ଭୁବନେଶ୍ୱରରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଭୁବନେଶ୍ୱର: ହକି ବିଶ୍ୱ ଲିଗ ଫାଇନାଲରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା।  କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ ଦଳ।  ଗତକାଲି ପୁଲ-ବିର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆସହ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା ଆୟୋଜକ ଭାରତ ମ୍ୟାଚର ୨୦ତମ ମିନିଟରେ ଭାରତ ପକ୍ଷରୁ ମନଦୀପ ସିଂ ପ୍ରଥମ ଗୋଲ କରି ଦଳକୁ ଲିଡ୍ ଦେଇଥିଲେ।   ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରି ଗୋଲ ସୁଝାଇ ଦେଇଥିଲା।  […]

Hockey-World-League-India-Vs-England-Practice-Match-17

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 11:58 AM IST

ଭୁବନେଶ୍ୱର: ହକି ବିଶ୍ୱ ଲିଗ ଫାଇନାଲରେ ଆଜି ଭାରତ-ଇଂଲଣ୍ଡ ମୁକାବିଲା।  କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ ଦଳ।  ଗତକାଲି ପୁଲ-ବିର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆସହ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା ଆୟୋଜକ ଭାରତ ମ୍ୟାଚର ୨୦ତମ ମିନିଟରେ ଭାରତ ପକ୍ଷରୁ ମନଦୀପ ସିଂ ପ୍ରଥମ ଗୋଲ କରି ଦଳକୁ ଲିଡ୍ ଦେଇଥିଲେ।   ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ କମ୍‌ବ୍ୟାକ୍‌ କରି ଗୋଲ ସୁଝାଇ ଦେଇଥିଲା।  ଶେଷ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲେ ବି କେହି କାହାକୁ ଗୋଲ୍ ଦେଇପାରି ନ ଥିଲେ ।  ମ୍ୟାଚ ୧-୧ରେ ଡ୍ର ରହିଥିଲା । ମ୍ୟାଚ୍ ଡ୍ର ରଖିବା ପରେ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି। ସେପଟେ ଗତକାଲି ଉଦ୍‌ଘାଟନୀ ମ୍ୟାଚ୍‌ରେ ଜର୍ମାନୀଠାରୁ ହାରି ଥିଲା ଇଂଲଣ୍ଡ।

Related story