ସାମିଙ୍କୁ କେବେବି ତଲାକ୍‌ ଦେବେନି ହସିନ୍‌: ଆଉ ଏକ ସଙ୍ଗୀନ୍‌ ଅଭିଯୋଗ ସହ ଖୁଲାସା କଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ କ୍ରିକେଟର୍‌ ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ୍‌ ଜହାନ୍‌ଙ୍କୁ ନେଇ ବିବାଦ ଥମିବାରେ ନାଁ ଧରୁନି। ଦୁର୍ଘଟଣାରେ ଆହତ ହୋଇଥିବା ମହମ୍ମଦ ସାମିଙ୍କୁ ଦେଖିବାକୁ ହସିନ୍‌ ଦିଲ୍ଲୀ ପହଞ୍ଚିଥିଲେ ମଧ୍ୟ ସାମି ତାଙ୍କ ସହ କଥା ହେବାକୁ ମନା କରିଦେଇଛନ୍ତି। ଫେରିବା ପରେ ଏହା କହିଛନ୍ତି ସାମିଙ୍କ ପତ୍ନୀ ହସିନ୍‌ ଜହାନ୍‌। ଆପଣଙ୍କୁ ଜଣାଇଦେବାକୁ ଚାହଁଛୁ ଯେ ହସିନ୍ ସାମିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ‌ଆଣିଥଲେ। ପରେ […]

daikin-celebrates-delhi-three-years-daredevils-togetherness_321bf5c0-2218-11e8-81db-e6399ce35310

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ କ୍ରିକେଟର୍‌ ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ୍‌ ଜହାନ୍‌ଙ୍କୁ ନେଇ ବିବାଦ ଥମିବାରେ ନାଁ ଧରୁନି। ଦୁର୍ଘଟଣାରେ ଆହତ ହୋଇଥିବା ମହମ୍ମଦ ସାମିଙ୍କୁ ଦେଖିବାକୁ ହସିନ୍‌ ଦିଲ୍ଲୀ ପହଞ୍ଚିଥିଲେ ମଧ୍ୟ ସାମି ତାଙ୍କ ସହ କଥା ହେବାକୁ ମନା କରିଦେଇଛନ୍ତି। ଫେରିବା ପରେ ଏହା କହିଛନ୍ତି ସାମିଙ୍କ ପତ୍ନୀ ହସିନ୍‌ ଜହାନ୍‌।

ଆପଣଙ୍କୁ ଜଣାଇଦେବାକୁ ଚାହଁଛୁ ଯେ ହସିନ୍ ସାମିଙ୍କ ଉପରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ‌ଆଣିଥଲେ। ପରେ ବିସିସିଆଇର ଆଣ୍ଟି କରପ୍‌ସନ୍‌ ୟୁନିଟ୍‌ ତଦନ୍ତ କରି ସାମିଙ୍କୁ କ୍ଲିନ୍‌ ଚିଟ୍‌ ଦେବାପରେ ସାମି ଆଇପିଏଲ ପାଇଁ ଅଭ୍ୟାସ କରିବାକୁ ଡେରାଡୁନ୍ ଯାଇଥିଲେ। ଅଭ୍ୟାସ ସାରି ଦିଲ୍ଲୀ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସାମି ଆହତ ହୋଇଥିଲେ। ୨୪ ମାର୍ଚ୍ଚ ସକାଳ ୭.୩୦ ମିନିଟରେ ସାମିଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ସାମି ଆହତ ଅବସ୍ଥାରେ ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ଖବର ଜଣାପଡ଼ିବା ପରେ ହସିନ୍‌ ଜହାନ୍‌ ବ୍ୟାକୁଳ ହୋଇ ସାମିଙ୍କୁ ଦେଖିବାକୁ ଯାଇଥିଲେ। ହେଲେ ତାଙ୍କୁ ସାମିଙ୍କ ସହ ଦେଖିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ହସିନ୍‌ ଅଭିଯୋଗ ଆଣିଛନ୍ତି। ହସିନ୍‌ ସାମିଙ୍କ ଉପରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସାମି ତାଙ୍କୁ ଧମକ୍‌ ଦେଇ କହିଛନ୍ତି ଯେ ସେ ତାଙ୍କୁ କୋର୍ଟରେ ହିଁ ଦେଖାକରିବେ। ସାମି ନିଜ ଝିଅକୁ ଦେଖାକରିଥିଲେ ମଧ୍ୟ ହସିନ୍‌ଙ୍କୁ ଚିହ୍ନିଁନଥିବା କହିଥିଲେ। ହସିନ୍‌ ଏହା ମଧ୍ୟ କହିଛନ୍ତି ସେ ସାମିଙ୍କୁ ଜୀବନରେ କେବେବି ତଲାକ୍‌ ଦେବେନି ବରଂ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆଣିବାକୁ ଚେଷ୍ଟା କରିବେ।

Related story