ଏଚ୍‌ଆଇଏଲ୍ ସେମିଫାଇନାଲ: କଳିଙ୍ଗ ଲାନସର୍ସ-ରାଞ୍ଜି ରେଜ୍ ମୁକାବିଲା ଆଜି

ଭୁବନେଶ୍ୱର: ଆଜି ହକି ଇଣ୍ଡିଆ ଲିଗ୍ ସେମିଫାଇନାଲରେ ରାଞ୍ଚି ରେଜ୍‌କୁ ସାମ୍ନା କରିବ କଳିଙ୍ଗ ଲାନସର୍ସ। ଲାନସର୍ସ ପ୍ରଥମ ଥର ସେମି ଫାଇନାଲକୁ ଯାଇଥିବା ବେଳେ ରାଞ୍ଚି ଡିଫେଣ୍ଡିଂ ଚାମ୍ପିୟନ୍। ଲିଗ୍ ପର୍ଯ୍ୟାୟରେ ଲାନସର୍ସ ରାଞ୍ଚି ବିପକ୍ଷରେ ଦୁଇଟି ଯାକ ମ୍ୟାଚ୍ ହାରିଥିଲା। ଏଣୁ ସେମିଫାଇନାଲରେ ବଦ୍‌ଲା ନେବାକୁ ଚେଷ୍ଟା କରିବ। ଏଥିପାଇଁ କୋଚ୍ ମାର୍କ ହାଗର ନିଶ୍ଚିତ ଭାବେ ନୂଆ ରଣକୌଶଳ କରିଥିବେ। ଲାନସର୍ସ  ପାଇଁ ଟ୍ରମ୍ପକାର୍ଡ ହୋଇପାରନ୍ତି ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍‌ ଟର୍ଣ୍ଣର। ତାଙ୍କୁ […]

Kalinga_Lancers

Rakesh Mallick
  • Published: Saturday, 20 February 2016
  • , Updated: 20 February 2016, 03:05 AM IST

ଭୁବନେଶ୍ୱର: ଆଜି ହକି ଇଣ୍ଡିଆ ଲିଗ୍ ସେମିଫାଇନାଲରେ ରାଞ୍ଚି ରେଜ୍‌କୁ ସାମ୍ନା କରିବ କଳିଙ୍ଗ ଲାନସର୍ସ। ଲାନସର୍ସ ପ୍ରଥମ ଥର ସେମି ଫାଇନାଲକୁ ଯାଇଥିବା ବେଳେ ରାଞ୍ଚି ଡିଫେଣ୍ଡିଂ ଚାମ୍ପିୟନ୍। ଲିଗ୍ ପର୍ଯ୍ୟାୟରେ ଲାନସର୍ସ ରାଞ୍ଚି ବିପକ୍ଷରେ ଦୁଇଟି ଯାକ ମ୍ୟାଚ୍ ହାରିଥିଲା। ଏଣୁ ସେମିଫାଇନାଲରେ ବଦ୍‌ଲା ନେବାକୁ ଚେଷ୍ଟା କରିବ। ଏଥିପାଇଁ କୋଚ୍ ମାର୍କ ହାଗର ନିଶ୍ଚିତ ଭାବେ ନୂଆ ରଣକୌଶଳ କରିଥିବେ।

ଲାନସର୍ସ  ପାଇଁ ଟ୍ରମ୍ପକାର୍ଡ ହୋଇପାରନ୍ତି ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍‌ ଟର୍ଣ୍ଣର। ତାଙ୍କୁ ସହଯୋଗ କରିବାକୁ ଷ୍ଟ୍ରାଇକର ଧରମବୀର ସିଂ, ମଲକ ସିଂ, ଲଳିତ ଉପାଧ୍ୟୟ ଓ କ୍ୟାପସର ଅଛନ୍ତି। ତେବେ ଗ୍ଲେନ୍‌ଙ୍କୁ ଟକ୍କର ଦେବାକୁ ରାଞ୍ଚି ଟିମ୍‌ରେ ଅଛନ୍ତି ଜ୍ୟାକସନ୍। ତାଙ୍କ ସହିତ ଅଛନ୍ତି ସନ୍ଦିପ୍ ସିଂ, ଶ୍ରବଣ ସିଂ, ମହମ୍ମଦ ଆମିର ଖାନଙ୍କ ଭଳି ଷ୍ଟ୍ରାଇକର୍। ଗ୍ଳେନ୍ ଚଳିତ ଟୁର୍ନାମେଣ୍ଟରେ ୧୫ଟି ଗୋଲ୍ ସ୍କୋର କରିଥିବା ବେଳେ ଜ୍ୟାକସନ୍ ୧୪ଟି ଗୋଲ୍ ଦେଇଛନ୍ତି।

ହକି ଇଣ୍ଡିଆ ଲିଗ୍‌ରେ ରାଞ୍ଚି ରେଜ୍‌ ୨ଥର ଚାମ୍ପିଅନ୍ ଓ ଥରେ ତୃତୀୟ ସ୍ଥାନରେ ରହିଛି। ତେବେ ଲାନସର୍ସ ପ୍ରଥମ ଥର ଲାଗି ସେମି ଫାଇନାଲକୁ ଯାଇଛି। ସେହିଭଳି ହୋମ୍‌ଗ୍ରାଉଣ୍ଡ ଓ ହେମ୍ କ୍ରାଉଡ୍‌ଙ୍କ ସପୋର୍ଟ ବି ରହିବ ରାଞ୍ଚି ନିକଟରେ।

Related story