ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ପାକ କ୍ରିକେଟରଙ୍କ ବିରୋଧ

ଇସଲାମାବାଦ: ବସିସିଆଇ ବସ ହେବା ପରେ ସୌରଭ ଗାଙ୍ଗୁଲି ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ଗାଙ୍ଗୁଲି ବସିସିଆଇ ସଭାପତି ହେବା ପରେ କୋଲକାତାରେ ଟିମ୍‌ ଇଣ୍ଡିଆ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ କରିଥିଲେ। ଏବେ ଗାଙ୍ଗୁଲି ପ୍ରତିବର୍ଷ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଆଉ ଗୋଟିଏ ଦେଶ ଏହି ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ଖେଳିବା ଦରକାର ବୋଲି ଗାଙ୍ଗୁଲି ପ୍ରସ୍ତାବ […]

ww

Hemant Lenka
  • Published: Wednesday, 25 December 2019
  • , Updated: 25 December 2019, 05:50 PM IST

ଇସଲାମାବାଦ: ବସିସିଆଇ ବସ ହେବା ପରେ ସୌରଭ ଗାଙ୍ଗୁଲି ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ଗାଙ୍ଗୁଲି ବସିସିଆଇ ସଭାପତି ହେବା ପରେ କୋଲକାତାରେ ଟିମ୍‌ ଇଣ୍ଡିଆ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ କରିଥିଲେ।

ଏବେ ଗାଙ୍ଗୁଲି ପ୍ରତିବର୍ଷ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଆଉ ଗୋଟିଏ ଦେଶ ଏହି ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ଖେଳିବା ଦରକାର ବୋଲି ଗାଙ୍ଗୁଲି ପ୍ରସ୍ତାବ ରଖିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କିଛି ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି।

ଏହି କ୍ରମରେ ପାକିସ୍ତାନ ଟିମର ପୂର୍ବତନ କ୍ୟାପ୍ଟେନ ରଶିଦ ଲତିଫ କହିଛନ୍ତି, “ଗାଙ୍ଗୁଲିଙ୍କ ଏହି ପ୍ରସ୍ତାବ ଏକ ଫ୍ଲପ ଯୋଜନା। ପୂର୍ବରୁ ବିଗ୍‌ ଥ୍ରୀ ମଡେଲ ଯେଉଁ ଭଳି ଲୋକହସା ହୋଇଥିଲା, ଏହା ମଧ୍ୟ ଫେଲ ମାରିବ। ଏଭଳି ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ୟ ଦେଶଗୁଡ଼ିକୁ ଅଣଦେଖା କରିବା ଆଦୌ ଭଲ ଖବର ନୁହେଁ। କିଛି ବର୍ଷ ତଳେ ବିଗ୍‌ ଥ୍ରୀ ମଡେଲ ଆରମ୍ଭ ହୋଇଥିଲା। କିନ୍ତୁ ଏହା ଫ୍ଲପ ହୋଇଗଲା। ତେଣୁ ଏହା ମଧ୍ୟ ଫ୍ଲପ ହେବ।”

ଆଇସିସି ବିଗ୍‌ ଥ୍ରୀ ମଡେଲ ଆରମ୍ଭ କରିଥିଲା। ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏଥିରେ ଭାଗ ନେଉଥିଲେ। କିନ୍ତୁ ଆଇସିସିର ରାଜସ୍ୱ ଉପରେ ଏହି ମ୍ୟାଚ ଗୁଡ଼ିକର ପ୍ରଭାବ ପଡ଼ିଥିଲା। ଫଳରେ ଆଇସିସି ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।

Related story