ଭୁବନେଶ୍ୱର: ହକି ଇଣ୍ଡିଆ ଲିଗରେ ଆଜି କଳିଙ୍ଗ ଲାନସର୍ସ ଓ ପଞ୍ଜାବ ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଦୌଡରେ ଥିବାରୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୁର୍ଣ୍ଣ। ଜେପି ୱାରିୟର୍ସର ହୋମ ଗ୍ରାଉଣ୍ଡ ଚଣ୍ଡିଗଡ଼ରେ ଏହି ମ୍ୟାଚ୍ ଖେଳାଯିବ। ଗତ ୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ମୁକାବିଲାରେ ପଞ୍ଜାବ ଦଳ ଲାନସର୍ସକୁ ପରାଜିତ କରିଥିଲା। ତେଣୁ ଆଜିର ମ୍ୟାଚ ବିଜୟୀ ହୋଇ ପରାଜୟ ପ୍ରତିଶୋଧ ନେବା ସହ ସେମିରେ ସ୍ଥାନ ସୃଷ୍ଟି କରିବାକୁ ଲାନସର୍ସ ଦଳ ଚାହିଁବ। ଆଜିର ମ୍ୟାଚ୍ ବିଜୟୀ ହେଲେ କିଳଙ୍ଗ ଲାନସର୍ସ ଦଳ ପାଇଁ ସେମି ଫାଇନାଲ ଖେଳିବା ଲାଗି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମ ସମ୍ବିଧାନ, ଆମ ସମ୍ମାନ
ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’
Guest Column
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟର କାରଣ କ’ଣ?
ରାଜନୈତିକ ଦଳମାନେ ନିଜନିଜର ଶକ୍ତିଶାଳୀ ଭୋଟବ୍ୟାଙ୍କ ଗଠନ ପାଇଁ ମହିଳା ସଶକ୍ତିକରଣ ନାମରେ ଭିନ୍ନ ଭିନ୍ନ ମହିଳା-କେନ୍ଦ୍ରିତ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ପ୍ରଣୟନ କରୁଥିବାର ଦେଖା ଯାଉଛି। ଏହା ଏଭଳି ଏକ ସଫଳ ରଣନୀତି, ଯାହା ସେମାନଙ୍କୁ କ୍ରମାଗତ ଭାବରେ ଲାଭ ମଧ୍ୟ ଦେଉଛି। ସଦ୍ୟ ସମ୍ପନ୍ନ ମହାରାଷ୍ଟ୍ର ଏବଂ ଝାରଖଣ୍ଡ ନିର୍ବାଚନରେ ମିଳିଥିବା ଭୋଟ୍ ଫଳାଫଳ ଉପରେ ମହିଳାମାନଙ୍କ ଭୂମିକା କେତେ ଅଧିକ, ତାହା ସ୍ପଷ୍ଟ ହୋଇ ଯାଇଛି।
National
ସୋଫା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୩ ଶ୍ରମିକ
ଶ୍ରମିକମାନେ ଶୋଇଥିବା ସମୟରେ କାରଖାନାରେ ଲାଗିଥିଲା ନିଆଁ।
National
ସମ୍ଭଲ ହିଂସାକୁ ନେଇ FIR, ମୁଖ୍ୟ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ
ସମ୍ଭଲ ହିଂସାକୁ ନେଇ ରୁଜୁ ହୋଇଥିବା FIRରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
National
ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ
ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।