ଶଦାବ ଜକାତିଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଗୋଆର ସ୍ପିନ୍ ବୋଲିଂ ଅଲରାଉଣ୍ଡର ଶଦାବ ଜକାତି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯୯୮-୯୯ରେ ପ୍ରଥମଶ୍ରେଣୀ ଏବଂ ଲିଷ୍ଟ୍‌-ଏ’ରେ ଡେବ୍ୟୁ କରିଥିବା ଜକାତିଙ୍କ କ୍ୟାରିୟର ଭଲ ରହିଥିଲା, କିନ୍ତୁ ଏହି ୩୯ ବର୍ଷୀୟ କ୍ରିକେଟରଙ୍କୁ କେଉଁଠି ନାଁ କେଉଁଠି ନିଜ କ୍ୟାରିୟରରେ ବ୍ରେକ୍ ଲଗାଇବାର ଥିଲା। ଶୁକ୍ରବାର ଅବସର ସମ୍ବନ୍ଧରେ ଜକାତି କହିଛନ୍ତି, “ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରୁଛି। ଅବସର ନେଇ ମୁଁ ଗତ କିଛି ମାସ ହେବ ଯୋଜନା କରୁଥିଲି […]

jakati

Ranjit Kumar Jena
  • Published: Friday, 27 December 2019
  • , Updated: 27 December 2019, 07:07 PM IST

ନୂଆଦିଲ୍ଲୀ: ଗୋଆର ସ୍ପିନ୍ ବୋଲିଂ ଅଲରାଉଣ୍ଡର ଶଦାବ ଜକାତି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯୯୮-୯୯ରେ ପ୍ରଥମଶ୍ରେଣୀ ଏବଂ ଲିଷ୍ଟ୍‌-ଏ'ରେ ଡେବ୍ୟୁ କରିଥିବା ଜକାତିଙ୍କ କ୍ୟାରିୟର ଭଲ ରହିଥିଲା, କିନ୍ତୁ ଏହି ୩୯ ବର୍ଷୀୟ କ୍ରିକେଟରଙ୍କୁ କେଉଁଠି ନାଁ କେଉଁଠି ନିଜ କ୍ୟାରିୟରରେ ବ୍ରେକ୍ ଲଗାଇବାର ଥିଲା।

ଶୁକ୍ରବାର ଅବସର ସମ୍ବନ୍ଧରେ ଜକାତି କହିଛନ୍ତି, "ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରୁଛି। ଅବସର ନେଇ ମୁଁ ଗତ କିଛି ମାସ ହେବ ଯୋଜନା କରୁଥିଲି ଏବଂ ଆଜି ଏହା ଉପରେ ପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏତେ ବର୍ଷ ଧରି ମୋତେ ଖେଳିବାକୁ ସୁଯୋଗ ଦେଇଥିବାରୁ ମୁଁ ଗୋଆ କ୍ରିକେଟ୍ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଉଛି।"

ସୂଚନାଯୋଗ୍ୟ, ଜକାତି ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ଖେଳିଥିଲେ। ଜକାତି କହିଛନ୍ତି, ଆଇପିଏଲ୍ ଖେଳିବା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା। ବିଶେଷକରି ଧୋନି, ମାଥ୍ୟୁ ହେଡେନ୍ ଏବଂ ଅନ୍ୟ ଷ୍ଟାରଙ୍କ ସହ ଖେଳିବା ମୋ ପାଇଁ ସମ୍ମାନର କଥା। ୨୦୧୦ ଆଇପିଏଲରେ ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିବା କ୍ୟାରିୟରର ଖାସ୍ ମୁହୂର୍ତ୍ତ ଥିଲା। କ୍ରିକେଟରୁ ଅବସର ପରେ ମୁଁ ଏବେ କୋଚିଂ କ୍ଷେତ୍ରରେ ପାଦ ଦେବି ବୋଲି ଜକାତି କହିଛନ୍ତି।

ନିଜର ୨୦ରୁ ଅଧିକ ବର୍ଷର କ୍ରିକେଟ୍ କ୍ୟାରିୟରରେ ଜକାତି ୯୨ଟି ପ୍ରଥମଶ୍ରେଣୀ ମ୍ୟାଚ୍‌, ୮୨ ଲିଷ୍ଟ-ଏ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳି ମୋଟ ୪୦୦ରୁ ଅଧିକ ୱିକେଟ୍ ନେଇଛନ୍ତି। ସେହିପରି ସେ ଆଇପିଏଲରେ ୫୭ ମ୍ୟାଚ୍ ଖେଳି ୪୭ ୱିକେଟ୍ ହାସଲ କରିଛନ୍ତି।

Related story