ଏଚ୍‌ଆଇଏଲ୍‌: ଉତ୍ତରପ୍ରଦେଶ ଓ ଦିଲ୍ଲୀ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଉତ୍ତରପ୍ରଦେଶ ୱିଜାର୍ଡସ ଓ ଦିଲ୍ଲୀ ୱେଭରାଇଡର୍ସ ମାଚ ୧-୧ରେ ଡ୍ର ହୋଇଯାଇଛି। ଉତ୍ତରପ୍ରଦେଶର ଗୋନଜାଲୋ ପଲାଟ୍‌ ଗୋଟିଏ ଗୋଲ ଦେଇଥିବା ବେଳେ ଦିଲ୍ଲୀ ୱେଭରାଇଡର୍ସ ପକ୍ଷରୁ ରୁପିନ୍ଦର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚ ଡ୍ର ଯୋଗୁଁ ଉତ୍ତରପ୍ରଦେଶ ୨୨ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛନ୍ତି। ଦିଲ୍ଲୀ ୱେଭରାଇଡର୍ସ ୨୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଦବଙ୍ଗ ମୁମ୍ୱାଇ ୩୩ […]

uttar-pradesh-wizards and delhi

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 09:08 PM IST

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଉତ୍ତରପ୍ରଦେଶ ୱିଜାର୍ଡସ ଓ ଦିଲ୍ଲୀ ୱେଭରାଇଡର୍ସ ମାଚ ୧-୧ରେ ଡ୍ର ହୋଇଯାଇଛି। ଉତ୍ତରପ୍ରଦେଶର ଗୋନଜାଲୋ ପଲାଟ୍‌ ଗୋଟିଏ ଗୋଲ ଦେଇଥିବା ବେଳେ ଦିଲ୍ଲୀ ୱେଭରାଇଡର୍ସ ପକ୍ଷରୁ ରୁପିନ୍ଦର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ।

ମ୍ୟାଚ ଡ୍ର ଯୋଗୁଁ ଉତ୍ତରପ୍ରଦେଶ ୨୨ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛନ୍ତି। ଦିଲ୍ଲୀ ୱେଭରାଇଡର୍ସ ୨୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଦବଙ୍ଗ ମୁମ୍ୱାଇ ୩୩ ପଏଣ୍ଟ ପାଇଁ ତାଲିକାରେ ୧ ନମ୍ୱରରେ ରହିଛି। କଳିଙ୍ଗ ଲାନ୍‌ସର୍ସ ୨୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

Related story