ଶ’ ନୁହେଁ ଶୁବମନଙ୍କ ସହ ଓପନ କରିବାକୁ ଭଜିଙ୍କ ପରାମର୍ଶ

ନୂଆଦିଲ୍ଲୀ: ଯୁବ ତାରକା ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂରେ ସ୍ପିନର ହରଭଜନ ସିଂହ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ନ୍ୟୁଜିଲ୍ୟାଣ୍ଡ  ଏ’ ଟିମ ବିପକ୍ଷରେ ତାଙ୍କର ଦମଦାର ବ୍ୟାଟିଂ ସମସ୍ତଙ୍କୁ ଚିକିତ କରିଛି। ଏଥିପାଇଁ ଫେବୃଆରୀ ୨୧ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ସହ ଟିମ୍‌ ଇଣ୍ଡିଆ ଇନିଂସ ଆରମ୍ଭ କରୁ ବୋଲି ହରଭଜନ ସିଂହ ପରାମର୍ଶ ଦେଇଛନ୍ତି। ଇଣ୍ଡିଆ ଏ ଓ ନ୍ୟୁଜିଲ୍ୟାଣ୍ଡ ଏ’ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶୁବମନ ଗିଲ ୮୩ […]

u

Hemant Lenka
  • Published: Wednesday, 12 February 2020
  • , Updated: 12 February 2020, 04:53 PM IST

ନୂଆଦିଲ୍ଲୀ: ଯୁବ ତାରକା ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂରେ ସ୍ପିନର ହରଭଜନ ସିଂହ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ନ୍ୟୁଜିଲ୍ୟାଣ୍ଡ  ଏ’ ଟିମ ବିପକ୍ଷରେ ତାଙ୍କର ଦମଦାର ବ୍ୟାଟିଂ ସମସ୍ତଙ୍କୁ ଚିକିତ କରିଛି। ଏଥିପାଇଁ ଫେବୃଆରୀ ୨୧ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ସହ ଟିମ୍‌ ଇଣ୍ଡିଆ ଇନିଂସ ଆରମ୍ଭ କରୁ ବୋଲି ହରଭଜନ ସିଂହ ପରାମର୍ଶ ଦେଇଛନ୍ତି।

ଇଣ୍ଡିଆ ଏ ଓ ନ୍ୟୁଜିଲ୍ୟାଣ୍ଡ ଏ’ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶୁବମନ ଗିଲ ୮୩ ଓ ଅପରାଜିତ ୨୦୪ ରନର ଇନିଂସ ଖେଳିଥିଲେ। ଦ୍ୱୀତିୟ ମ୍ୟାଚ୍‌ରେ ମଧ୍ୟ ସେ ଶତକ ହାସଲ କରିଛନ୍ତି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ମାଟିରେ ଭାରତ ଓପନ କରିବାକୁ ସୁଯୋଗ ଦେବା ଉଚିତ ବୋଲି ଭଜି କହିଛନ୍ତି।

ଦୀର୍ଘ ୧୬ ମାସ ପରେ ପୃଥ୍ୱୀ ଶ’ ଟେଷ୍ଟ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ରୋହିତ ଶର୍ମା ଓ ଶିଖର ଧୱନ ସ୍କ୍ୱାଡରେ ନଥିବାରୁ ମୟଙ୍କ ଅଗ୍ରୱାଲଙ୍କ ସହ ପୃଥ୍ୱୀ ଶ’ ଓପନ କରିବେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭଜି କହିଛନ୍ତି, “ଏଥର ଶୁବମନଙ୍କୁ ସୁଯୋଗ ମିଳିବା କଥା। କାରଣ ପୂର୍ବରୁ ସେ ଅନେକ ଥର ସ୍କ୍ୱାଡରେ ତୃତୀୟ ଓପନର ଭାବେ ସ୍ଥାନ ପାଇଥିଲେ। ହେଲେ ଗୋଟିଏ ମ୍ୟାଚ୍‌ ମଧ୍ୟ ଖେଳିବାକୁ ସେ ସୁଯୋଗ ପାଇ ନଥିଲେ। ଏବେ ତାଙ୍କୁ ସୁଯୋଗ ଦେବାର ସମୟ ଆସିଛି।”

ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲ ମଧ୍ୟ ଫର୍ମରେ ନାହାନ୍ତି। ସେ ଇଣ୍ଡିଆ ଏ’ ପକ୍ଷରୁ ଖେଳି ଉଭୟ ଇନିଂସରେ ଖାତା ଖୋଲି ପାରି ନଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ମଧ୍ୟ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ତଥାପି ଭଜି ମୟଙ୍କଙ୍କୁ ବର୍ତ୍ତମାନ ସମୟରେ ଟିମ୍‌ ଇଣ୍ଡିଆର ପ୍ରଥମ ପସନ୍ଦ ଓପନର ଓ ତାଙ୍କୁ ଫେବୃଆରୀ ୨୧ରୁ ଆରମ୍ଭ ହେଉଥିବା ଟେଷ୍ଟରେ ସୁଯୋଗ ଦେବା ଉଚିତ ବୋଲି କହିଛନ୍ତି।

ଭଜି କହିଛନ୍ତି, “ଅନ୍ତର୍ଜାତୀୟ ଟେଷ୍ଟରେ ମୟଙ୍କ ଅନେକ ରନ କରିଛନ୍ତି। ତେଣୁ ତାଙ୍କୁ ଓପନ କରିବାର ଦାୟିତ୍ୱ ମିଳିବା ଉଚିତ। ତାଙ୍କ ସହ ପୃଥ୍ୱୀ ଶ’ ନୁହେଁ ବରଂ ଶୁବମନ ଗିଲଙ୍କୁ ସୁଯୋଗ ମିଳୁ।” ହେଲେ ଶ’ଙ୍କୁ ହିଁ ଓପନିଂ ଦାୟିତ୍ୱ ମିଳିବା ସପକ୍ଷରେ ଅନ୍ୟତମ ପୂର୍ବତନ କ୍ରିକେଟର ଦୀପ ଦାସଗୁପ୍ତା ଯୁକ୍ତି ରଖିଛନ୍ତି।

Related story