ଚାଇନାର ହ୍ୟାଙ୍ଗଝୋଉ ସହରରେ ହେବ ୨୦୨୨ ଏସିଆନ ଗେମ୍ସ

ହ୍ୟାଙ୍ଗଝୋଉ: ଚାଇନାର ହ୍ୟାଙ୍ଗଝୋଉ ସହରରେ ହେବ ୨୦୨୨ ଏସିଆନ ଗେମ୍ସ। ବୁଧବାର ଏ ନେଇ ଚାଇନାର ହ୍ୟାଙ୍ଗଝୋଉ କର୍ତ୍ତୃପକ୍ଷଙ୍କ ସହ ଅଲିମ୍ବିକ କାଉନସିଲ ଅଫ୍ ଏସିଆ (ଓସିଏ)ର କର୍ମକର୍ତ୍ତା ଅନୁବନ୍ଧିତ ହୋଇଛନ୍ତି। ଓସିଏ ସଭାପତି ସେଖ୍ ଅହମ୍ମଦ ଅଲ-ଫହଦ ଅଲ-ଶବା କହିଛନ୍ତି ଯେ, ଏକମାତ୍ର ସହର ଭାବେ ୯ ମିଲିୟନ ଲୋକସଂଖ୍ୟା ଥିବା ଏହି ସହର ଏଏସିଆନ ଗେମ ହେବାକୁ ସ୍ଥିର ହୋଇଛି। ଏସିଆର ବଡ ଗେମ୍ସ ପାଇଁ ଏହି ସହର ମନୋନୀତ ହୋଇଥିବାରୁ ଏହି ସହରକୁ […]

Asian_Games_logo_2550036f

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 04:37 PM IST

ହ୍ୟାଙ୍ଗଝୋଉ: ଚାଇନାର ହ୍ୟାଙ୍ଗଝୋଉ ସହରରେ ହେବ ୨୦୨୨ ଏସିଆନ ଗେମ୍ସ। ବୁଧବାର ଏ ନେଇ ଚାଇନାର ହ୍ୟାଙ୍ଗଝୋଉ କର୍ତ୍ତୃପକ୍ଷଙ୍କ ସହ ଅଲିମ୍ବିକ କାଉନସିଲ ଅଫ୍ ଏସିଆ (ଓସିଏ)ର କର୍ମକର୍ତ୍ତା ଅନୁବନ୍ଧିତ ହୋଇଛନ୍ତି। ଓସିଏ ସଭାପତି ସେଖ୍ ଅହମ୍ମଦ ଅଲ-ଫହଦ ଅଲ-ଶବା କହିଛନ୍ତି ଯେ, ଏକମାତ୍ର ସହର ଭାବେ ୯ ମିଲିୟନ ଲୋକସଂଖ୍ୟା ଥିବା ଏହି ସହର ଏଏସିଆନ ଗେମ ହେବାକୁ ସ୍ଥିର ହୋଇଛି। ଏସିଆର ବଡ ଗେମ୍ସ ପାଇଁ ଏହି ସହର ମନୋନୀତ ହୋଇଥିବାରୁ ଏହି ସହରକୁ ବିକଶିତ କରାଯିବ ବୋଲି କହିଛନ୍ତି ହ୍ୟାଙ୍ଗଝୋଉର ମେୟର ହୋଙ୍ଗ ହୋଙ୍ଗମିଙ୍ଗ। ଏଥିପାଇଁ ବ୍ୟାପକ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଏହାସହ ବେଜିଂରେ ହେବ ୨୦୨୨ ୱିଣ୍ଟର ଅଲିମ୍ବିକ। ଏଥିପାଇଁ ସହରରେ ଉନ୍ନୟନ କାର୍ଯ୍ୟ କରାଯିବ।

ସୂଚନାଯୋଗ୍ୟ, ୧୯୯୦ ଓ ୨୦୧୦ରେ ବେଜିଂର ଗୋଆଙ୍ଗଝୋଉରେ ଏସିଆନ ଗେମ୍ସ ହୋଇଥିଲା। ଏହାସହ ୨୦୧୮ ଏସିଆନ ଗେମ୍ସ ଇଣ୍ଡୋନେସିଆ, ୨୦୧୯ ଏସିଆନ ଗେମ୍ସ ଭିଏତନାମରେ ହେବକୁ ସ୍ଥିର ହୋଇଛି।

Related story