ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜରୁ ହାର୍ଦ୍ଦିକ ଆଉଟ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ହାର୍ଦ୍ଦିକଙ୍କ ନାଁ ଟେଷ୍ଟ ଟିମ୍ ଚୟନ ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି। ହାର୍ଦ୍ଦିକ ଶେଷଥର ପାଇଁ ଭାରତ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ। ଏହା ପରେ ସେ ଆହତ କାରଣରୁ ଅକ୍ଟୋବରରେ ନିଜର ପିଠିର […]

hardik

Ranjit Kumar Jena
  • Published: Saturday, 01 February 2020
  • , Updated: 01 February 2020, 05:07 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ହାର୍ଦ୍ଦିକଙ୍କ ନାଁ ଟେଷ୍ଟ ଟିମ୍ ଚୟନ ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି।

ହାର୍ଦ୍ଦିକ ଶେଷଥର ପାଇଁ ଭାରତ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ। ଏହା ପରେ ସେ ଆହତ କାରଣରୁ ଅକ୍ଟୋବରରେ ନିଜର ପିଠିର ସର୍ଜରୀ କରାଇଥିଲେ। ଯେହେତୁ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି, ତେଣୁ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ହେଡ୍ ଫିଜିଓ ଆଶିଷ କୌଶିକଙ୍କ ସହ ଲଣ୍ଡନ୍ ଗସ୍ତ କରିବେ, ଯେଉଁଠାରେ ସ୍ପାଇନାଲ୍ ଡାକ୍ତର ସର୍ଜନ୍ ଜେମ୍ସ ଆଲିବୋନ୍ ତାଙ୍କ ଆଘାତର ପରୀକ୍ଷା କରିବେ।

ହାର୍ଦ୍ଦିକଙ୍କୁ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ହାର୍ଦ୍ଦିକ ଯେପର୍ଯ୍ୟନ୍ତ ଶତପ୍ରତିଶତ ଫିଟନେସ୍ ହାସଲ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏନସିଏରେ ହିଁ ରିହ୍ୟାଲିଟେଶନରେ ରହିବେ। ଅନ୍ୟପକ୍ଷରେ ହାର୍ଦ୍ଦିକ କହିଛନ୍ତି, ଆହତ ପରେ ପ୍ରତ୍ୟାବର୍ତ୍ତନ କରି ବହୁତ କଷ୍ଟକର। ବର୍ତ୍ତମାନ ଟିମ୍ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଲଗାତର ବିଜୟୀ ମଧ୍ୟ ହେଉଛି। ଯଦି ମୁଁ ଟିମରେ ଥାନ୍ତି, ତାହେଲେ ନିଶ୍ଚିତ ଖୁସି ହୋଇଥାନ୍ତି। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ।

Related story