ଆଇସିୟୁରେ ହକି ଲିଜେଣ୍ଡ୍ ବଲ୍‌ବୀର ସିଂହ

ଚଣ୍ଡିଗଡ଼: ଅଲିମ୍ପିକ୍‌ରେ ତିନି ଥର ସ୍ୱର୍ଣ୍ଣ ପଦକ ଜିତି ଥିବା ଦେଶର ବିଶିଷ୍ଟ ହକି ଖେଳାଳି ବଲ୍‌ବୀର ସିଂହ ସନିଅର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପଞ୍ଜାବର ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ୍‌ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ରହିଛି। ଡାକ୍ତର କହିଛନ୍ତି, ବଲ୍‌ବୀରଙ୍କ ଶ୍ୱାସନଳୀରେ ଗମ୍ଭୀର ସମସ୍ୟା ଦେଖାଯାଇଥିବା ବେଳେ ତାଙ୍କ ରକ୍ତଚାପ […]

balbir

Jitendra Garnayak
  • Published: Friday, 05 October 2018
  • , Updated: 05 October 2018, 09:25 AM IST

ଚଣ୍ଡିଗଡ଼: ଅଲିମ୍ପିକ୍‌ରେ ତିନି ଥର ସ୍ୱର୍ଣ୍ଣ ପଦକ ଜିତି ଥିବା ଦେଶର ବିଶିଷ୍ଟ ହକି ଖେଳାଳି ବଲ୍‌ବୀର ସିଂହ ସନିଅର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି।

ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପଞ୍ଜାବର ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ୍‌ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

ଡାକ୍ତର କହିଛନ୍ତି, ବଲ୍‌ବୀରଙ୍କ ଶ୍ୱାସନଳୀରେ ଗମ୍ଭୀର ସମସ୍ୟା ଦେଖାଯାଇଥିବା ବେଳେ ତାଙ୍କ ରକ୍ତଚାପ ବି ସାମାନ୍ୟ ରହୁ ନାହିଁ।

୯୪ ବର୍ଷରେ ପଦାର୍ପଣ କରିଥିବା ବଲବିର ସେଣ୍ଟର-ଫରୱାର୍ଡରେ ଖେଳୁଥିଲେ। ସେ ଲଣ୍ଡନ ଅଲିମ୍ପିକ୍‌ (୧୯୪୮), ହେଲ୍‌ସିଙ୍କି (୧୯୫୨) ଓ ମେଲବୋର୍ଣ୍ଣ (୧୯୫୬) ଅଲିମ୍ପିକ୍‌ରେ ଭାରତୀୟ ଦଳରେ ସାମିଲ ଥିଲେ। ଏହି ତିନି ଥର ଯାକ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୫୬ ଅଲିମ୍ପିକ୍‌ରେ ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ଥିଲେ।

ଅଲିମ୍ପିକ୍‌ରେ ବଲ୍‌ବୀର ନାଁରେ ଏକ ରେକର୍ଡ ମଧ୍ୟ ରହିଛି। ପୁରୁଷ ହକି ଫାଇନାଲ୍‌ରେ ସେ ସର୍ବାଧିକ ଗୋଲ୍ କରିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କ ରେକର୍ଡକୁ କେହି ଭାଙ୍ଗି ପାରି ନାହାନ୍ତି। ୧୯୫୨ରେ ହେଲ୍‌ସିଙ୍କି ଅଲିମ୍ପିକ୍‌ର ଫାଇନାଲ୍‌ରେ ଭାରତ ୬-୧ ଗୋଲ୍‌ରେ ନେଦରଲ୍ୟାଣ୍ଡସ୍‌କୁ ହରାଇଥିଲା। ଏଥିରୁ ୫ଟି ଗୋଲ୍ କରିଥିଲେ ବଲ୍‌ବୀର।

୧୯୫୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ହକି ପ୍ରେମୀମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି।

Related story