ହରମନପ୍ରୀତ ଖେଳିଲେ ୧୦୦ତମ ଟି-୨୦ ମ୍ୟାଚ୍

ସୁରତ: ଭାରତୀୟ ମହିଳା ଟି-୨୦ ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର୍ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୧୦୦ତମ ଟି-୨୦ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ସେ ଏକମାତ୍ର ଭାରତୀୟ ଭାବେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ହରମନପ୍ରୀତଙ୍କ ପରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ୍ ଶର୍ମାଙ୍କ ନାଁ ଆସିବ। […]

harman

Ranjit Kumar Jena
  • Published: Friday, 04 October 2019
  • , Updated: 04 October 2019, 08:37 PM IST

ସୁରତ: ଭାରତୀୟ ମହିଳା ଟି-୨୦ ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର୍ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୧୦୦ତମ ଟି-୨୦ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ସେ ଏକମାତ୍ର ଭାରତୀୟ ଭାବେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

ହରମନପ୍ରୀତଙ୍କ ପରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ୍ ଶର୍ମାଙ୍କ ନାଁ ଆସିବ। ଉଭୟ କ୍ରିକେଟର ଭାରତ ପକ୍ଷରୁ ୯୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯଦି ମହିଳା କ୍ରିକେଟରଙ୍କ କଥା କୁହାଯିବ, ତାହେଲେ ହରମନପ୍ରୀତ ୧୦୦ ଟି-୨୦ ମ୍ୟାଚ୍ ଖେଳିବାରେ ବିଶ୍ୱର ଦଶମ ଖେଳାଳି। ଭାରତୀୟ ମହିଳାଙ୍କ ମଧ୍ୟରେ ମିତାଲୀ ରାଜ ୮୯ ଟି-୨୦ ମ୍ୟାଚ୍ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପୁରୁଷ କ୍ରିକେଟରେ ପାକିସ୍ତାନର ଶୋଏବ ମଲିକ୍ ସର୍ବାଧିକ ୧୧୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

Related story