ହାରୁ ହାରୁ ଜିତି ଗଲା ଭାରତ, ୪ ରନରେ ଜିମ୍ବାୱେ ପରାସ୍ତ

ହରାରେ: ଷ୍ଟାର୍ ଖେଳାଳିଙ୍କ ବିନା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଜିମ୍ବାୱେକୁ ତା’ମାଟିରେ ଟକ୍କର ଦେବାକୁ ଯାଇଥିବା ଭାରତୀୟ ଟିମ୍ ଆଜି ଅଳ୍ପକେ ଏକ ଲଜ୍ଜାଜନକ ପରାଜୟରୁ ବର୍ତ୍ତି ଯାଇଛି। ରୋମାଞ୍ଚ ଭରା ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆକୁ ଦଳ ମାତ୍ର ୪ ରନରେ ଜିତି ଯାଇଛି। ଭାରତକୁ ଏକ ସମ୍ମାନଜନକ ସ୍କୋରକୁ ନେଇ ଯାଇ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ଅମ୍ବାତି ରାୟୁଡୁଙ୍କୁ ଦିଆଯାଇଥିଲା ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’। ସେ ୧୨୪ ରନ୍ କରିଥିଲେ। ଆଜି ଟସ୍ […]

Cricket

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 05:59 PM IST

ହରାରେ: ଷ୍ଟାର୍ ଖେଳାଳିଙ୍କ ବିନା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଜିମ୍ବାୱେକୁ ତା’ମାଟିରେ ଟକ୍କର ଦେବାକୁ ଯାଇଥିବା ଭାରତୀୟ ଟିମ୍ ଆଜି ଅଳ୍ପକେ ଏକ ଲଜ୍ଜାଜନକ ପରାଜୟରୁ ବର୍ତ୍ତି ଯାଇଛି। ରୋମାଞ୍ଚ ଭରା ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆକୁ ଦଳ ମାତ୍ର ୪ ରନରେ ଜିତି ଯାଇଛି। ଭାରତକୁ ଏକ ସମ୍ମାନଜନକ ସ୍କୋରକୁ ନେଇ ଯାଇ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ଅମ୍ବାତି ରାୟୁଡୁଙ୍କୁ ଦିଆଯାଇଥିଲା ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’। ସେ ୧୨୪ ରନ୍ କରିଥିଲେ।

ଆଜି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ। ଦଳର ଯୋଜନା ପୂରା ଠିକ୍ ଥିଲା। ସେଥିପାଇଁ ଅଧିନାୟକ ଆଜିଙ୍କ୍ୟ ରାହାଣେ, ଅମ୍ବାତି ରାୟୁଡୁ ଓ ଷ୍ଟୁଆର୍ଟ ବିନ୍ନିଙ୍କ ବ୍ୟତୀତ ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଆଜିଙ୍କ୍ୟ ଓ ମୂରଲୀ ବିଜୟ ଓପନିଂ କରିବାକୁ ଆସିଥିଲେ। ବିଜୟ ମାତ୍ର ୯ଟି ବଲ୍ ଖେଳି ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ଆଜିଙ୍କ୍ୟ ରାହାଣେ ବି ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ୪୯ଟି ବଲରୁ ୩୪ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ମନୋଜ ତିୱାରୀ, ରବୀନ ଉଥାପ୍ପା ଓ କେଦାର ଯାଦବ ଯଥାକ୍ରମେ ୨,୦ ଓ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଭାରତୀୟ ଇନିଂସକୁ ସମ୍ଭାଳି ନେଇଥିଲେ ତିନି ନମ୍ବରରେ ଖେଳିବାକୁ ଆସିଥିବା ଅମ୍ବାତି ରାୟୁଡୁ। ତାଙ୍କୁ ମିଳିଥିଲା ସାତ ନମ୍ବରରେ ଖେଳିବାକୁ ଆସିଥିବା ଷ୍ଟୁଆର୍ଟ ବିନ୍ନିଙ୍କ ସାଥ୍। ରାୟୁଡୁ ୧୩୩ଟି ବଲରୁ ୧୨ଟି ଚୌକା ଓ ଗୋଟିଏ ଛକା ମାରି ୧୨୪ ରନ୍ କରି ନଟ୍ ଆଉଟ୍ ରହିଥିଲେ। ବିନ୍ନି ୭୬ଟି ବଲରୁ ୬ଟି ଚୌକା ଓ ୨ଟି ଛକା ବଳରେ ୭୭ ରନ୍ କରିଥିଲେ। ଅକ୍କ୍ସର ପଟେଲ ମାତ୍ର ୩ଟି ବଲ୍ ଖେଳିବାକୁ ସୁଯୋଗ ପାଇଥିଲେ ଓ ୨ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଦଳ ପୂରା ୫୦ ଓଭର ଖେଳି ୬ ୱିକେଟ୍ ବିନିମୟରେ ୨୫୫ ରନ୍ ସଂଗ୍ରହ କରିଥିଲା।  ଜିମ୍ବାୱେ ପକ୍ଷରୁଚାମୁ ଚିଭାଭା ଓ ଡୋନାଲ୍ଡ ତିରିପାନୋ ଯଥାକ୍ରମେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଜିମ୍ବାୱେର ବ୍ୟାଟିଂ ମଧ୍ୟ ଆରମ୍ଭରୁ ଭଲ ରହିନଥିଲା। ଓପନର ଚାମୁ ଚିଭାଭା ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ଅନ୍ୟତମ ଓପନର ଭୁସି ସିବାନ୍ଦ ୨୦ ଓ ତିନି ନମ୍ବରରେ ଆସିଥିବା ହାମିଲଟନ୍ ମାସାକାଦଜା ୩୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଚାରି ନମ୍ବରରେ ଆସିଥିବା ଏଲଟୋନ୍ ଚିଗୁମବୁରା ୧୦୧ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହିତ ୧୦୪ ରନ୍ କରି ଅପରାଜିତ ରହିଥିଲେ। ସେ ପ୍ରାୟତଃ ମ୍ୟାଚକୁ ଭାରତ ହାତରୁ ଛଡ଼ାଇ ନେଇଥିଲେ। ସିକନ୍ଦର ରାଜା ୩୭ ଓ ଗ୍ରାମେ କ୍ରିମର ୨୭ ରନ୍ କରିଥିଲେ। ବିଜୟ ପାଇଁ ଶେଷ ଓଭରରେ ଦଳକୁ ୧୦ ରନ୍ ଆବଶ୍ୟକ ହେଉଥିଲା। ତେବେ ଦଳ ମାତ୍ର ୬ ରନ୍ ସଂଗ୍ରହ କରିପାରିଥିଲା।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଧୱଲ କୁଲକର୍ଣ୍ଣୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବିନ୍ନି ଓ ଅକ୍ସର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିଭଳି ଦୀର୍ଘ ଦିନ ପରେ ଦିନିକିଆକୁ ଫେରିଥିବା ସ୍ପିନର ହରଭଜନ ସିଂହ ୧୦ ଓଭରରେ ୪୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

Related story