IPL-11: ଦାମୀ ଖେଳାଳି ଫେଲ୍, ଚମକୁଛନ୍ତି ଶସ୍ତା ଖେଳାଳି

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୨୨ଟି ମ୍ୟାଚ୍‌ ଖେଳାଯାଇସାରିଛି। ଯେଉଁଥିରେ ୪ଟି ଫ୍ରାଞ୍ଚାଇଜ୍‌ ୬ଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ ଅନ୍ୟ ୪ଟି ଟିମ୍‌ ୫ଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି। ଏପରି ସ୍ଥିତିରେ ସମସ୍ତଙ୍କ ନଜର ଏବେ ସେହି କ୍ରିକେଟର୍‌ଙ୍କ ଉପରେ ରହିଛି ଯେଉଁ ଖେଳାଳି, ଚଳିତ ଆଇପିଏଲରେ ସର୍ବାଧିକ ମୂଲ୍ୟରେ କିଣା ହୋଇଛନ୍ତି। ୨୦୧୮ ଆଇପିଏଲରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫ କୋଟିରେ କିଣିଛି। କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋକ୍ସଙ୍କ ପ୍ରଦର୍ଶନ […]

maxresdefault (1)

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 06:12 PM IST

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୨୨ଟି ମ୍ୟାଚ୍‌ ଖେଳାଯାଇସାରିଛି। ଯେଉଁଥିରେ ୪ଟି ଫ୍ରାଞ୍ଚାଇଜ୍‌ ୬ଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ ଅନ୍ୟ ୪ଟି ଟିମ୍‌ ୫ଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି। ଏପରି ସ୍ଥିତିରେ ସମସ୍ତଙ୍କ ନଜର ଏବେ ସେହି କ୍ରିକେଟର୍‌ଙ୍କ ଉପରେ ରହିଛି ଯେଉଁ ଖେଳାଳି, ଚଳିତ ଆଇପିଏଲରେ ସର୍ବାଧିକ ମୂଲ୍ୟରେ କିଣା ହୋଇଛନ୍ତି। ୨୦୧୮ ଆଇପିଏଲରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫ କୋଟିରେ କିଣିଛି। କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋକ୍ସଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ସେହିପରି ରସିଦ ଖାନ୍‌ଙ୍କୁ ହାଇଦ୍ରାବାଦ ଏଥର ୯ କୋଟିରେ କିଣିଛି। ରସିଦ ଖାନ୍‌ଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛ ଖାସ୍‌ ରହିନାହିଁ। ଆଉଜଣେ ଦାମୀ ଖେଳାଳି ମ୍ୟାକ୍ସୱେଲ୍‌ ମଧ ତାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖାଇବାରେ ବିଫଳ ହୋଇଛନ୍ତି। ତାଙ୍କୁ ୯ କୋଟିରେ ଦିଲ୍ଲୀ କିଣିଛି।  ମନିଷ ପାଣ୍ଡେଙ୍କୁ ହାଇଦ୍ରାବାଦ ୧୧ କୋଟିରେ କିଣିଛି। ମନିଷଙ୍କ ପ୍ରଦର୍ଶନ ସେଭଳି କିଛି ଖାସ୍‌ ରହିନାହିଁ। ଦ୍ୱିତୀୟ ସର୍ବାଧିକ ଦାମୀ ଖେଳାଳି ଭାବେ ଜୟଦେବ ଉନାଦକତଙ୍କୁ ରାଜସ୍ଥାନ ୧୧.୫ କୋଟିରେ କିଣିଛି। ଉନାଦକତଙ୍କ ପ୍ରଦର୍ଶନ ମଧ୍ୟ ଚଳିତ ଆଇପିଏଲରେ ଖରାପ ରହିଛି।

ଅନ୍ୟପଟେ ସବୁଠୁ କମ ମୂଲ୍ୟ ଓ ନିଜର ବେସ୍‌ ପ୍ରାଇସ୍‌ରେ କିଣାଯାଇଥିବା ଖେଳାଳିଙ୍କ ପ୍ରଦର୍ଶନ ଉନ୍ନତମାନର ରହିଛି। ଏହି ତାଲିକାରେ ଅଛନ୍ତି ପଞ୍ଜାବର କ୍ରିସ୍‌ ଗେଲ୍‌, ମୁମ୍ବାଇର ସୁର୍ଯ୍ୟକୁମାର ଯାଦବ, ମୟଙ୍ଗ ମାର୍କଣ୍ଡେ, ଦିଲ୍ଲୀର ଟ୍ରେଣ୍ଟ ବୋଲ୍ଟ ଭଳି ଖେଳାଳି। ଅତି କମ ମୂଲ୍ୟରେ କିଣାଯାଇଥିଲେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ମୟଙ୍କ ମାର୍କଣ୍ଡେଙ୍କୁ ମୁମ୍ବାଇ ମାତ୍ର ୨୦ ଲକ୍ଷ୍ୟ ଟଙ୍କାରେ କିଣିଥିବା ବେଳେ ସେ ଏପର୍ଯ୍ୟନ୍ତ ଆଇପିଏଲର ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ହାସଲ କାରୀ ବୋଲର୍‌ ସାବ୍ୟସ୍ତ ହୋଇପାରିଛନ୍ତି। ସେ ଏପର୍ଯ୍ୟନ୍ତ ମାତ୍ର ୪ଟି ମ୍ୟାଚ୍‌ ଖେଳି ୮ଟି ୱିକେଟ୍‌ ହାସଲ କରିସାରିଲେଣି।

Related story