ଗେ' ମାମଲାରେ ସ୍ପଷ୍ଟୀକରଣ ଦେଲେ ଫକନର୍

ମେଲବର୍ଣ୍ଣ: ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକନର୍ ନିକଟରେ ସୋଶାଲ ମିଡିଆରେ ନିଜ ବନ୍ଧୁଙ୍କ ସହ ଏକ ଫଟୋ ର୍ସୋର କରିଥିଲେ, ଯାହା ପରେ ତାଙ୍କୁ ଗେ’ ବୋଲି ସମ୍ବୋଧିତ କରାଯାଇଥିଲା। ଫକନର୍ ଏବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ଏହା ଏକ ଭୁଲବୁଝାମଣା ଏବଂ ମୁଁ ଗେ’ ନୁହେଁ।’ ଫକନର୍ ମଙ୍ଗଳବାର ଇନଷ୍ଟାଗ୍ରାମରେ ଆଉ ଏକ ଫଟୋ ସେୟାର କରି କହିଛନ୍ତି, ‘ମୁଁ ଗେ’ ନୁହେଁ। ଗତ ରାତିରେ ହୋଇଥିବା ପୋଷ୍ଟକୁ ନେଇ ସମସ୍ତଙ୍କ ମନରେ […]

james

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 04:02 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକନର୍ ନିକଟରେ ସୋଶାଲ ମିଡିଆରେ ନିଜ ବନ୍ଧୁଙ୍କ ସହ ଏକ ଫଟୋ ର୍ସୋର କରିଥିଲେ, ଯାହା ପରେ ତାଙ୍କୁ ଗେ' ବୋଲି ସମ୍ବୋଧିତ କରାଯାଇଥିଲା। ଫକନର୍ ଏବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, 'ଏହା ଏକ ଭୁଲବୁଝାମଣା ଏବଂ ମୁଁ ଗେ' ନୁହେଁ।'

ଫକନର୍ ମଙ୍ଗଳବାର ଇନଷ୍ଟାଗ୍ରାମରେ ଆଉ ଏକ ଫଟୋ ସେୟାର କରି କହିଛନ୍ତି, 'ମୁଁ ଗେ' ନୁହେଁ। ଗତ ରାତିରେ ହୋଇଥିବା ପୋଷ୍ଟକୁ ନେଇ ସମସ୍ତଙ୍କ ମନରେ ଭ୍ରାନ୍ତ ଚିନ୍ତାଧାରା ସୃଷ୍ଟି ହୋଇଛି। ମୋ ସହ ଫଟୋରେ ଥିବା ରବ୍ ମୋର ଜଣେ ଭଲ ବନ୍ଧୁ। ଗତ ରାତିରେ ଆମେ ହାଉସମେଟ୍ ଭାବେ ୫ବର୍ଷ ପୂରଣ କରିଥିଲୁ। ତେବେ ଏଲବିଜିଟି (ଲେସବିୟାନ୍, ଗେ', ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର୍) ସମୁଦାୟଙ୍କ ପକ୍ଷରୁ ମିଳିଥିବା ସମର୍ଥନ ଦେଖି ବହୁତ ଖୁସି ଲାଗିଲା।'

ସୂଚନାଯୋଗ୍ୟ, ସୋମବାର ରାତିରେ ଫକନର ନିଜର ୨୯ତମ ଜନ୍ମଦିନ ଅବସରରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ନିଜ ମା' ଓ ବନ୍ଧୁ ରବର୍ଟଙ୍କ ସହ ଡିନର୍ କରୁଥିବାର ଦେଖିବାକୁ ମିଳିଥିଲା। ଫକନର ନିଜ ପୋଷ୍ଟରେ ଲେଖିଥିଲେ, 'ମା' ଓ ବୟଫ୍ରେଣ୍ଡ ରବର୍ଟଙ୍କ ସହ ଡିନର୍।' ବାସ୍ ଏହା ପରେ ଲୋକେ ଫକନରଙ୍କୁ ଗେ' ଭାବି ନେଇଥିଲେ। ଏଲବିଜିଟିର ସମୁଦାୟର ଲୋକେ ଫକନରଙ୍କୁ ଭରପୂର ସମର୍ଥନ କରିଥିଲେ।

https://www.instagram.com/p/Bw2-aefB63J/?utm_source=ig_web_copy_link

https://www.instagram.com/p/Bw1epixh7hN/?utm_source=ig_web_copy_link

Related story