ପୁଅ ପାରିଲେନି ଝିଅ ଦେବେ ଭାରତକୁ ବିଶ୍ୱ ବିଜୟୀ ମୁକୁଟ: ସମସ୍ତଙ୍କ ନଜର କାଲିର ମ୍ୟାଚ୍‌ ଉପରେ

ଭୁବନେଶ୍ୱର: ଆସନ୍ତାକାଲି ମହିଳା ବିଶ୍ୱକପ ଗ୍ରାଣ୍ଡ ଫିନାଲେ। ଲର୍ଡସ ଠାରେ ଟାଇଟଲ ପାଇଁ ସାମ୍ନାସାମ୍ନି ହେବେ ଆୟୋଜକ ଇଂଲଣ୍ଡ ଏବଂ ଭାରତ। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଭାରତ ବିଶ୍ୱକପ ତାଜ୍ ପିନ୍ଧିବା ଲକ୍ଷ୍ୟରେ। ସେମିରେ ମହିଳା କ୍ରିକେଟର ନମ୍ବର ଓ୍ୱାନ ଟିମ୍ ଅଷ୍ଟ୍ରେଲିଆକୁ ହରାଇଥିବା ମିତାଲି ବାହିନୀର ମନୋବଳ ଏବେ ଉଚ୍ଚରେ। ଟୁର୍ଣ୍ଣାମେଣ୍ଟରେ ପୁରା ଫର୍ମରେ କ୍ୟାପଟେନ୍ ମିତାଲି। ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାଙ୍କର ଏହି ପ୍ରଦର୍ଶନ ଜାରି ରହିବ ବୋଲି ଆଶା […]

sri-lanka-icc cricket

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 10:46 PM IST

ଭୁବନେଶ୍ୱର: ଆସନ୍ତାକାଲି ମହିଳା ବିଶ୍ୱକପ ଗ୍ରାଣ୍ଡ ଫିନାଲେ। ଲର୍ଡସ ଠାରେ ଟାଇଟଲ ପାଇଁ ସାମ୍ନାସାମ୍ନି ହେବେ ଆୟୋଜକ ଇଂଲଣ୍ଡ ଏବଂ ଭାରତ। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଭାରତ ବିଶ୍ୱକପ ତାଜ୍ ପିନ୍ଧିବା ଲକ୍ଷ୍ୟରେ। ସେମିରେ ମହିଳା କ୍ରିକେଟର ନମ୍ବର ଓ୍ୱାନ ଟିମ୍ ଅଷ୍ଟ୍ରେଲିଆକୁ ହରାଇଥିବା ମିତାଲି ବାହିନୀର ମନୋବଳ ଏବେ ଉଚ୍ଚରେ। ଟୁର୍ଣ୍ଣାମେଣ୍ଟରେ ପୁରା ଫର୍ମରେ କ୍ୟାପଟେନ୍ ମିତାଲି। ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାଙ୍କର ଏହି ପ୍ରଦର୍ଶନ ଜାରି ରହିବ ବୋଲି ଆଶା କରାଯାଉଛି। ପୁଣି ଲିଗ ମ୍ୟାଚରେ ଇଂଲଣ୍ଡକୁ ହରାଇଥିବାରୁ ଆଗ୍ରେସିଭ୍ ମୁଡ୍‌ରେ ରହିଛନ୍ତି ଭାରତୀୟ ଖେଳାଳି।

ଏଣେ  ହୋମ ଗ୍ରାଉଣ୍ଡରେ ବିଶ୍ୱକପ୍ ତାଜ୍ ପିନ୍ଧିବା ଲକ୍ଷ୍ୟରେ ଇଂଲଣ୍ଡ ଟିମ୍।  ଲିଗ୍‌ ମ୍ୟାଚ୍‌ରେ ଭାରତଠାରୁ ହାରିଥିଲେ ହେଁ ବାକି ମ୍ୟାଚରେ ଆକର୍ଷଣୀୟ ଖେଳ ଜାରି ରଖିଛି। ସେପଟେ ୧୨ବର୍ଷ ପରେ ଦ୍ୱିତୀୟ ଥର ଫାଇନାଲ ଖେଳୁଥିବା ଭାରତ ଟାଇଟଲ୍ ଜିତିବ ବୋଲି ଆଶା ରଖିଛି।

Related story