ। ଏହାସହ ଦୁଇ ଦୁଇ ଥର ଆଇପିଏଲ ଚାମ୍ପିୟନ ମଧ୍ୟ କରାଇଥିଲେ କେକେଆର୍‌କୁ। ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ଅଧିନାୟକତ୍ୱରେ କେକେଆର୍‌ ଚାମ୍ପିୟନ ହୋଇଥିଲା।

୨୦୧୮ ଆଇପିଏଲ୍‌ରେ ଭାଗ ନେଉଥିବା ସମସ୍ତ ୮ଟି ଟିମ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ବେଙ୍ଗାଲୋର ରୟାଲ ଚ୍ୟାଲେଞ୍ଜ ନିଜ ଅଧିନାୟକ ବିରାଟ କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ୍‌ କରିଛି। ଏହାପରେ କୋହଲି ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଯାଇଛନ୍ତି। ସେହିପରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘର ବାହୁଡା ହୋଇଛି। ଚେନ୍ନାଇ ସୁପର କିଙ୍ଗ ରିଟେନ୍‌ କରିଛି। ଏହାସହ ସୁରେଶ ରାଇନାଙ୍କୁ ମଧ୍ୟ ଚେନ୍ନାଇ ରିଟେନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos