ରିସ୍କ ନେଲେ, ପ୍ରଶଂସିତ ହେଲେ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ୩୬ ବର୍ଷ ହେଲାଣି। ଏ ବୟସରେ ବି ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଆଶା ଛାଡ଼ି ନାହାନ୍ତି। ଚଳିତ ବିଜୟ ହଜାରେ କପ୍‌ରେ ସେ ଦିଲ୍ଲୀ ଟିମ୍‌ର ନେତୃତ୍ୱ ନେଉଛନ୍ତି। ଶୁକ୍ରବାର ଦିନ ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ କେରଳ ବିପକ୍ଷ ମ୍ୟାଚ୍‌ରେ ସେ ୧୦୪ଟି ବଲ୍‌ରେ ୧୫୧ ରନ୍ କରିଥିଲେ। ଏଥିରେ ୧୮ଟି ଚୌକା ଓ ୪ଟି ବଡ଼ ଛକ୍କା ସାମିଲ ଥିଲା। ଇଂନିସ୍‌ରେ ଆହୁରି ୧୦ ଓଭର […]

gautam

Jitendra Garnayak
  • Published: Sunday, 30 September 2018
  • , Updated: 30 September 2018, 12:44 PM IST

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ୩୬ ବର୍ଷ ହେଲାଣି। ଏ ବୟସରେ ବି ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଆଶା ଛାଡ଼ି ନାହାନ୍ତି।

ଚଳିତ ବିଜୟ ହଜାରେ କପ୍‌ରେ ସେ ଦିଲ୍ଲୀ ଟିମ୍‌ର ନେତୃତ୍ୱ ନେଉଛନ୍ତି। ଶୁକ୍ରବାର ଦିନ ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ କେରଳ ବିପକ୍ଷ ମ୍ୟାଚ୍‌ରେ ସେ ୧୦୪ଟି ବଲ୍‌ରେ ୧୫୧ ରନ୍ କରିଥିଲେ। ଏଥିରେ ୧୮ଟି ଚୌକା ଓ ୪ଟି ବଡ଼ ଛକ୍କା ସାମିଲ ଥିଲା।

ଇଂନିସ୍‌ରେ ଆହୁରି ୧୦ ଓଭର ବାକି ଥିବା ବେଳେ ସେ ୧୫୧ ରନ୍ କରି ପଡ଼ିଆ ଛାଡ଼ି ଦେଇଥିଲେ। ଏହା ଅନେକଙ୍କୁ ବିସ୍ମିତ କରିଥିଲା। ଲିଷ୍ଟ୍-ଏ କ୍ରିକେଟ୍‌ରେ ପ୍ରଥମ ଦ୍ୱିଶତକ କରିବା ପାଇଁ ତାଙ୍କ ପାଖରେ ଏକ ଭଲ ସୁଯୋଗ ଥିଲା। ଏମିତି ନୁହେଁ ଯେ କେରଳର ବୋଲର୍‌ମାନେ ଖରାପ ବୋଲିଂ କରୁଥିଲେ। ଗମ୍ଭୀର ଭଲ ଖେଳୁଥିଲେ।

ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ସୁଯୋଗ ଦେବାକୁ ସେ ଫିଲ୍ଡ ଛାଡ଼ି ଦେଇଥିଲେ। ସେ ପଡ଼ିଆ ଛାଡ଼ିବା ପରେ ସ୍କୋରବୋର୍ଡ ତାଙ୍କ ନାଁ ପାଖରେ ରିଟାୟର୍ଡ ଆଉଟ୍‌ ବୋଲି ଲେଖାଯାଇଥିଲା।

ସେ କ୍ରିଜ୍‌ରେ ନଥିଲେ ବି ତାଙ୍କ ଦଳ ଭଲ ଖେଳିଥିଲା। ୩ ୱିକେଟ୍ ହରାଇ ଦଳ ୩୯୨ ରନ୍ କରିଥିଲା।

ଶେଷ ୧୦ ଓଭରରେ ଦଳ ୯୭ ରନ୍ ସଂଗ୍ରହ କରିଥିଲେ। ଧ୍ରୁବ ଶୋରେ ନଟ୍‌ଆଉଟ୍ ରହି ୯୯ ରନ୍ କରିଥିଲେ।

ଅନ୍ୟପକ୍ଷରେ କେରଳ ଟିମ୍ ୫୦ ଓଭରରେ ମାତ୍ର ୨୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ସେମାନେ ୧୬୫ ରନ୍‌ରେ ପରାଜିତ ହୋଇଥିଲେ।

ରିସ୍କ ନେଇ ଜୁନିଅର ଖେଳାଳିମାନଙ୍କୁ ସୁଯୋଗ ଦେଇଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

Related story