ହଂକଂ ଓପନ୍‌: ସେମିରେ ହାରିଲେ ଶ୍ରୀକାନ୍ତ

ହଂକଂ: ଭାରତର ଷ୍ଟାର୍ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ହାରି ବିଦାୟ ନେଇଛନ୍ତି। ଶନିବାର ଖେଳାଯାଇଥିବା ଅନ୍ତିମ-୪ ମୁକାବିଲାରେ ଶ୍ରୀକାନ୍ତ ୯-୨୧, ୨୩-୨୫ ଗେମରେ ଘରୋଇ ତାରକା ଲି ଚିଉକ୍ ୟିଉଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଏଥିସହ ଚଳିତ ଓପନରେ ଭାରତର ଅଭିଯାନ ଶେଷ ହୋଇଛି। ପ୍ରଥମ ଗେମକୁ ସହଜରେ ଜିତିବା ପରେ ଦ୍ୱିତୀୟ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦ୍ୱିତୀୟ ଗେମରେ ଶ୍ରୀକାନ୍ତ ୨୦-୧୫ରେ ଆଗୁଆ ଥିଲେ ଏବଂ ତାଙ୍କ […]

srikant

Ranjit Kumar Jena
  • Published: Saturday, 16 November 2019
  • , Updated: 16 November 2019, 06:47 PM IST

ହଂକଂ: ଭାରତର ଷ୍ଟାର୍ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ହାରି ବିଦାୟ ନେଇଛନ୍ତି। ଶନିବାର ଖେଳାଯାଇଥିବା ଅନ୍ତିମ-୪ ମୁକାବିଲାରେ ଶ୍ରୀକାନ୍ତ ୯-୨୧, ୨୩-୨୫ ଗେମରେ ଘରୋଇ ତାରକା ଲି ଚିଉକ୍ ୟିଉଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଏଥିସହ ଚଳିତ ଓପନରେ ଭାରତର ଅଭିଯାନ ଶେଷ ହୋଇଛି।

ପ୍ରଥମ ଗେମକୁ ସହଜରେ ଜିତିବା ପରେ ଦ୍ୱିତୀୟ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦ୍ୱିତୀୟ ଗେମରେ ଶ୍ରୀକାନ୍ତ ୨୦-୧୫ରେ ଆଗୁଆ ଥିଲେ ଏବଂ ତାଙ୍କ ପାଖରେ ଜିତିବାର ଭଲ ସୁଯୋଗ ଥିଲା। କିନ୍ତୁ ଘରୋଇ ଦର୍ଶକଙ୍କଠାରୁ ସମର୍ଥନ ପାଇଁ ଲି' ଦମଦାର ପ୍ରତ୍ୟାବର୍ତ୍ତନ କରି ଲଗାତାର ୭ ପଏଣ୍ଟ ସଂଗ୍ରହ କରି ମୁକାବିଲାକୁ ଜିତି ନେଇଥିଲେ।

ଏହା ପୂର୍ବରୁ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରେ ଚାଇନାର ଚେନ୍ ଲଙ୍ଗଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ମ୍ୟାଚର ପ୍ରଥମ ଗେମକୁ ୨୧-୧୩ରେ ଜିତି ଶ୍ରୀକାନ୍ତ ଆଗୁଆ ଥିଲା ବେଳେ ଚେନ୍ ଲଙ୍ଗ ଆହତ କାରଣରୁ ଅଧାରୁ ଓହରିଯାଇଥିଲେ, ଯାହା ଫଳରେ ଶ୍ରୀକାନ୍ତଙ୍କୁ ବିଜେତା ଘୋଷିତ କରାଯାଇଥିଲା।

Related story