ପୁଣି ଗର୍ଜିଲା ହାର୍ଦ୍ଦିକଙ୍କ ବ୍ୟାଟ୍‌, ମାତ୍ର ୫୫ ବଲରେ ୧୫୮ ରନ୍‌, ଦେଖନ୍ତୁ ଭିଡିଓ

ନଭି ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ବ୍ୟାଟ୍ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଠାରେ ଚାଲିଥିବା ୧୬ତମ ଡିୱାଇ ପାଟିଲ୍ ଟି-୨୦ କପରେ ହାର୍ଦ୍ଦିକ ନିଜର ବିସ୍ପୋରକ ବ୍ୟାଟିଂ ଦ୍ୱାରା ବୋଲରଙ୍କ ନିଦ ହଜାଇ ଦେଇଛନ୍ତି। ଦୁଇଦିନ ତଳେ ମାତ୍ର ୩୭ ବଲରେ ଶତକ ମାରିଥିବା ହାର୍ଦ୍ଦିକ ଶୁକ୍ରବାର ବିପିସିଏଲ୍ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ମାତ୍ର ୫୫ ବଲରେ ୧୫୮ ରନର ଅବିଶ୍ୱସନୀୟ ଇନିଂସ୍ ଖେଳିଛନ୍ତି। Hardik […]

hardik

Ranjit Kumar Jena
  • Published: Friday, 06 March 2020
  • , Updated: 06 March 2020, 06:10 PM IST

ନଭି ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ବ୍ୟାଟ୍ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଠାରେ ଚାଲିଥିବା ୧୬ତମ ଡିୱାଇ ପାଟିଲ୍ ଟି-୨୦ କପରେ ହାର୍ଦ୍ଦିକ ନିଜର ବିସ୍ପୋରକ ବ୍ୟାଟିଂ ଦ୍ୱାରା ବୋଲରଙ୍କ ନିଦ ହଜାଇ ଦେଇଛନ୍ତି। ଦୁଇଦିନ ତଳେ ମାତ୍ର ୩୭ ବଲରେ ଶତକ ମାରିଥିବା ହାର୍ଦ୍ଦିକ ଶୁକ୍ରବାର ବିପିସିଏଲ୍ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ମାତ୍ର ୫୫ ବଲରେ ୧୫୮ ରନର ଅବିଶ୍ୱସନୀୟ ଇନିଂସ୍ ଖେଳିଛନ୍ତି।


ବ୍ୟାକ୍ ଇଞ୍ଜୁରୀ ପରେ ହାର୍ଦ୍ଦିକ ପ୍ରାୟ ୬ମାସ ପରେ କ୍ରିକେଟ୍ ମଇଦାନକୁ ଫେରିଛନ୍ତି। ଚଳିତ ଡିୱାଇ ପାଟିଲ୍ ଟି-୨୦ କପ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ନିଜର ଏହି ମାରାଥନ୍ ଇନିଂସରେ ୬ ଚୌକା ଓ ୨୦ଟି ଛକା ବର୍ଷା କରିଛନ୍ତି। ତାଙ୍କର ଏହି ଇନିଂସ୍ ବଳରେ ରିଲାଏନ୍ସ ୱାନ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା। (ଭିଡିଓ ସୌଜନ୍ୟ-TennisCricket.in)

ଏହି ମ୍ୟାଚରେ ସେ ୩୯ ବଲରେ ନିଜର ଶତକ ପୂରଣ କରିଥିଲେ। ତେବେ ବାକି ୧୬ ବଲରେ ଆଉ ୫୦ରୁ ଅଧିକ ରନ୍ କରି ନିଜ ଟିମକୁ ବଡ଼ ସ୍କୋର ଦେଇଥିଲେ। ଜବାବରେ ବିପିସିଏଲ୍ ଟିମ୍ ୧୩୪ ରନରେ ଅଲଆଉଟ୍ ହୋଇଥିଲା ଏବଂ ରିଲାଏନ୍ସ ୱାନ୍ ୧୦୪ ରନର ମୁକାବିଲାକୁ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ରିଲାଏନ୍ସ ୱାନ୍ ପକ୍ଷରୁ ଖେଳୁଥିବା ଭୁବନେଶ୍ୱର କୁମାର ଗୋଟିଏ ୱିକେଟ୍ ପାଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ହାର୍ଦ୍ଦିକ ମଙ୍ଗଳବାର ମାତ୍ର ୩୯ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ।

Related story