କେକେଆରକୁ ହରାଇ ଗୁଜୁରାଟ ଟାଇଟନ୍ସ ବିଜୟୀ

ନୂଆଦିଲ୍ଲୀ: ଆଇପିଏଲର ଶନିବାର ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ସ ରାଇଡରସ(କେକେଆର)କୁ ମାତ୍ର ୮ରନରେ ହରାଇ ଗୁଜୁରାଟ ଟାଇଟନ୍ସ ବିଜୟୀ ହୋଇଛି। ଶନିବାର ମୁମ୍ବାଇର ଡ. ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ୩୫ ତମ ମ୍ୟାଚରେ ଟସ୍ ଜିତି ଗୁଜୁରାଟ ଟାଇଟନ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ୨୦ ଓଭର ଖେଳି ଟିମ୍ ୯ ଓ୍ୱିକେଟ ବିନିମୟରେ ମାତ୍ର ୧୫୬ ରନ୍ କରିପାରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪୯ ବଲରୁ ୬୭ ଯୋଗଦାନ ଦେଇଥିଲେ। ତେବେ କେକେଆର ପକ୍ଷରୁ […]

GT

  • Published: Saturday, 23 April 2022
  • , Updated: 23 April 2022, 08:59 PM IST

ନୂଆଦିଲ୍ଲୀ: ଆଇପିଏଲର ଶନିବାର ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ସ ରାଇଡରସ(କେକେଆର)କୁ ମାତ୍ର ୮ରନରେ ହରାଇ ଗୁଜୁରାଟ ଟାଇଟନ୍ସ ବିଜୟୀ ହୋଇଛି। ଶନିବାର ମୁମ୍ବାଇର ଡ. ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ୩୫ ତମ ମ୍ୟାଚରେ ଟସ୍ ଜିତି ଗୁଜୁରାଟ ଟାଇଟନ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ୨୦ ଓଭର ଖେଳି ଟିମ୍ ୯ ଓ୍ୱିକେଟ ବିନିମୟରେ ମାତ୍ର ୧୫୬ ରନ୍ କରିପାରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪୯ ବଲରୁ ୬୭ ଯୋଗଦାନ ଦେଇଥିଲେ। ତେବେ କେକେଆର ପକ୍ଷରୁ ସାଉଥି ଗୋଟିଏ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦଙ୍କ ଓ୍ୱିକେଟ ନେଇ ଖେଳର ମୋଡ ବଦଳାଇ ଦେଇଥିଲେ। ଯେତେବେଳ କି ଶେଷ ଓଭରରେ ଆଣ୍ଡ୍ର ରସେଲ ୪ ଓ୍ୱିକେଟ ନେଇ ପ୍ରତିପକ୍ଷ ଟିମକୁ ଏକ ସୀମିତ ରନରେ ଅଟକାଇ ଦେଇଥିଲେ।

ଏହାକୁ ପିଛା କରି କେକେଆର ଟିମ୍ ୨୦ ଓଭର ଖେଳି ୮ ଓ୍ୱିକେଟ ବିନିମୟରେ ମାତ୍ର ୧୪୮ ରନ୍ ହିଁ କରିପାରିଥିଲା। ଆଣ୍ଡ୍ରେ ରସେଲଙ୍କ ୨୫ ବଲରେ ୪୮ ରନ୍ ଯୋଗଦାନ ଟିମକୁ ବିଜୟ ଦେଇପାରି ନ ଥିଲା। ଫଳରେ କେକେଆରକୁ ପୁଣି ଏକ ପରାଜୟ ମିଳିଛି। ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମହମ୍ମଦ ସାମି, ରସିଦ୍ ଖାନ୍ ଓ ୟସ୍ ଦୟାଲ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

ରସିଦ୍ ଖାନ୍ ପ୍ଲେୟାର ଅଫ୍ ଦ’ ମ୍ୟାଚ୍ ହୋଇଥିଲେ।  ମୋଟ ୭ଟି ମ୍ୟାଚରୁ ୬ଟି ବିଜୟ ଓ ଗୋଟିଏ ପରାଜୟ ସହ ଗୁଜୁରାଟ ଟାଇଟନ୍ସ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ସର୍ବାଗ୍ରେ ରହିଛି।

ଗୁଜୁରାଟ ଟାଇଟନ୍ସ ବ୍ୟାଟିଂ:- ରିଦ୍ଧିମାନ ସାହା-୨୫, ଶୁବମାନ ଗିଲ୍-୭, ହାର୍ଦ୍ଦିକ ପାଣ୍ଡ୍ୟା-୬୭, ଡେଭିଡ ମିଲର-୨୭, ରାହୁଲ ଟିଓ୍ୱାଟିଆ-୧୭, ଅଭିନବ ମନୋହର-୨, ଅଲଜାରି ଯୋସେଫ-୧, ଅତିରିକ୍ତ ୧୦: ମୋଟ-୧୫୬/୯। ଓ୍ୱିକେଟ:-ମହମ୍ମଦ ସାମୀ-୨, ୟସ୍ ଦୟାଲ-୨, ଅଲଜାରି ଯୋସେଫ-୧, ଲଗି ଫର୍ମୁସନ-୧, ରସିଦ ଖାନ୍-୨।

କୋଲକତା ନାଇଟ ରାଇଡରର୍ସ ବ୍ୟାଟିଂ:- ସାମ ବିଲିଙ୍ଗସ୍-୪, ସୁନିଲ ନାରାୟଣ-୫, ସ୍ରେୟସ ଆୟର-୧୨, ନୀତିଶ ରାଣା-୨, ରିଙ୍କୁ ସିଂ-୩୫, ଭେଙ୍କଟେସ ଆୟର-୧୭, ଆଣ୍ଡ୍ରେ ରସଲ-୪୮, ଶିବମ ମାଭି-୨, ଉମେଶ ଯାଦବ-୧୫, ଟିମ ସାଉଥି-୧, ଅତିରିକ୍ତ ୭: ମୋଟ-୧୪୮/୮। ଓ୍ୱିକେଟ:- ଉମେଶ ଯାଦବ-୧, ଟିମ ସାଉଥି-୩, ଶିବମ ମାଭି-୧, ଆଣ୍ଡ୍ର ରସେଲ-୪।

Related story