ହକି ଇଣ୍ଡିଆ ଲିଗ୍‌: ଆଜି କଳିଙ୍ଗ ଲାନସର୍ସ-ଦିଲ୍ଲୀ ୱେଭରାଇଡର୍ସ ମୁକାବିଲା

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ୱେଭରାଇଡର୍ସ ମଧ୍ୟରେ ଖେଳାଯିବ। ଆଜି ମ୍ୟାଚ୍‌ରେ ଯଦି କଳିଙ୍ଗ ଲାନସର୍ସ ଦିଲ୍ଲୀ ବିପକ୍ଷରେ ଜିତି ଯାଏ, ତା’ହେଲେ ୩୦ ପଏଣ୍ଟ ସହିତ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିବ। ସେପଟେ ଦିଲ୍ଲୀ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ହୋଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ଜିତିଲେ ସେମି ଫାଇନାଲ୍‌ରେ ଖେଳିବ। ଯଦି ଦଳ ହାରି ଯିବ ତା’ହେଲେ […]

Kalinga_Lancers

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 05:05 AM IST

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ୱେଭରାଇଡର୍ସ ମଧ୍ୟରେ ଖେଳାଯିବ। ଆଜି ମ୍ୟାଚ୍‌ରେ ଯଦି କଳିଙ୍ଗ ଲାନସର୍ସ ଦିଲ୍ଲୀ ବିପକ୍ଷରେ ଜିତି ଯାଏ, ତା’ହେଲେ ୩୦ ପଏଣ୍ଟ ସହିତ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିବ। ସେପଟେ ଦିଲ୍ଲୀ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ହୋଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ଜିତିଲେ ସେମି ଫାଇନାଲ୍‌ରେ ଖେଳିବ। ଯଦି ଦଳ ହାରି ଯିବ ତା’ହେଲେ ଦବଙ୍ଗ ମୁମ୍ବାଇ ସେମି ଫାଇନାଲ୍‌ରେ ପ୍ରବେଶ କରିବ। ଅନ୍ୟପକ୍ଷରେ ଆଜିର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ  କଳିଙ୍ଗ ଲାନସର୍ସ ସେମିଫାଇନାଲ୍‌ରେ ଖେଳିବା ନେଇ ସ୍ଥାନ ପକ୍କା କରି ସାରିଛି। ଗତକାଲି ଏକ ଲିଗ୍‌ ମ୍ୟାଚ୍‌ରେ ଦବଙ୍ଗ ମୁମ୍ବାଇ ୬-୩ରେ ଉତ୍ତର ପ୍ରଦେଶ ୱିଜାଡର୍ସକୁ ହରାଇବା ପରେ କଳିଙ୍ଗ ଲାନସର୍ସର ସେମି ଫାଇନାଲ୍ ଖେଳିବା ନିଶ୍ଚିତ ହୋଇ ଯାଇଛି।

ରାଞ୍ଚି ରେଜ୍ ୩୭ ପଏଣ୍ଟ ସହିତ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଜେପି ୱାରିୟର୍ସ ପଞ୍ଜାବ ୨୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଦବଙ୍ଗ ମୁମ୍ବାଇ ୨୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ କଳିଙ୍ଗ ଲାନସର୍ସ ୨୫ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୱେଭରାଇଡର୍ସ ୨୨ ପଏଣ୍ଟ ସହିତ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

Related story