ରାଜ୍ୟର ସବୁ ସ୍କୁଲରେ ହେବ ‘ହକି କ୍ଲବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ସହ ଏହାର ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ସମସ୍ତ ସ୍କୁଲରେ ହକି କ୍ଲବ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଗଣମାଧ୍ୟମକୁ ଦେଇଥିବା ସୂଚନା ଦେଇ କହିଛନ୍ତି ଯେ, ସବୁ ସ୍କୁଲରେ ହକି ଖେଳାଯିବ । ଏଥିପାଇଁ ସବୁ ସ୍କୁଲରେ ‘ହକି କ୍ଲବ’ ଗଠନ କରାଯିବ । ପ୍ରଥମେ ସମସ୍ତ ସଦର ମହକୁମାରେ […]

Hockey-India-names-18-member-Indian-Mens-Team-for-Asian-Games

Ordigital Desk
  • Published: Thursday, 21 April 2022
  • , Updated: 21 April 2022, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ସହ ଏହାର ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ସମସ୍ତ ସ୍କୁଲରେ ହକି କ୍ଲବ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଗଣମାଧ୍ୟମକୁ ଦେଇଥିବା ସୂଚନା ଦେଇ କହିଛନ୍ତି ଯେ, ସବୁ ସ୍କୁଲରେ ହକି ଖେଳାଯିବ । ଏଥିପାଇଁ ସବୁ ସ୍କୁଲରେ ‘ହକି କ୍ଲବ’ ଗଠନ କରାଯିବ । ପ୍ରଥମେ ସମସ୍ତ ସଦର ମହକୁମାରେ ଥିବା ସ୍କୁଲଗୁଡ଼ିକରେ ଏହି କ୍ଲବ ଗଠନ କରାଯାଇ ପରେ ରାଜ୍ୟର ସମସ୍ତ ସ୍କୁଲକୁ ସମ୍ପ୍ରସାରିତ କରାଯିବ । ପ୍ରତି ସ୍କୁଲରେ ୩୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଏହି କ୍ଲବ ଗଠନ କରାଯିବ । ଜଣେ ଲେଖାଏଁ ହକି ପିଇଟି ମଧ୍ୟ ନିଯୁକ୍ତ କରାଯିବ । ଆବଶ୍ୟକ କିଟ୍ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ଓଡ଼ିଶା ହକି ମହାସଂଘ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ସହ ସାମିଲ ହୋଇ କାର୍ଯ୍ୟ କରିବ । ଏଥିରେ ଓଡ଼ିଶା ହକି ପ୍ରମୋସନ କାଉନସିଲକୁ ମଧ୍ୟ ସାମିଲ ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ପ୍ରତ୍ୟେକ ଜିଲ୍ଲାରେ ବହମୁଖୀ ଷ୍ଟାଡ଼ିୟମ ନିର୍ମାଣ କରିବା ସହ ହକିର ଅଧିକ ପ୍ରଚାର ପ୍ରସାର ନିମନ୍ତେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ।

Related story