ଫାଇନାଲ ପୂର୍ବରୁ ଭାରତକୁ ଶକ୍ତ ଝଟ୍‌କା: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହରମନପ୍ରୀତ୍ ଆହତ

ଭୁବନେଶ୍ୱର: ଆସନ୍ତାକାଲି ମହିଳା ବିଶ୍ୱକପ୍ କ୍ରିକେଟ୍‌ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହେବେ ଭାରତ ଓ ଇଂଲଣ୍ଡ। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେବାପରେ ଭାରତ ଏବେ ଟାଇଟଲ୍ ଲକ୍ଷ୍ୟରେ। କିନ୍ତୁ ଫ।ଇନାଲ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟ୍‌କା। ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହରମନପ୍ରୀତ୍ କୌର ନେଟ୍ ପ୍ରାକ୍ଟିସ୍ କରୁଥିବା ବେଳେ ଆହତ ହୋଇଛନ୍ତି। ନେଟ୍‌ ପ୍ରାକ୍ଟିସ ବେଳେ ହରମନପ୍ରୀତଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ହରମନପ୍ରୀତ୍‌ଙ୍କୁ ସୁସ୍ଥ କରିବାକୁ ତାଙ୍କ କାନ୍ଧରେ ବରଫ ଲଗାଯାଇଛି। ତେବେ […]

harmanpreet

Rakesh Mallick
  • Published: Saturday, 22 July 2017
  • , Updated: 23 July 2017, 07:48 AM IST

ଭୁବନେଶ୍ୱର: ଆସନ୍ତାକାଲି ମହିଳା ବିଶ୍ୱକପ୍ କ୍ରିକେଟ୍‌ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହେବେ ଭାରତ ଓ ଇଂଲଣ୍ଡ। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେବାପରେ ଭାରତ ଏବେ ଟାଇଟଲ୍ ଲକ୍ଷ୍ୟରେ। କିନ୍ତୁ ଫ।ଇନାଲ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟ୍‌କା। ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହରମନପ୍ରୀତ୍ କୌର ନେଟ୍ ପ୍ରାକ୍ଟିସ୍ କରୁଥିବା ବେଳେ ଆହତ ହୋଇଛନ୍ତି। ନେଟ୍‌ ପ୍ରାକ୍ଟିସ ବେଳେ ହରମନପ୍ରୀତଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ହରମନପ୍ରୀତ୍‌ଙ୍କୁ ସୁସ୍ଥ କରିବାକୁ ତାଙ୍କ କାନ୍ଧରେ ବରଫ ଲଗାଯାଇଛି। ତେବେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳୀଙ୍କ କହିବା ଅନୁଯାୟୀ, କାନ୍ଧ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏପରି ନିୟମିତ କରାଯାଇଥାଏ। ଫ।ଇନାଲ ମ୍ୟାଚ ପୂର୍ବରୁ ହରମନପ୍ରୀତ ଫିଟ୍ ହୋଇଯିବେ ବୋଲି କ୍ୟାପଟେନ ମିତାଲି ରାଜ୍ ଆଶାବାଦୀ ଅଛନ୍ତି।

ଅଷ୍ଟ୍ରେଲିଆକୁ ସେମିରେ ହରାଇବାରେ ଷ୍ଟାର ବ୍ୟାଟ୍ସମ୍ୟାନ ହରମନପ୍ରୀତଙ୍କର ମୁଖ୍ୟ ଭୂମିକା ଥିଲା । ୧୧୫ ବଲ୍‌ରେ ୧୭୧ ରନ୍ ସ୍କୋର କରି ଭାରତକୁ ଫ।ଇନାଲ୍‌ରେ ପହଞ୍ଚାଇଥିଲେ। ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ବିଶ୍ୱକପ୍ ଫ।ଇନାଲ ମୁକାବିଲାରେ ପହଞ୍ଚିଛି  ଭାରତୀୟ ମହିଳା ଦଳ। ତେଣୁ କାଲିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି।

Related story