ଝଗଡ଼ା ଭିତରେ ନରମ ହେଲା ହସିନ୍‌ ଜହାନ୍‌ଙ୍କ ହୃଦୟ: ସ୍ୱାମୀଙ୍କୁ ଭେଟିବାକୁ ହେଉଛନ୍ତି ବ୍ୟାକୁଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କୁ ଦେଖାକରିବାକୁ ବ୍ୟାକୁଳ ପତ୍ନୀ ହସିନ୍‌ ଜହାନ୍‌। ଏହା ନିଶ୍ଚିତଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ। କାରଣ ଯେଉଁ ପତ୍ନୀ ଦୀର୍ଘଦିନ ଧରି ସାମିଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଚାଲିଥିଲେ, ଏହାପରେ ସେ କିଭଳି ତାଙ୍କୁ ଦେଖାକରିବାକୁ ଚାହୁଁଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛ କିଛିଦିନ ପୂର୍ବରୁ ହସିନ୍‌ ଜହାନ ଅଭିଯୋଗ ଆଣିଥିଲେ, ତାଙ୍କ ସ୍ୱାମୀ ମହମ୍ମଦ ସାମି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ […]

mohammed-shamis-wife-hasin-jahan-reveals-how-the-team-india-star-tortured-and-cheated-on-her-740x500-5-1520422236

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 06:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହମ୍ମଦ ସାମିଙ୍କୁ ଦେଖାକରିବାକୁ ବ୍ୟାକୁଳ ପତ୍ନୀ ହସିନ୍‌ ଜହାନ୍‌। ଏହା ନିଶ୍ଚିତଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ। କାରଣ ଯେଉଁ ପତ୍ନୀ ଦୀର୍ଘଦିନ ଧରି ସାମିଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଚାଲିଥିଲେ, ଏହାପରେ ସେ କିଭଳି ତାଙ୍କୁ ଦେଖାକରିବାକୁ ଚାହୁଁଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛ କିଛିଦିନ ପୂର୍ବରୁ ହସିନ୍‌ ଜହାନ ଅଭିଯୋଗ ଆଣିଥିଲେ, ତାଙ୍କ ସ୍ୱାମୀ ମହମ୍ମଦ ସାମି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସାମିଲ। ଏହାସହ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିବା ଅଭିଯୋଗ ଆଣିଥିଲେ ହସିନ୍‌। କିନ୍ତୁ ହଠାତ୍‌ ହସନି ଜହାନ୍ ସାମିଙ୍କୁ ଦେଖାକରିବାକୁ ଅନେକ ପ୍ରୟାସ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିବା କଥା କହିଛନ୍ତି।

ପ୍ରକୃତ କଥା ହେଲା, ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ପରେ ବିସିସିଆଇର ଆଣ୍ଟି କରପ୍‌ସନ୍‌ ୟୁନିଟ୍‌ ତଦନ୍ତ କରି ସାମିଙ୍କୁ କ୍ଲିନ୍‌ ଚିଟ୍‌ ଦେବାପରେ ସାମି ଆଇପିଏଲ ପାଇଁ ଅଭ୍ୟାସ କରିବାକୁ ଡେରାଡୁନ୍ ଯାଇଥିଲେ। ଅଭ୍ୟାସ ସାରି ସେ ଆଇପିଏଲ୍‌ ଟିମ୍‌ରେ ସାମିଲ ହେବାକୁ ଦିଲ୍ଲୀ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସାମି ଆହତ ହୋଇଛନ୍ତି। ୨୪ ମାର୍ଚ୍ଚ ଦିନ ସକାଳ ୭.୩୦ ମିନିଟରେ ସାମିଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ସାମି ଆହତ ଅବସ୍ଥାରେ ହସପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ହସିନ୍‌ ଜହାନ୍‌ ସାମିଙ୍କୁ ଦେଖିବାକୁ ବ୍ୟାକୁଳ ହେଉଛନ୍ତି। ହସିନ୍‌ କହିଛନ୍ତି, ‘ସାମିଙ୍କୁ ଆହତ ଅବସ୍ଥାରେ ସେ ଦେଖିପାରିବେ ନାହିଁ, ସେ ଏବେ ବି ସାମିଙ୍କୁ ଭଲ ପାଆନ୍ତି, ତେଣୁ ସେ ଗଡ଼୍‌ଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ସାମି ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ’। ସେ ଏହ ମଧ୍ୟ କହିଛନ୍ତି, ସାମିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନି। ସାମି କେଉଁଠି ଅଛନ୍ତି ଓ କିପରି ଅଛନ୍ତି ଏହା ଜଣିବାକୁ ସାମିଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କ ଘରଲୋକ ଫୋନ୍‌ ରିସିଭ୍‌ କରୁନାହାଁନ୍ତି।

Related story