ସଚିନଙ୍କ ଭବିଷ୍ୟବାଣୀ ସତ ହେଲା: ପାଣ୍ଡ୍ୟା କଲେ କମାଲ

କେପ୍‌ଟାଉନ: ଦକ୍ଷିଣଆଫ୍ରିକା ଟେଷ୍ଟକୁ ନେଇ କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକର କରିଥିବା ଭବିଷ୍ୟବାଣୀ ସତ ହୋଇଛି। ଟିମ୍‌ ଇଣ୍ଡିଆର ଟ୍ରମ୍ପ କାର୍ଡ଼ କୁହାଯାଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଫ୍ରିକାନ୍‌ଙ୍କ ବିପକ୍ଷରେ ଜବରଦସ୍ତ ପାରି ଖେଳିଛନ୍ତି। ପାଣ୍ଡ୍ୟା ୯୩ ରନ୍‌ ଧୂଆଁଧାର ଇନିଂସ୍‌ ଖେଳିବା ସତ୍ତ୍ୱେ ଭାରତ ୨୦୯ ଅଲ ଆଉଟ୍‌ ହୋଇଯାଇ ଥିଲା। ଟେଷ୍ଟ ମ୍ୟାଚ ପୂର୍ବରୁ ତେନ୍ଦୁଲକର କହିଥିଲେ-“ମୋ ୨୪ ବର୍ଷ କ୍ୟାରିଅରେ ଭିତରେ ଭାରତୀୟ ଟିମ୍‌ ଏତେ ସନ୍ତୁଳିତ ରହିନଥିଲା। ଯାହା ବର୍ତ୍ତମାନ ଦେଖିବାକୁ […]

hardik pandia

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 10:08 PM IST

କେପ୍‌ଟାଉନ: ଦକ୍ଷିଣଆଫ୍ରିକା ଟେଷ୍ଟକୁ ନେଇ କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକର କରିଥିବା ଭବିଷ୍ୟବାଣୀ ସତ ହୋଇଛି। ଟିମ୍‌ ଇଣ୍ଡିଆର ଟ୍ରମ୍ପ କାର୍ଡ଼ କୁହାଯାଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଫ୍ରିକାନ୍‌ଙ୍କ ବିପକ୍ଷରେ ଜବରଦସ୍ତ ପାରି ଖେଳିଛନ୍ତି। ପାଣ୍ଡ୍ୟା ୯୩ ରନ୍‌ ଧୂଆଁଧାର ଇନିଂସ୍‌ ଖେଳିବା ସତ୍ତ୍ୱେ ଭାରତ ୨୦୯ ଅଲ ଆଉଟ୍‌ ହୋଇଯାଇ ଥିଲା।

ଟେଷ୍ଟ ମ୍ୟାଚ ପୂର୍ବରୁ ତେନ୍ଦୁଲକର କହିଥିଲେ-“ମୋ ୨୪ ବର୍ଷ କ୍ୟାରିଅରେ ଭିତରେ ଭାରତୀୟ ଟିମ୍‌ ଏତେ ସନ୍ତୁଳିତ ରହିନଥିଲା। ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି। ଖେଳାଳୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ପାଣ୍ଡ୍ୟାଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ।”

୨୪ ବର୍ଷୀୟ ପାଣ୍ଡ୍ୟା ସମ୍ପର୍କରେ ସଚିନ କହିଛନ୍ତି-“ହାର୍ଦ୍ଦିକ ପାଣ୍ଡ୍ୟା ଏପରି ଏକ ଖେଳାଳି, ଯିଏ ୧୭-୧୮ ଓଭର ବୋଲିଂ କରିପାରିବେ। ଏହାଛଡ଼ା ୭ କିମ୍ୱା ୮ ନମ୍ୱରରେ ବ୍ୟାଟିଂ କରିବାରେ ସଫଳ ହେବେ।”

କେପଟାଉନ୍‌ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ଦ୍ୱିତୀୟ ଦିନରେ ପାଣ୍ଡ୍ୟା ୭ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଯେଉଁ ସମୟରେ ଭାରତର ସ୍ଥିତି ବହୁ ଖରାପ ଥିଲା। ୬ଟି ୱିକେଟ୍‌ ୮୧ ରନ୍‌ କରିଥିଲା ଭାରତ। ମାତ୍ର ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୯୩ ରନ୍‌ କରିଥିଲେ। ଯାହାଫଳରେ ଭାରତ ୨୦୯ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଥିଲା।

Related story