ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ରାଉରକେଲା (ପୱନ ତିୱାରୀ): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ୱାଲର୍ଡ ହକି ଲିଗ୍‌। ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ଏହା ୧୦ ତାରିଖ ଯାଏଁ ଚାଲିବ। ସମଗ୍ର ବିଶ୍ୱର ଏବେ ନଜର ଏହି ଖେଳ ଉପରେ। ସବୁ ନାମିଦାମୀ ଖେଳାଳି ଏହି ପ୍ରତିଯୋଗିତାରେ ନଜର ଆସିବେ। ତେବେ ଭାରତୀୟ ହକି ଟିମରେ ସୁନ୍ଦରଗଡ଼ ଜିଲ୍ଳାର ତିନିଜଣ ଖେଳାଳି ଜାତୀୟ ଦଳରେ ସାମିଲ ହୋଇଛନ୍ତି। କେବଳ ଯେ ଚଳିତ ବର୍ଷ ସାମିଲ ହୋଇଛନ୍ତି ତାହା ନୁହେଁ, ବିଗତ ବର୍ଷ ମାନଙ୍କରେ ମଧ୍ୟ ଏମିତି ଅନେକ ପିଲା ଅନ୍ତଜାର୍ତୀୟ ସ୍ତରରେ ନିଜର ଖେଳର ଜାଦୁ ଦେଖାଇଛନ୍ତି।

ଏ ତ ଗଲା ଖେଳର କଥା। କିନ୍ତୁ ଆମେ ଏଠାରେ ଆଜି ଆପଣଙ୍କୁ କହିବୁ ଜଣେ କୋଚ୍‌ ବା ହକିଗୁରୁଙ୍କ କଥା। ଯିଏ ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଜାତୀୟ ସ୍ତରରେ ପ୍ରତିଷ୍ଠା ଦେବାକୁ ପିଲାଙ୍କୁ ନିଜ ହାତରେ ଗଢ଼ି ତୋଳନ୍ତି। କିନ୍ତୁ ସେମାନେ ରହି ଯାଇଛନ୍ତି ପରଦା ପଛରେ। ସାରା ଦୁନିଆ ଖେଳାଳିଙ୍କ ପ୍ରଦର୍ଶନରେ ମତୁଆଲା ହୁଏ। କିନ୍ତୁ ଯିଏ ଏମାନଙ୍କୁ ତିଆରି କରିଛନ୍ତି ତାଙ୍କୁ କେହି ଚିହ୍ନନ୍ତି ନାହିଁ। ଠିକ୍ ଯେମିତି ଦର୍ଶକ ଫିଲ୍ମ ଦେଖି ହିରୋ ହିରୋଇନ୍‌ଙ୍କୁ ଚିହ୍ନନ୍ତି, କିନ୍ତୁ ଭୁଲି ଯାଆନ୍ତି ନିର୍ଦ୍ଦେଶକ ଓ ପରଦା ପଛରେ କାମ କରିଥିବା ଅନ୍ୟ ଲୋକଙ୍କୁ। ଠିକ୍ ସେମିତି ଏହି ହକି କୋଚ୍‌ଙ୍କ କଥା।

(image)

ସେ ହେଉଛନ୍ତି ରାଉରକେଲା ପାନପୋଷ ହକି ଛାତ୍ରାବାସର କୋଚ୍‌। ଯିଏ ତାଙ୍କର ଜୀବନକୁ ହକି ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ, କେମିତି ପିଲାମାନେ ଭଲ ଖେଳ ଶିଖି ରାଜ୍ୟ ତଥା ଦେଶ ବାହାରେ ତାହାର ନାଁ ରଖିବେ। ସେ ବ୍ୟକ୍ତି ଜଣକ ହେଉଛନ୍ତି ଅମୂଲ୍ୟ କୁମାର ବେହେରା। ବୟସ ପାଖାପାଖି ୫୧ ହେବ। ଅମୂଲ୍ୟ ସାର୍‌ଙ୍କ ଘର ଗଂଜାମ ଜିଲ୍ଳା ଛତ୍ରପୁର ଅଞ୍ଚଳରେ। ପାନପୋଷ ହକି ଛାତ୍ରାବାସରେ ୧୯୯୧ ମସିହାରୁ ଆସି ଯୋଗଦେବା ପରେ ସେ ଏହାକୁ ହିଁ ତାଙ୍କ କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି। ସେ ଡିପାର୍ଟମେଣ୍ଟ ଅଫ୍ ଷ୍ଟୋଟର୍ସ ଆଣ୍ଡ ୟୁଥ ସାର୍ଭିସସେରେ ଜଣେ କର୍ମଚାରୀ।(image)

୧୯୯୧ ମସିହାର କଥା। ପ୍ରଥମ କରି ଅମୂଲ୍ୟ ସାର୍ ପାନପୋଷ ହକି ଛାତ୍ରାବାସରେ ଆସି ଯୋଗ ଦିଅନ୍ତି। ସେତେବେଳେ ଏହି ଛାତ୍ରାବାସରେ ୨୦ ଜଣ ପୁଅ ଓ ୨୦ ଜଣ ଝିଅ ପିଲା ରହୁଥାନ୍ତି। ଏମାନଙ୍କୁ ନେଇ ସେତେବେଳେ ସେ କୋଚିଂ ଆରମ୍ଭ କଲେ ଅମୂଲ୍ୟ ବାବୁ। ସ୍ପୋର୍ଟସ ହଷ୍ଟେଲ୍‌ର ୭ ଜଣ କୋଚଙ୍କ ମଧ୍ୟରୁ ସେ ଥିଲେ ଜଣେ। ସେମାନଙ୍କ ମଧ୍ୟରେ ଥିଲେ କେ.ସି ଚୌଧୁରୀ, ଏ.ଏନ୍.ବିହାରୀ, ମିଲଟନ୍ ବିଲୁଙ୍ଗ, ସିଲେଭେସ୍ ଷ୍ଟାର ଟପୋଙ୍କ ଭଳି କୋଚ୍। ଅମୂଲ୍ୟ ବାବୁ ମଧ୍ୟ ଏହି କୋଚ୍ ମାନଙ୍କ ସହ ମିଶି ପିଲାଙ୍କ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ପାନପୋଷ ହକି ଷ୍ଟାଡିୟମ ବୋଲି କହିଲେ, କେବଳ ଏକ ଘାସ ପଡ଼ିଆ। ଆଖପାଖ ଅଞ୍ଚଳରେ ଥିଲା କେବଳ ବିଲମାଳ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ିବା ସହିତ ପଡିଆର ମଧ୍ୟ ଉନ୍ନତି ହେଲା। ଏବେ ପାନପୋଷ ହକି ଷ୍ଟାଡିୟମ ଏକ ଅନ୍ତଜାର୍ତୀୟ ଖେଳ ପଡ଼ିଆ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ସମଗ୍ର ରାଜ୍ୟରେ ହକି କଥା ଆସିଲେ ପ୍ରଥମେ ଆମ ମନକୁ ସୁନ୍ଦରଗଡ ଜିଲ୍ଳା। କେହି କେହି ଏହି ଜିଲ୍ଳାକୁ ହକିର ଏନ୍ତୁଡିଶାଳ ମଧ୍ୟ କୁହନ୍ତି। ଆଜି ଏହାର ସୁଖ୍ୟାତି ପାଇଁ ଏହି ଅମୂଲ୍ୟ ସାରଙ୍କ ଭଳି ଗୁରୁମାନଙ୍କ ପ୍ରୟାସ ହିଁ କାମ କରିଛି। ବିଶ୍ୱ ହକିରେ ଆଜି ଯଦି ଓଡ଼ିଶାର କିଛି ଖେଳାଳି ନିଜକୁ ପ୍ରତିଷ୍ଠା ଦେଇପାରିଛନ୍ତି, ତାହା ସମ୍ଭବ ହୋଇପାରିଛି କେବଳ ଅମୂଲ୍ୟ ସାର୍‌ଙ୍କ ପରି ଗୁରୁଙ୍କ ପାଇଁ।

(image) ଏମିତି ଅନେକ ଷ୍ଟାର ଖେଳାଳିଙ୍କ ଜୀବନ ପରିବର୍ତ୍ତନ ହୋଇପାରିଛି ଏମିତି କୋଚ ମାନଙ୍କ ପାଇଁ। ଆଜିଯାଏ ୫୭ ଜଣ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରର ଖେଳାଳିଙ୍କୁ ଗଢ଼ି ତୋଳିଛନ୍ତି ଏମାନେ। ଲାଜରୁସ୍ ବାର୍ଲା, ଇଂଗ୍ନେସ ତିର୍କି, ପ୍ରବୋଧ ତିର୍କି, ଉଇଳିୟମ ଖାଲକୋ, ଜ୍ୟୋତି ସୁନିତା କୁଲ୍ଳୁ,, ନମିତା ଟପ୍ପୋ, ନିଳୀମା ମିଂଜ, ସୁୀନିତା ଲାକ୍ରା, ରଂଜିତା ମିଞ୍ଜ, ଦୀପସାନ ତିର୍କି, ଅମିତ ରୋହିଦାସ, ଭିକଟୋର ମିଂଜ ଏମିତି ଅନେକ ଖେଳାଳି। ଯେଉଁମାନେ ଭାରତ ପକ୍ଷରୁ ଏସିଆ କପ୍, ଜୁନିୟର ୱାର୍ଲଡ କପ୍, ୱାର୍ଲଡ କପ୍, ଅଲମ୍ପିକ ଭଳି ଖେଳ ଖେଳି ପାରିଛନ୍ତି।

ଏବେ ଭୁବନେଶ୍ୱରଠାରେ ଆରମ୍ଭ ହେବାକୁ ଥିବା ୱାଲର୍ଡ ହକି ଲିଗରେ ଭାରତୀୟ ଦଳରେ ଅମୂଲ୍ୟ ସାରଙ୍କ ଦୁଇଜଣ ଶିକ୍ଷ୍ୟ ମଧ୍ୟ ଖେଳିବାକୁ ସୁଯୋଗ ପାଇଛନ୍ତି।

https://youtu.be/Ff2QNfqfPZU

(image)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।