ଗିଲ୍ ଓ ରସେଲଙ୍କ ଧୂଆଁଧାର ବ୍ୟାଟିଂ: କେକେଆର୍ ୧୭୮/୭

କୋଲକାତା: ଚଳିତ ଆଇପିଏଲର ଶୁକ୍ରବାର ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ଶୁବମାନ ଗିଲଙ୍କ ଅର୍ଦ୍ଧଶତକ ଓ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ କରିଛି। ଗିଲ୍ ୩୯ ବଲରେ ୭ ଚୌକା ଓ ୨ ଛକା ସହ ୬୫ ଏବଂ ରସେଲ୍ ୨୧ ବଲରେ ୩ ଚୌକା ଓ […]

gill

gill

Ranjit Kumar Jena
  • Published: Friday, 12 April 2019
  • Updated: 12 April 2019, 09:51 PM IST

Sports

Latest News

କୋଲକାତା: ଚଳିତ ଆଇପିଏଲର ଶୁକ୍ରବାର ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ଶୁବମାନ ଗିଲଙ୍କ ଅର୍ଦ୍ଧଶତକ ଓ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ କରିଛି।

ଗିଲ୍ ୩୯ ବଲରେ ୭ ଚୌକା ଓ ୨ ଛକା ସହ ୬୫ ଏବଂ ରସେଲ୍ ୨୧ ବଲରେ ୩ ଚୌକା ଓ ୪ ଛକା ସହାୟତାରେ ୪୫ ରନ୍ କରିଛନ୍ତି। ଦିଲ୍ଲୀକୁ ବିଜୟ ପାଇଁ ନିର୍ଦ୍ଧାରିତ ଓଭରରେ ୧୭୯ ରନ୍ କରିବାକୁ ପଡ଼ିବ। ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ପ୍ରଥମ ବଲରେ ଝଟକା ଲାଗିଥିଲା। ଆଇପିଏଲରେ ଡେବ୍ୟୁ କରିଥିବା ଜୋ ଡେନଲୀ ଖାତା ଖୋଲିବା ପୂର୍ବରୁ ଈଶାନ୍ତ ଶର୍ମାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଶୁବମାନ ଓ ରବିନ୍ ଉଥାପ୍ପା ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ।

ଉଥାପ୍ପା ୨୮ ରନ୍ କରି କାଗିସୋ ରବାଡାଙ୍କ ବଲରେ ଆଉଟ୍ ହୋଇଥିଲେ। ନୀତୀଶ ରାଣା (୧୧) ନିରାଶ କରିଥିବା ବେଳେ ଶୁବମାନ ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦଳର ସ୍କୋର ୧୧୫ ଥିବା ବେଳେ ଗିଲ କୀମୋ ପଲଙ୍କ ଶିକାର ହୋଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ (୨) ପୁଣିଥରେ ଫେଲ୍ ମାରିଥିଲେ।

ତେବେ ଇନଫର୍ମ ରସେଲ୍ ପୁଣି ଏକ ଧୂଆଁଧାର ଇନିଂସ ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶେଷଭାଗରେ କାର୍ଲସ୍ ବ୍ରାଥୱେଟ୍ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ପୀୟୂଷ ଚାୱଲା ୧୪ ଓ କୁଲଦୀପ ଯାଦବ ୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ କ୍ରିସ୍ ମୋରିସ୍ ଓ ରବାଡା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos