ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ୍ ଟେଷ୍ଟରେ ଫେଲ୍‌

ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ ଆୟୋଜିତ ଫିଟନେସ୍ ଟେଷ୍ଟରେ ବିଫଳ ହୋଇଛନ୍ତି, ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତ-ଏ ଟିମରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ତାମିଲନାଡୁର କ୍ୟାପଟେନ୍ ବିଜୟ ଶଙ୍କରଙ୍କୁ ଭାରତ-ଏ ଟିମରେ ସ୍ଥାନ ମିଳିଛି ଏବଂ ସେ ନ୍ୟୁଜିଲ୍ୟାଣ୍ଡ୍ ଅଭିମୁଖେ ଗସ୍ତ କରିସାରିଛନ୍ତି। ଚାରିମାସରୁ ଅଧିକ ଦିନ ଧରି ଆହତ କାରଣରୁ ଟିମରୁ ବାହାରେ ରହିବା ପରେ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇବେ ବୋଲି […]

hardik

Ranjit Kumar Jena
  • Published: Sunday, 12 January 2020
  • , Updated: 12 January 2020, 06:39 PM IST

ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ ଆୟୋଜିତ ଫିଟନେସ୍ ଟେଷ୍ଟରେ ବିଫଳ ହୋଇଛନ୍ତି, ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତ-ଏ ଟିମରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ତାମିଲନାଡୁର କ୍ୟାପଟେନ୍ ବିଜୟ ଶଙ୍କରଙ୍କୁ ଭାରତ-ଏ ଟିମରେ ସ୍ଥାନ ମିଳିଛି ଏବଂ ସେ ନ୍ୟୁଜିଲ୍ୟାଣ୍ଡ୍ ଅଭିମୁଖେ ଗସ୍ତ କରିସାରିଛନ୍ତି।

ଚାରିମାସରୁ ଅଧିକ ଦିନ ଧରି ଆହତ କାରଣରୁ ଟିମରୁ ବାହାରେ ରହିବା ପରେ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇବେ ବୋଲି ଆଶା ଥିଲା। କିନ୍ତୁ ସେ ଏବେବି ଶତପ୍ରତିଶତ ଫିଟ୍ ହୋଇନାହାନ୍ତି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ-ଏ ଟିମ୍ ପ୍ରଥମେ ଦୁଇଟି ୫୦ଓଭର ବିଶିଷ୍ଟ ୱାର୍ମଅପ୍ ମ୍ୟାଚ୍ ଖେଳିବ। ଏହା ପରେ ଭାରତ-ଏ ଭାରତ-ଏ' ଟିମ୍ ତିନୋଟି ଲିଷ୍ଟ-ଏ ମ୍ୟାଚ୍ ଏବଂ ଦୁଇଟି ଚାରିଦିନିଆ ମ୍ୟାଚ୍ ଖେଳିବ।

ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାର୍ଦ୍ଦିକ ଦୁଇଟି ବାଧ୍ୟତାମୂଳକ ଫିଟନେସରେ ବିଫଳ ରହିଛନ୍ତି। ତାଙ୍କ ସ୍କୋର ଧାର୍ଯ୍ୟ ସ୍ତରଠାରୁ ବହୁତ କମ୍ ରହିଥିଲା, ଯାହା ପ୍ରମାଣିତ କରିଛି ଯେ ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ଫିଟ୍ ନାହାନ୍ତି। ଏଭଳି ସ୍ଥିତିରେ ସେ ଭାରତ-ଏ ଟିମ୍ ସହ ଯାଇପାରିବେ ନାହିଁ। ଭାରତ-ଏ ଟିମର ଫିଟନେସ୍ ଟେଷ୍ଟରେ ୟୋ-ୟୋ ଟେଷ୍ଟ ସାମିଲ୍ କରାଯାଇନାହିଁ। ଚୟନକର୍ତ୍ତା ବିନା କୌଣସି ରଣଜୀ ମ୍ୟାଚ୍ ଖେଳିଥିବା ହାର୍ଦ୍ଦିକଙ୍କୁ ଭାରତ-ଏ ଟିମରେ ସାମିଲ୍ କରିଥିଲା।

Related story