ହେୱାର୍ଡ ଓ କ୍ରେଗ୍‌ଙ୍କ ହ୍ୟାଟ୍ରିକ୍, ୮-୦ରେ ଫ୍ରାନ୍ସକୁ ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଫ୍ରାନ୍ସକୁ ୮-୦ରେ ହରାଇଛି ଅଷ୍ଟ୍ରେଲିଆ। ମ୍ୟାଚ୍‌ଟି ସଂପୂର୍ଣ୍ଣ ଭାବେ ଏକପାଖିଆ ହୋଇଥିଲା। ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ତା’ର ଦବଦବା ଆରମ୍ଭ କରି ଦେଇଥିଲା, ଯାହା ଶେଷ ପର୍ଯ୍ୟନ୍ତ ବଜାୟ ରହିଲା। ପ୍ରଥମ କ୍ୱାର୍ଟରର ଅଷ୍ଟମ ମିନିଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଦେଇଥିଲେ। […]

Australia

  • Published: Friday, 13 January 2023
  • , Updated: 13 January 2023, 05:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଫ୍ରାନ୍ସକୁ ୮-୦ରେ ହରାଇଛି ଅଷ୍ଟ୍ରେଲିଆ।

ମ୍ୟାଚ୍‌ଟି ସଂପୂର୍ଣ୍ଣ ଭାବେ ଏକପାଖିଆ ହୋଇଥିଲା। ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ତା’ର ଦବଦବା ଆରମ୍ଭ କରି ଦେଇଥିଲା, ଯାହା ଶେଷ ପର୍ଯ୍ୟନ୍ତ ବଜାୟ ରହିଲା।

ପ୍ରଥମ କ୍ୱାର୍ଟରର ଅଷ୍ଟମ ମିନିଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଦେଇଥିଲେ। ଟମ୍ କ୍ରେଗ୍‌ ଏହି ଗୋଲ ଦେଇଥିଲେ। ଏହା ପରେ ପରେ ଅଷ୍ଟ୍ରେଲିଆ ଏହି କ୍ୱାର୍ଟରରେ ଅନେକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଫ୍ରାନ୍ସର ଖେଳାଳିମାନେ ସେଗୁଡ଼ିକୁ ଗୋଲ୍‌ରେ ପରିଣତ ହେବାକୁ ଦେଇ ନଥିଲେ। ପ୍ରଥମ କ୍ୱାର୍ଟରଟି ୧-୦ରେ ସମାପ୍ତ ହୋଇଥିଲା। ଫ୍ରାନ୍ସ ଗୋଲ୍ ଦେବାରେ ସମର୍ଥ ହୋଇ ନଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଫ୍ରାନ୍ସ ତିନିଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହି କ୍ୱାର୍ଟରରେ ତିନିଟି ଗୋଲ୍ ଦେଇଥିଲା। ଓଗିଭି ଫ୍ଲିନ୍ ଗୋଟିଏ ଗୋଲ ଦେଇଥିବା ବେଳେ ହେୱାର୍ଡ ଦୁଇଟି ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ପରେ ଅଷ୍ଟ୍ରେଲିଆ ୪-୦ ଗୋଲ୍‌ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଆଉ ତିନିଟି ଗୋଲ୍ ଦେଇଥିଲା। ମ୍ୟାଚ୍‌ରେ ପ୍ରଥମ ଗୋଲ୍ ଦେଇଥିବା ଟମ୍ କ୍ରେଜ୍ ୩୧ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ ଦେଇଥିଲେ। ଏହା ସହିତ ଅଷ୍ଟ୍ରେଲିଆ ୫-୦ରେ ଆଗୁଆ ହୋଇଯାଇଥିଲା।

ପୂର୍ବରୁ ଦୁଇଟି ଗୋଲ୍ ଦେଇଥିବା ହେୱାର୍ଡ ୩୯ତମ ମିନିଟ୍‌ରେ ଆଉ ଗୋଟିଏ ଗୋଲ୍ ଦେଇଥିଲେ। ଏହା ସହିତ ସେ ଚଳିତ ହକି ପୁରୁଷ ବିଶ୍ୱକପ୍‌ରେ ପ୍ରଥମ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ।

ଏହି କ୍ୱାର୍ଟରର ଶେଷ ଗୋଲ କରିଥିଲେ ଟମ୍ କ୍ରେଗ୍। ଆଉ ଏହା ହୋଇଥିଲା ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ହ୍ୟାଟ୍ରିକ୍। ଏହି କ୍ୱାର୍ଟର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭-୦ ଗୋଲ୍‌ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସ କିଛି ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିବାରେ ‍ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଏହି କ୍ୱାର୍ଟରରେ ଅଷ୍ଟ୍ରେଲିଆ ଆଉ ଏକ ଗୋଲ୍ ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୱିକ୍‌ହାମ୍ ଅଷ୍ଟମ ଗୋଲ୍‌ଟି ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ଆର୍ଜେଣ୍ଟିନା ୧-୦ରେ ପରାସ୍ତ କରିଥିଲା।

Related story