ଦୁହେଁ ଇଣ୍ଡିଆନ୍‌ କ୍ୟାପଟେନ୍‌: କିନ୍ତୁ କୋହଲିଙ୍କଠାରୁ ମିତାଲିଙ୍କ ଦରମା ୧୩ ଗୁଣା କମ୍‌

ଭାରତରେ କ୍ରିକେଟ୍‌ର କ୍ରେଜ୍‌ କେତେ ନକହିବା ଭଲ। ଏଠାରେ କ୍ରିକେଟ୍‌କୁ ଧର୍ମ ଓ ଖେଳାଳିଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଥାଏ। ପୁରୁଷ ହେଉ କି ମହିଳା କ୍ରିକେଟ୍ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥାଏ। ଆମ ଦେଶର ମହିଳା ଖେଳାଳିମାନେ ମଧ୍ୟ ବହୁତ ଭଲ ଖେଳୁଛନ୍ତି। ହେଲେ ସେମାନଙ୍କ ସମ୍ପର୍କରେ ବେଶି କିଛି ଜାଣିବାକୁ ମିଳି ନ ଥାଏ। ଭାରତୀୟ ପୁରୁଷ ଦଳର ସଦସ୍ୟମାନଙ୍କ ଦରମା ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ମହିଳା ଟିମ୍‌ର ସଦସ୍ୟମାନେ କେତେ […]

cricket

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 02:19 PM IST

ଭାରତରେ କ୍ରିକେଟ୍‌ର କ୍ରେଜ୍‌ କେତେ ନକହିବା ଭଲ। ଏଠାରେ କ୍ରିକେଟ୍‌କୁ ଧର୍ମ ଓ ଖେଳାଳିଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଥାଏ। ପୁରୁଷ ହେଉ କି ମହିଳା କ୍ରିକେଟ୍ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥାଏ। ଆମ ଦେଶର ମହିଳା ଖେଳାଳିମାନେ ମଧ୍ୟ ବହୁତ ଭଲ ଖେଳୁଛନ୍ତି। ହେଲେ ସେମାନଙ୍କ ସମ୍ପର୍କରେ ବେଶି କିଛି ଜାଣିବାକୁ ମିଳି ନ ଥାଏ। ଭାରତୀୟ ପୁରୁଷ ଦଳର ସଦସ୍ୟମାନଙ୍କ ଦରମା ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ମହିଳା ଟିମ୍‌ର ସଦସ୍ୟମାନେ କେତେ ଟଙ୍କା ପାଉଛନ୍ତି କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦୁଇବର୍ଗରେ ଖେଳାଳିମାନେ ପାଉଥିବା ଦରମାରେ ରହିଛି ଆକାଶ ପାତାଳ ତଫାତ। ଆସନ୍ତୁ ଜାଣିବା ପୁରୁଷ ଓ ମହିଳା ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ମିତାଲି ରାଜଙ୍କ ଦରମା ସମ୍ପର୍କରେ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମିତାଲିଙ୍କ ଦରମା କୋହଲିଙ୍କ ଠାରୁ ୧୩ ଗୁଣ କମ। ନୂଆ ଦରମା ସ୍କେଲ ଅନୁଯାୟୀ କୋହଲି ୨ କୋଟି ଟଙ୍କା ଦରମା ପାଉଥିବାବେଳେ ମିତାଲିଙ୍କୁ ମିଳୁଛି ମାତ୍ର ୧୫ ଲକ୍ଷ।

ଦେଶରେ ପ୍ରତିବର୍ଷ କ୍ରିକେଟ ଖେଳାଳିମାନଙ୍କର କଣ୍ଟ୍ରାକ୍ଟ ରିନ୍ୟୁ ହୋଇଥାଏ। ରିନ୍ୟୁ ଆନୁସାରେ ଖେଳାଳିଙ୍କୁ ଦରମା ଦିଆଯାଇଥାଏ। ପୁରୁଷ ବର୍ଗରେ A, B, C ଗ୍ରେଡ କରି ଦରମା ଦିଆଯାଉଥିବା ବେଳେ ମହିଳାଙ୍କ କ୍ଷତ୍ରରେ A ଓ B, ଦୁଇଟି ବର୍ଗରେ ଦରମା ଦିଆଯାଏ। ୨୦୧୬-୧୭ ବର୍ଷ ପାଇଁ  ପୁରୁଷ କ୍ରିକେଟରମାନଙ୍କର କଣ୍ଟ୍ରାକ୍ଟ ରିନ୍ୟୁ କରାଯାଇ A ବର୍ଗ ଖେଳାଳିଙ୍କ ଦରମା ୨ କୋଟି, B ବର୍ଗଙ୍କ ୧ କୋଟି ଓ  C ବର୍ଗଙ୍କ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଅନ୍ୟପଟେ ମହିଳା କ୍ରିକେଟ ଖେଳାଳିଙ୍କ ଦରମା ରିନ୍ୟୁ କରାଯାଇନାହିଁ। ଗତବର୍ଷ ଦରମା ଅନୁଯାୟୀ A ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ B ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ମିଳୁଛି।

ନାରୀ ହୁଅନ୍ତୁ ଅବା ପୁରୁଷ ସମସ୍ତେ ସମାନ ବୋଲି ସରକାର ନାରା ଦେଉଛନ୍ତି। ସବୁ କ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ସହ ସମାନ ଅଧିକାର ମଧ୍ୟ ଦିଆଯାଉଛି। ମୂଲ ଲାଗି ପେଟ ପୋଷୁଥିବା ଜଣେ ମହିଳା ମଧ୍ୟ ପୁରୁଷ ଶ୍ରମିକଙ୍କ ସହ ସମାନ ମଜୁରୀ ପାଉଛି। ହେଲେ ବିସିସିଆଇର ଏପରି ପଦକ୍ଷେପ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ମହିଳାଙ୍କ ସମ୍ମାନକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିସିସିଆଇ ମହିଳା କ୍ରିକେଟ୍‌ରଙ୍କୁ ଏପରି ଉପେକ୍ଷିତ ବନ୍ଦ କରି ସେମାନଙ୍କ ହକ୍‌ ଦେବାକୁ ସାଧାରଣରେ ଦାବି ହେଉଛି।

Related story