ଗୁଜରାଟ ନୂଆ ରଣଜୀ ଚାମ୍ପିଅନ୍

ଇନ୍ଦୋର: ଚଳିତ ରଣଜୀ ଟ୍ରଫିରେ ବାଜି ମାରି ନେଇଛି ଗୁଜରାଟ। ପ୍ରଥମ ଥର ପାଇଁ ଗୁଜରାଟ ଚାମ୍ପିଅନ୍ ହୋଇଛି। ୪୧ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇକୁ ୫ ୱିକେଟ୍‌ରେ ହରାଇ ଦଳ ଏହି ଗୌରବ ହାସଲ କରିଛି। ଗୁଜରାଟ ଅଧିନାୟକ ପାର୍ଥିବ ପଟେଲଙ୍କ ଶତକୀୟ ଇନିଂସ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଟସ୍ ଜିତି ଗୁଜରାଟ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ପ୍ରଥମ ଇନିଂସରେ ମାତ୍ର ୨୨୮ ରନ୍‌ରେ ଆଉଟ୍ […]

ranji-trophy-final

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 10:49 PM IST

ଇନ୍ଦୋର: ଚଳିତ ରଣଜୀ ଟ୍ରଫିରେ ବାଜି ମାରି ନେଇଛି ଗୁଜରାଟ। ପ୍ରଥମ ଥର ପାଇଁ ଗୁଜରାଟ ଚାମ୍ପିଅନ୍ ହୋଇଛି। ୪୧ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇକୁ ୫ ୱିକେଟ୍‌ରେ ହରାଇ ଦଳ ଏହି ଗୌରବ ହାସଲ କରିଛି। ଗୁଜରାଟ ଅଧିନାୟକ ପାର୍ଥିବ ପଟେଲଙ୍କ ଶତକୀୟ ଇନିଂସ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଟସ୍ ଜିତି ଗୁଜରାଟ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ପ୍ରଥମ ଇନିଂସରେ ମାତ୍ର ୨୨୮ ରନ୍‌ରେ ଆଉଟ୍ ହୋଇଯାଇଥିଲା। ଗୁଜରାଟ ପ୍ରଥମ ଇନିଂସରେ ଅଧିନାୟକ ପାର୍ଥିବ ପଟେଲଙ୍କ ୯୦ ରନ୍ ଓ ଏମ୍‌.ସି ଜୁନେଜାଙ୍କ ୭୭ ରନ୍ ବଳରେ ୩୨୮ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଇନିଂସରେ ମୁମ୍ବାଇ ଭଲ ଖେଳି ଥିଲା। ଅଭିଷେକ ନାୟାରଙ୍କ ୯୧ ରନ୍, ଶ୍ରେୟସ୍ ଆୟରଙ୍କ ୮୨ ରନ୍ ଓ ଅଧିନାୟକ ଏ.ପି ତାରେଙ୍କ ୬୯ ରନ୍ ବଳରେ ଦଳ ୪୧୧ ରନ୍ କରିଥିଲା। ତେବେ ୩୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ଗୁଜରାଟ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା।

ଗୁଜରାଟ ପକ୍ଷରୁ ଅଧିନାୟକ ପାର୍ଥିବ ପଟେଲ ୧୪୩, ଏସ୍‌ବି ଗୋହିଲ ୨୧, ପି.କେ. ପଞ୍ଚଲ ୩୪, ବିଏଚ୍‌ ମିରାଇ ୨, ଏମ୍‌ସି ଜୁନେଜା ୫୪ ରନ୍ କରି ଆଉଟ୍‌ ହୋଇଥିବା ବେଳେ ଆର୍‌ଏଚ୍‌ ଭଟ୍ଟ ୨୭ ଓ ଚିରାଗ ଜେ ଗାନ୍ଧୀ ୧୧ ରନ କରି ନଟ୍‌ଆଉଟ୍‌ ରହିଥିଲେ।

Related story