କୋଲକାତାରୁ ବିଦା ହେବା ପରେ ଏବେ ଏହି ଟିମ୍‌ରୁ ଆଇପିଏଲ୍‌ ଖେଳିପାରନ୍ତି ଗମ୍ଭୀର: ଇସାରା ଦେଲା ଫ୍ରାଞ୍ଚାଇଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଏପ୍ରିଲ, ୨୦୧୧ ମସିହା ବିଶ୍ୱକପ ଫାଇନାଲରେ ଗୌତମ ଗମ୍ଭୀର ଓ ଧୋନୀଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହୋଇପାରିଥିଲା। ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଯେତେବେଳେ ଫେଲ୍‌ ମାରିଥିଲେ ସେତେବେଳେ ଗମ୍ଭୀର ଓ ଧୋନୀ ଶ୍ରୀଲଙ୍କା ବୋଲରଙ୍କୁ ସାମ୍ନା କରି ଟିମକୁ ବିଶ୍ୱ ବିଜୟୀ କରାଇଥିଲେ। ବିଶେଷ କରି ଗମ୍ଭୀରଙ୍କ ପାଳି ବେଶ ଚିତାକର୍ଷକ ଥିଲା। କେବଳ ଏତିକି ନୁହେଁ ଆଇପିଏଲରେ ମଧ୍ୟ ଗମ୍ଭୀର କୋଲକାତା ନାଇଟ୍‌ […]

Untitled-design-11

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 04:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨ ଏପ୍ରିଲ, ୨୦୧୧ ମସିହା ବିଶ୍ୱକପ ଫାଇନାଲରେ ଗୌତମ ଗମ୍ଭୀର ଓ ଧୋନୀଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହୋଇପାରିଥିଲା। ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଯେତେବେଳେ ଫେଲ୍‌ ମାରିଥିଲେ ସେତେବେଳେ ଗମ୍ଭୀର ଓ ଧୋନୀ ଶ୍ରୀଲଙ୍କା ବୋଲରଙ୍କୁ ସାମ୍ନା କରି ଟିମକୁ ବିଶ୍ୱ ବିଜୟୀ କରାଇଥିଲେ।

ବିଶେଷ କରି ଗମ୍ଭୀରଙ୍କ ପାଳି ବେଶ ଚିତାକର୍ଷକ ଥିଲା। କେବଳ ଏତିକି ନୁହେଁ ଆଇପିଏଲରେ ମଧ୍ୟ ଗମ୍ଭୀର କୋଲକାତା ନାଇଟ୍‌ ରାଇଡର୍ସ ଦଳ ପକ୍ଷରୁ ଖେଳି ଟିମ୍‌କୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ତାଙ୍କ ଅଧିନାୟକତ୍ୱରେ କେକେଆର୍‌ ଦଳ ଦୁଇ ଦୁଇ ଥର ଚାମ୍ପିୟନ ହୋଇଛି। ହେଲେ ୨୦୧୮ ହେବାକୁ ଥିବା ଆଇପିଏଲରେ କେକେଆର୍‌ରେ ଗୌତମ ଗମ୍ଭୀରଙ୍କୁ ଆଉ ଦେଖିବାକୁ ପାଇବେନି ଦର୍ଶକ। ଶାହାରୁଖ ଖାନ୍‌ଙ୍କ କେକେଆର ଏଥର ଗୌତମ ଗମ୍ଭୀରଙ୍କୁ ଦଳରେ ସ୍ଥାନ ଦେଇନାହିଁ।

ଆଇପିଏଲ ନିୟମ ଅନୁସାରେ ଜାନୁଆରୀ ୪ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ପ୍ରତ୍ୟେକ ଫଞ୍ଚାଇଜ୍‌ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିପାରିବାର ଥିଲା। ହେଲେ କେକେଆର୍‌ ଏଥର ସଫଳ ଅଧିନାୟକ ଗମ୍ଭୀରଙ୍କୁ ରେଟେନ୍‌ କରି ନଥିବାରୁ ସେ ସିଧାସଳଖ ନିଲାମି ପ୍ରକ୍ରିୟାରେ ସାମିଲ ହେବେ।  

ଅନ୍ୟପଟେ ଗମ୍ଭୀର ଏଥର ଚେନ୍ନାଇ ସୁପର କିଙ୍ଗ୍ସ୍‌ ଦଳରେ ସ୍ଥାନ ପାଇପାରନ୍ତି। ଏନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ସିଏସ୍‌କେର ଜଣେ ପ୍ରଶଂସକ ଏହି ସୂଚନ ଦେଇଛନ୍ତି ଯେ, ଗମ୍ଭୀର ଆଗାମୀ ଆଇପିଏଲରେ ସିଏସ୍‌କେ ଦଳରେ ସାମିଲ ହୋଇପାରନ୍ତି। ଏଥିପାଇଁ ସିଏସ୍‌କେ ଅଧିକ ଦାମରେ ଗମ୍ଭୀରଙ୍କୁ କିଣିପାରେ। ଏହାପରେ ସିଏସ୍‌କେ ମଧ୍ୟ ଇସାରାରେ ଏହାର ଜବାବ ଦେଇଛି।

Related story