କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଥିଲେ ଏମିତି କଥା

ମୁମ୍ବାଇ: ଚର୍ଚ୍ଚିତ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କଫି ୱିଥ୍‌ କରନ୍‌ରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ କ୍ଷମା ମାଗିଛନ୍ତି। ନିଜର ଟ୍ୱିଟର ଆକାଉଣ୍ଟରେ ସେ ଲେଖିଛନ୍ତି, “ଶୋ’ର ଫର୍ମାଟ୍ ଦୃଷ୍ଟିରୁ ଟିକେ ଭାସିଯାଇଥିଲି। ଏହା କାହାକୁ ଅସମ୍ମାନ କରିବା ବା କାହାକୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବା ଉଦ୍ଦିଷ୍ଟ ନଥିଲା।” pic.twitter.com/O0UlpFm43o — hardik pandya (@hardikpandya7) January 9, 2019 କଫି ୱିଥ୍‌ କରନ୍‌ରେ ପାଣ୍ଡ୍ୟା କହିଥିବା ବିଭିନ୍ନ କଥା ମଧ୍ୟରୁ […]

pandya

Subrat Kumar Nayak
  • Published: Wednesday, 09 January 2019
  • , Updated: 10 January 2019, 03:06 PM IST

ମୁମ୍ବାଇ: ଚର୍ଚ୍ଚିତ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କଫି ୱିଥ୍‌ କରନ୍‌ରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ କ୍ଷମା ମାଗିଛନ୍ତି। ନିଜର ଟ୍ୱିଟର ଆକାଉଣ୍ଟରେ ସେ ଲେଖିଛନ୍ତି, “ଶୋ’ର ଫର୍ମାଟ୍ ଦୃଷ୍ଟିରୁ ଟିକେ ଭାସିଯାଇଥିଲି। ଏହା କାହାକୁ ଅସମ୍ମାନ କରିବା ବା କାହାକୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବା ଉଦ୍ଦିଷ୍ଟ ନଥିଲା।”
https://twitter.com/hardikpandya7/status/1082823344662171649

କଫି ୱିଥ୍‌ କରନ୍‌ରେ ପାଣ୍ଡ୍ୟା କହିଥିବା ବିଭିନ୍ନ କଥା ମଧ୍ୟରୁ ଗୋଟିଏ ଥିଲା, ସେ ବିଭିନ୍ନ ମହିଳାଙ୍କ ସହିତ ସମୟ ବିତାଇଛନ୍ତି ଏବଂ ପ୍ରଥମ ଥର ‘ଭର୍ଜିନିଟି’ ହରାଇବା ଦିନ ସେ ବାପା ମା’ଙ୍କୁ ମଧ୍ୟ ଜଣାଇଥିଲେ ବୋଲି ଏହି ଶୋ’ରେ କହିଥିଲେ। ସେ ଖୋଲାଖୋଲି ଭାବରେ କହିଥିଲେ, ମୁଁ ବାପା ମା’ଙ୍କୁ ସେହିଦିନ ହିଁ ଏକଥା ଜଣାଇଥିଲି।”

ଏହି ୨୫ ବର୍ଷୀୟ ଖେଳାଳି ଆହୁରି ମଧ୍ୟ କହିଥିଲେ, ମୁଁ ମହିଳାଙ୍କୁ ଦେଖେ ଏବଂ ତାଙ୍କ ଚାଲବୁଲ ଅନୁଶୀଳନ କରେ। ମା ଯେତେବେଳେ ପଚାରନ୍ତି ତୋର କୋଉଟା, ମୁଁ ଆଙ୍ଗୁଠି ଦେଖାଇ କହିଦିଏ ସେଇଟା ମୋର। ଏହାପରେ ମା’ ମୋ ପାଇଁ ଗର୍ବିତ ବୋଲି କୁହନ୍ତି।

Related story