‘ବିସିସିଆଇ ବିରାଟଙ୍କୁ ଯେତିକି ପୂଜା କରେ କେନ୍ଦ୍ର ମନ୍ତ୍ରୀମାନେ ମୋଦିଙ୍କୁ ବି ସେତିକି ପୂଜା କରୁ ନଥିବେ’

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ସମାଲୋଚନାରେ ଶିକାର ହୋଇଛି। କ୍ରିକେଟ୍ ସହିତ ଜଡ଼ିତ ଅନେକ ଲୋକେ ଟିମ୍‌କୁ ସମାଲୋଚନା କରୁଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା। ସେ ବିସିସିଆଇ ସହିତ ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିସିସିଆଇର ଅଧିକାରୀମାନେ ବିରାଟ କୋହଲିଙ୍କୁ ଯେତିକି ପୂଜା କରନ୍ତି କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ମୋଦିଙ୍କୁ ସେତିକି ପୂଜା କରୁ […]

kohli

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 11:50 AM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ସମାଲୋଚନାରେ ଶିକାର ହୋଇଛି। କ୍ରିକେଟ୍ ସହିତ ଜଡ଼ିତ ଅନେକ ଲୋକେ ଟିମ୍‌କୁ ସମାଲୋଚନା କରୁଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା। ସେ ବିସିସିଆଇ ସହିତ ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିସିସିଆଇର ଅଧିକାରୀମାନେ ବିରାଟ କୋହଲିଙ୍କୁ ଯେତିକି ପୂଜା କରନ୍ତି କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ମୋଦିଙ୍କୁ ସେତିକି ପୂଜା କରୁ ନଥିବେ। ‘ଟେଲିଗ୍ରାଫ୍‌’ରେ ଲେଖିଥିବା ଏକ ସ୍ତମ୍ଭରେ ରାମଚନ୍ଦ୍ର ଗୁହ ଏଭଳି ସମାଲୋଚନା କରିଛନ୍ତି।

ଶାସ୍ତ୍ରୀ ଦୁର୍ବଳ କୋଚ୍

ସେ କୋଚ୍ ରବି ଶାସ୍ତ୍ରୀଙ୍କୁ ବି କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ରବି ଶାସ୍ତ୍ରୀ ଜଣେ ଦୁର୍ବଳ କୋଚ୍। ଭାରତରେ ମ୍ୟାଚ୍ ବେଳେ ତାଙ୍କର ଦୁର୍ବଳତା ଲୁଚି ଯାଇଥିଲା। କିନ୍ତୁ ବିଦେଶ ମାଟିରେ ମ୍ୟାଚ୍ ବେଳେ ତାଙ୍କର ଦୁର୍ବଳତା ଧରା ପଡ଼ିଯାଇଛି।

କମିଟି ଅଫ୍ ଆଡ୍‌ମିନିଷ୍ଟ୍ରେସନ୍ ସିଓଏ ମୁଖ୍ୟ ବିନୋଦ ରାୟଙ୍କ ସମେତ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଳକ୍ଷ୍ମଣଙ୍କୁ ନେଇ ଗଠିତ ପରାମର୍ଶଦାତା କମିଟିକୁ ମଧ୍ୟ ଗୁହା ଛାଡ଼ି ନାହାଁନ୍ତି। ସେ ଲେଖିଛନ୍ତି,“ଅନୀଲ କୁମ୍ବେଲଙ୍କୁ ହଟାଇ ରବି ଶାସ୍ତ୍ରୀଙ୍କ ଭଳି ଜଣେ ସାଧାରଣ କ୍ରିକେଟରଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବାର କାରଣ ହେଉଛି ସେ ବିରାଟ କୋହଲିଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି।”

ବିରାଟ ଆଗରେ ସମସ୍ତେ ମୌନ

ଗୁହା ଲେଖିଛନ୍ତି,“ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫ୍‌ଟିପି) ତିଆରି କରିବା ହେଉ ଅବା ନ୍ୟାସ୍‌ନାଲ୍ କ୍ରିକେଟ୍ ଆକାଡେମୀ ଚଳାଇବା ହେଉ ସବୁଠି ବିରାଟଙ୍କ ହସ୍ତକ୍ଷେପ ରହିଛି। ବର୍ତ୍ତମାନ ସ୍ଥିତିରେ କୋଚିଂ ଷ୍ଟାଫ୍, ସିଲେକ୍ସନ କମିଟି ଓ ପ୍ରଶାସକ ସମସ୍ତେ ବିରାଟଙ୍କ ଆଗରେ ମୌନ।”

ସୂଚନାଯୋଗ୍ୟ, ବିସିସିଆଇର କାର୍ଯ୍ୟକଳାପ ଦେଖିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ଅଫ୍ ଆଡ୍‌ମିନିଷ୍ଟ୍ରେସନ୍ (ସିଓଏ)ରେ ରାମଚନ୍ଦ୍ର ଗୁହା ସଦସ୍ୟ ଥିଲେ। ତେବେ ବିସିସିଆଇ ବଡ଼ ଧରଣର ଗଡ଼ବଡ଼ କରୁଥିବା ଅଭିଯୋଗ କରି ଚାରି ମାସରେ ନିଜ ପଦ ଛାଡ଼ି ଦେଇଥିଲେ।

Related story