ଟେଷ୍ଟ କ୍ରିକେଟର ଭବିଷ୍ୟତ ପାଇଁ ସଚିନଙ୍କ ଚିନ୍ତା

ମୁମ୍ବାଇ: ଟେଷ୍ଟ କ୍ରିକେଟ ଧୀରେଧୀରେ ଲୋକପ୍ରିୟତା ହରାଉଥିବାରୁ ଆଇସିସି ନୂଆ ବ୍ୟବସ୍ଥାର ପ୍ରଣୟନ କରିଛି। ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ କରାଯାଇଛି। ତଥାପି ଟେଷ୍ଟ କ୍ରିକେଟ ଯେ ଲୋକପ୍ରିୟତା ହାସଲ କରିପାରିବ, ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ସେ କହିଛନ୍ତି, “ଯଦି ଟେଷ୍ଟ କ୍ରିକେଟ ବଞ୍ଚିବ ରହିବ, ତା’ହେଲେ ଏଥିପାଇଁ ଉତ୍ତମ ପିଚ୍‌ ନିର୍ମାଣ କରିବାକୁ ପଡ଼ିବ। ପିଚ୍‌ ଉପରେ ହିଁ […]

w

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 04:28 PM IST

ମୁମ୍ବାଇ: ଟେଷ୍ଟ କ୍ରିକେଟ ଧୀରେଧୀରେ ଲୋକପ୍ରିୟତା ହରାଉଥିବାରୁ ଆଇସିସି ନୂଆ ବ୍ୟବସ୍ଥାର ପ୍ରଣୟନ କରିଛି। ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ କରାଯାଇଛି। ତଥାପି ଟେଷ୍ଟ କ୍ରିକେଟ ଯେ ଲୋକପ୍ରିୟତା ହାସଲ କରିପାରିବ, ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର।

ସେ କହିଛନ୍ତି, “ଯଦି ଟେଷ୍ଟ କ୍ରିକେଟ ବଞ୍ଚିବ ରହିବ, ତା’ହେଲେ ଏଥିପାଇଁ ଉତ୍ତମ ପିଚ୍‌ ନିର୍ମାଣ କରିବାକୁ ପଡ଼ିବ। ପିଚ୍‌ ଉପରେ ହିଁ ଟେଷ୍ଟ କ୍ରିକେଟର ଭବିଷ୍ୟତ ନିର୍ଭର କରୁଛି।”

ସଚିନ କହିଛନ୍ତି, “ଗତ ସପ୍ତାହରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ପିଚ୍‌କୁ ଆମେ ଉଦାହରଣ ଭାବେ ନେଇପାରିବା। ଏଠାରେ ଷ୍ଟିଭ୍‌ ସ୍ମିଥ ଓ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ତୀବ୍ର ପ୍ରତିନ୍ଦ୍ୱନ୍ଦ୍ୱିତା ହୋଇଥିଲା। ଯାହାର ରୋମାଞ୍ଚ ଦର୍ଶକ ଦେଖିଥିଲେ।

ଆର୍ଚରଙ୍କ ବାଉନ୍ସରରେ ସ୍ମିଥ ଆହତ ହୋଇଗଲେ ସତ। କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ଲଢ଼େଇ ହୋଇଥିଲା। ଲର୍ଡସ ଟେଷ୍ଟ ଡ୍ର ହେବ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ଶେଷ ଦିନରେ ଇଂଲଣ୍ଡ ଲଗାତର ୱିକେଟ୍‌ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ଏହି ଟେଷ୍ଟ ମ୍ୟାଚ୍‌କୁ ଲୋକେ ଉପଭୋଗ କରିଥିଲେ।

ତେଣୁ ଟେଷ୍ଟ କ୍ରିକେଟ୍‌ର ହାର୍ଟ କେଉଁଭଳି ପିଚ୍‌ରେ ମ୍ୟାଚ୍‌ ହେଉଛି, ତା’ ଉପରେ ନିର୍ଭର କରେ। ଯଦି ଆପଣ ଗୋଟିଏ ଭଲ ପିଚ୍‌ ଦେବେ, ତା’ହେଲେ ଟେଷ୍ଟ ମ୍ୟାଚ୍‌ କେବେ ହେଲେ ବୋରିଂ ହେବନାହିଁ। ଭଲ ପିଚ୍‌ରେ ସର୍ବଦା କିଛି ନା କିଛି ଘଟଣା ଘଟିଥାଏ। ଭଲ ବୋଲିଂ, ଭଲ ବ୍ୟାଟିଂ ଦର୍ଶକମାନେ ଦେଖିପାରିବେ।”

Related story