ଏସିଆନ୍‌ ମହିଳା ଚାମ୍ପିୟନ୍ସ ଟ୍ରଫି: ଫାଇନାଲ୍‌ରେ ହାରିଲା ଭାରତ

ଡୋଙ୍ଗାଇ ସିଟି: ଏସିଆନ୍‌ ମହିଳା ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆଠାରୁ ୦-୧ରେ ପରାସ୍ତ ହୋଇଛି। ରବିବାର ଡୋଙ୍ଗାଇ ସିଟିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲେ। କିନ୍ତୁ ଶେଷରେ ବାଜି ମାରିଥିଲା ଦକ୍ଷିଣ କୋରିଆ। ତେବେ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ପ୍ରଥମ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି ଦକ୍ଷିଣ କୋରିଆ। ଉଭୟ ଦଳର ଉତ୍ତମ ଡିଫେନ୍ସ ପ୍ରଦର୍ଶନ ଯୋଗୁଁ […]

hocky

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 08:13 PM IST

ଡୋଙ୍ଗାଇ ସିଟି: ଏସିଆନ୍‌ ମହିଳା ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆଠାରୁ ୦-୧ରେ ପରାସ୍ତ ହୋଇଛି। ରବିବାର ଡୋଙ୍ଗାଇ ସିଟିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲେ। କିନ୍ତୁ ଶେଷରେ ବାଜି ମାରିଥିଲା ଦକ୍ଷିଣ କୋରିଆ। ତେବେ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ପ୍ରଥମ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି ଦକ୍ଷିଣ କୋରିଆ।

ଉଭୟ ଦଳର ଉତ୍ତମ ଡିଫେନ୍ସ ପ୍ରଦର୍ଶନ ଯୋଗୁଁ ପ୍ରଥମ କ୍ୱାର୍ଟ ଫାଇନାଲ୍‌ରେ କୌଣସି ଦଳ ଗୋଟିଏ ବି ଗୋଲ୍‌ କରିପାରି ନଥିଲେ। କିନ୍ତୁ ଦକ୍ଷିଣ କୋରିଆର ୟଙ୍ଗସିଲ୍‌ ୨୪ ତମ ମିନିଟ୍‌ରେ ଫିଲ୍ଡ ଗୋଲ୍‌ କରି ଦଳର ଖାତା ଖୋଲିଥିଲେ।

ଅନ୍ୟପଟେ ଦ୍ରୁତ ସ୍କୋର ବଢ଼ାଇବା ଆଶାରେ ଭାରତ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲା। ଡିଫେନ୍ସରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ୍‌ ନ କରିପାରିବାରୁ ଦକ୍ଷିଣ କୋରିଆଠାରୁ ୦-୧ରେ ପରାସ୍ତ ହୋଇଥିଲା।

Related story