୧୫୦ତମ ମ୍ୟାଚ୍ ଖେଳିଲେ ମନଦୀପ ସିଂହ

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ଷ୍ଟାର୍ ଷ୍ଟ୍ରାଇକର୍ ମନଦୀପ ସିଂହ ମଙ୍ଗଳବାର ବେଲଜିୟମ ବିପକ୍ଷରେ ନିଜର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ଅବସରରେ ହକି ଇଣ୍ଡିଆ ପକ୍ଷରୁ ମନଦୀପଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ପଞ୍ଜାବର ଜଳନ୍ଧରରୁ ଆସିଥିବା ମନଦୀପ ୨୦୧୩ରେ ନୂଆଦିଲ୍ଲୀରେ ଆୟୋଜିତ ହକି ୱାର୍ଲ୍ଡ ଲିଗ୍ ରାଉଣ୍ଡ-୨ ଜରିଆରେ ଭାରତୀୟ ସିନିୟର ଟିମ୍ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। It’s a special day for our Star Striker and India’s indomitable […]

mandeep

Ranjit Kumar Jena
  • Published: Tuesday, 01 October 2019
  • , Updated: 01 October 2019, 09:01 PM IST

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ଷ୍ଟାର୍ ଷ୍ଟ୍ରାଇକର୍ ମନଦୀପ ସିଂହ ମଙ୍ଗଳବାର ବେଲଜିୟମ ବିପକ୍ଷରେ ନିଜର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ଅବସରରେ ହକି ଇଣ୍ଡିଆ ପକ୍ଷରୁ ମନଦୀପଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ପଞ୍ଜାବର ଜଳନ୍ଧରରୁ ଆସିଥିବା ମନଦୀପ ୨୦୧୩ରେ ନୂଆଦିଲ୍ଲୀରେ ଆୟୋଜିତ ହକି ୱାର୍ଲ୍ଡ ଲିଗ୍ ରାଉଣ୍ଡ-୨ ଜରିଆରେ ଭାରତୀୟ ସିନିୟର ଟିମ୍ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।

ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ମନଦୀପ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କୁ ଭାରତୀୟ ହକି ଟିମରେ ସ୍ଥାନ ମିଳିଥିଲା। ୨୪ବର୍ଷୀୟ ଏହି ଷ୍ଟ୍ରାଇକର୍ ୨୦୧୬ରେ ଲଣ୍ଡନରେ ଆୟୋଜିତ ୩୬ତମ ଏଫଆଇଏଚ୍ ଚାମ୍ପିୟନ୍ସ ଟ୍ରଫି, ୨୦୧୮ରେ ବ୍ରେଡାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହାବାଦ୍ ୨୦୧୬ରେ ଲକ୍ଷ୍ନୌରେ ଅନୁଷ୍ଠିତ ଜୁନିୟର ବିଶ୍ୱକପରେ ମନଦୀପ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ମୁଖ୍ୟ ଭୂମିକା ବହନ କରିଥିଲେ।

୧୫୦ତମ ମ୍ୟାଚ୍ ଖେଳିବା ନେଇ ମନଦୀପ କହିଛନ୍ତି, ଭାରତ ପକ୍ଷରୁ ଏହି କୃତିତ୍ୱ ଅର୍ଜନ କରିବା ମୋ ପାଇଁ ସମ୍ମାନର କଥା। ମୋ ସାଥୀ ଖେଳାଳିଙ୍କ ସହଯୋଗ ବିନା ମୁଁ ଆଜି ଏହି ସ୍ଥାନରେ କେବେବି ପହଞ୍ଚିପାରି ନଥାନ୍ତି। ଆଗାମୀ ଦିନରେ ମୁଁ ଦେଶର ବିଜୟରେ ଅଧିକରୁ ଅଧିକ ଯୋଗଦାନ କରିବାକୁ ଚାହେଁ ବୋଲି ମନଦୀପ କହିଛନ୍ତି।

Related story